Latest Odisha News

BREAKING NEWS

ଆରମ୍ଭ ହେଲା ବିଶ୍ୱକପ କ୍ରିକେଟ; ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ମୁକାବିଲା

ଲଣ୍ଡନ: ଆଜି ଇଂଲଣ୍ଡ ଓ ୱେଲ୍ସଠାରେ ଆରମ୍ଭ ହୋଇଛି କ୍ରିକେଟ ମହାକୁମ୍ଭ ‘ଆଇସିସି କ୍ରିକେଟ ୱାର୍ଲ୍ଡ କପ’ । ଦଶଟି ରାଷ୍ଟ୍ରକୁ ନେଇ ଆରମ୍ଭ ହୋଇଥିବା ଏହି ବିଶ୍ୱକପର ପ୍ରଥମ ମୁକାବିଲାରେ ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେଉଛି ।

୨୦୧୯ ବିଶ୍ୱକପ ଦାବିଦାର ଥିବା ଆୟୋଜକ ଇଂଲଣ୍ଡ ଓଭାଲଠାରେ ତା’ର ପ୍ରଥମ ମ୍ୟାଚରେ ଟୁର୍ଣ୍ଣାମେଣ୍ଟର ଅନ୍ୟତମ ଶକ୍ତିଶାଳୀ ଦଳ ଦକ୍ଷିଣ ଆଫ୍ରିକାକୁ ଭେଟୁଥିଲେ ମଧ୍ୟ ଦଳ ବିଜୟ ହାସଲ କରିବାନେଇ ବେଶ୍ ଆଶାବାଦୀ ରହିଛି । ଆଜି ଦକ୍ଷିଣ ଆଫ୍ରିକା ଟସରେ ଜିତି ଇଂଲଣ୍ଡ ଦଳକୁ ପ୍ରଥମେ ବ୍ୟାଟିଂ ଦେଇ ନିଜେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି ।

ଇଂଲଣ୍ଡ ଦଳ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ୪୦ ଓଭର ସମାପ୍ତ ସୁଦ୍ଧା ୪ ୱିକେଟ ବିନିମୟରେ କରିଛି ୨୩୮ ରନ । ଦଳ ପକ୍ଷରୁ ଜାସନ ରଏ ୫୪, ରୁଟ ୫୧ ଏବଂ ମୋରଗାନ ୫୭ ରନ କରିଛନ୍ତି । ଷ୍ଟ୍ରୋକ୍ସ ୬୧ ଏବଂ ବଟଲର୍ ୧୬ ରନ କରି କ୍ରିଜରେ ବ୍ୟାଟିଂ କରୁଛନ୍ତି । ଇଂଲଣ୍ଡ ଦଳ ବିଶାଳ ସ୍କୋର ଲକ୍ଷ୍ୟ ନେଇ ସୁନ୍ଦର ବ୍ୟାଟିଂ ପ୍ରଦର୍ଶନ କରିଚାଲିଛି ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ସ୍ପିନର୍ ଇମ୍ରାନ ତାହିର ୨ଟି, ରାବଡ଼ା ଓ ଫିଲକାୱେ ଗୋଟିଏ କରି ୱିକେଟ ହାସଲ କରିପାରିଛନ୍ତି ।

Leave A Reply

Your email address will not be published.