Latest Odisha News

BREAKING NEWS

୨୦୨୭ ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ଭେନ୍ୟୁ ଘୋଷଣା କଲା ଦକ୍ଷିଣ ଆଫ୍ରିକା

କେପଟାଉନ: ୨୦୨୭ ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆରେ ମିଳିତ ଭାବେ ଆୟୋଜିତ ହେବ । ଅକ୍ଟୋବରରୁ ଏହା ଆରମ୍ଭ ହେବ । ଚୂଡାନ୍ତ କାର୍ଯ୍ୟସୂଚୀ ଘୋଷଣା କରାଯାଇ ନ ଥିବା ବେଳେ ଏବେ କିନ୍ତୁ କେଉଁ ଭେନ୍ୟୁଗୁଡିକରେ ଏହା ଖେଳାଯିବ ତାହା ସ୍ପଷ୍ଟ ହୋଇଛି । ୧୪ଟି ଟିମକୁ ନେଇ ବିଶ୍ୱକପ ଆୟୋଜିତ ହେବ । ଜୋହାନ୍ସବର୍ଗର ୱାଣ୍ଡେର୍ସ, ପ୍ରିଟୋରିୟାର ସେଂଚୁରିଆନ ପାର୍କ, ଡର୍ବାନର କିଙ୍ଗସମେଡ, କ୍ୱେବେରହାର ସେଂଟ ଜର୍ଜସ ପାର୍କ, ପାର୍ଲର ବୋଲାଣ୍ଡ ପାର୍କ, କେପଟାଉନର ନ୍ୟୁଲ୍ୟାଣ୍ଡ ଏହା ବ୍ୟତୀତ ବ୍ଲୋଏମଫୋଂଟେନର ମାଙ୍ଗୁଙ୍ଗ ଓଭାଲ ଓ ଇଷ୍ଟ ଲଣ୍ଡନର ବୁଫାଲୋ ପାର୍କରେ ମଧ୍ୟ କିଛି ମ୍ୟାଚ ଖେଳାଯାଇପାରେ ।

ଏହି ପିଚଗୁଡିକ ଉଭୟ ବ୍ୟାଟ୍ସମ୍ୟାନ ଏବଂ ବୋଲରଙ୍କୁ ସୁହାଉଥିବାରୁ ଆମେ ଏକ ସଫଳ ବିଶ୍ୱକପ ଆୟୋଜନ କରିବୁ ବୋଲି କ୍ରିକେଟ ଦକ୍ଷିଣ ଆଫ୍ରିକାର ସିଇଓ ଫୋଲେଟିସ ମୋସେକି କହିଛନ୍ତି । ଆୟୋଜକ ଭାବେ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ଏହି ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗର ୮ଟି ଟିମ ଏବଂ ଅନ୍ୟ ୪ଟି ଟିମ କ୍ୱାଲିଫାଇଂ ଷ୍ଟେଜ ମାଧ୍ୟମରେ ଯୋଗ୍ୟତା ହାସଲ କରିବେ ।

Leave A Reply

Your email address will not be published.