Latest Odisha News

BREAKING NEWS

କପିଲ ଶର୍ମାଙ୍କ କମେଡି ଶୋ’ରେ ଦୂତି ଚାନ୍ଦ…

ଭୁବନେଶ୍ୱର : ବିଗତ କିଛି ଦିନ ହେବ ଭାରତୀୟ ଦ୍ରୁତତମ ସ୍ପ୍ରିଣ୍ଟର୍ ଦୂତି ଚାନ୍ଦ ନିଜର ସମଲିଙ୍ଗୀ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।

ଏହି ଆଲୋଚନା ଓ ସମାଲୋଚନାରୁ କ୍ଷାନ୍ତ ହୋଇ ଦୂତି ନିକଟରେ ଜାତୀୟ ଟେଲିଭିଜନରେ ବହୁଳ ପ୍ରସାରିତ ‘ଦ କପିଲ ଶର୍ମା ଶୋ’ରେ ଅଂଶ ଗ୍ରହଣ କରିଛନ୍ତି । ଏହି ଲୋକପ୍ରିୟ କମେଡି ଶୋର ସୁଟିଂ ସେଟରେ ଘଟିଥିବା କିଛି କଥାକୁ ନେଇ ଦୂତି ତାଙ୍କ ଫେସବୁକ୍ ପେଜରେ କପିଲ ଶର୍ମାଙ୍କୁ ପ୍ରଶଂସା କରିଛନ୍ତି ।

https://www.facebook.com/dutee.chand.3/posts/740747836322562

ତେବେ ଏହି ଶୋ’ର ଏପିସୋଡ ଟିଭି ପରଦାରେ ଟେଲିକାଷ୍ଟ ହୋଇନାହିଁ । ଏନେଇ ଦୂତି ନିଜ ସୋସିଆଲ ନେଟୱର୍କିଂ ସାଇଟରେ ଉକ୍ତ ଶୋ’ର କିଛି ଫଟୋ ଅପଲୋଡ କରିଛନ୍ତି । ଏଥିସହିତ ଉକ୍ତ ପୋଷ୍ଟରେ ପ୍ରଥମ ଓଡିଆ ଝିଅ ଭାବେ ‘କପିଲ ଶର୍ମା ଶୋ’ରେ ଆମନ୍ତ୍ରିତ ହୋଇଥିବାରୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ଏହି ଜନପ୍ରିୟ ଟିଭି ଶୋ’ର ଟ୍ୟାଗଲାଇନକୁ ଉଦ୍ଧୃତ କରି ‘କ୍ୟା ଆପନେ କଭି ଶୋଚା ଥା କି କପିଲ ଶର୍ମାକେ ଶୋ ମେଁ ଆୟେଙ୍ଗେ’ ଓଡିଆ ଦୌଡରାଣୀ ଦୂତି କପିଲଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଦୂତିଙ୍କ ବ୍ୟତୀତ ଏହି ଏପିସୋଡର ଅନ୍ୟତମ ଅତିଥି ଭାବେ ପୂର୍ବତନ ଭାରତୀୟ ଫୁଟବଲ୍ କ୍ୟାପଟେନ୍ ବାଇଚୁଙ୍ଗ ଭୂତିଆ ଓ ହକି ଖେଳାଳୀ ସନ୍ଦୀପ ସିଂହ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.