ସୁନ୍ଦର ଓ ଉଜ୍ଜଳ ତ୍ୱଚା ସମସ୍ତଙ୍କର ପସନ୍ଦ। କିନ୍ତୁ ଦାଗ ଓ ବ୍ରଣ ଆପଣଙ୍କ ତ୍ୱଚାକୁ ନଷ୍ଟ କରିଦେଇଥାଏ । ଯାହା ଉଜ୍ଜଳତାକୁ ମଧ୍ୟ କିଛି ମାତ୍ରାରେ କମ୍ କରିଦେଇଥାଏ । ଏପରି କ୍ଷେତ୍ରରେ ବରଫର ବ୍ୟବହାର ଆମେ କରିପାରିବା । ବରଫକୁ ବିଭିନ୍ନ କାମ ପାଇଁ ବ୍ୟବହାର କରାଯାଏ। ଖରାଦିନେ ତ୍ୱଚାରେ ବରଫ ଲଗାଇବା ଦ୍ୱାରା ଅନେକ ଉପକାର ମିଳିଥାଏ।
ତ୍ୱଚା ପାଇଁ ଲାଭଦାୟକ ବରଫ । ତ୍ୱଚାରେ ଥିବା ବିଭିନ୍ନ ଦାଗ ଦୂର ପାଇଁ କାକୁଡି ଓ ଲେମ୍ବୁ ରସରେ ବରଫ ଖଣ୍ଡ ପ୍ରସ୍ତୁତ କରି ଏହାକୁ ୨୦ ସେକେଣ୍ଡ ପର୍ଯ୍ୟନ୍ତ ତ୍ୱଚାରେ ମାଲିସ କରନ୍ତୁ।
ଖରାସମୟରେ ସନବର୍ନର ସମସ୍ୟା ଅଧିକ ହୋଇଥାଏ। ତେଣୁ ଘରୁ ବାହାରକୁ ଯିବା ପୂର୍ବରୁ ତ୍ୱଚାରେ ତୁଳସୀପତ୍ରର ବରଫ ପ୍ରସ୍ତୁତ କରି ଏହାକୁ ତ୍ୱଚାରେ ମାଲିସ କରନ୍ତୁ।
କମ୍ପ୍ୟୁଟର ଲାପଟପ୍ରେ କାମ କରିବା ଦ୍ୱାରା ଆଖି ଅଧିକ ଥକ୍କିବା ଭଳି ଅନୁଭବ ହୋଇଥାଏ। ଶୋଇବା ପୂର୍ବରୁ ଗୋଲାପ ଜଳରେ ବରଫ ଖଣ୍ଡ ପ୍ରସ୍ତୁତ କରି ଏହାକୁ ୧୫ ସେକେଣ୍ଡ ପର୍ଯ୍ୟନ୍ତ ଆଖିରେ ମାଲିସ କରନ୍ତୁ।
ଆଖି ନିକଟରେ କୁଞ୍ଚନ ଓ କଳାଦାଗ ସୃଷ୍ଟି ହେଉଥିଲେ ଏଲୋବେରା ଜେଲ୍ରେ ବରଫ ଖଣ୍ଡ ପ୍ରସ୍ତୁତ କରି ୧୫ ସେକେଣ୍ଡ ଯାଏଁ ଆଖିରେ ମାଲିସ କରନ୍ତୁ।
ସୁନେଲି ରଙ୍ଗର ତ୍ୱଚା ପାଇଁ ବରଫ ଖଣ୍ଡକୁ ଏକ ସୂତା କପଡାରେ ରଖି ୩୦ ସେକେଣ୍ଡ ଯାଏଁ ମାଲିସ କରନ୍ତୁ। ସିଧାସଳଖ ବରଫକୁ ନିଜ ତ୍ୱଚାରେ ଲଗାନ୍ତୁ ନାହିଁ।
ଆଖିତଳର କଳା ଦାଗ ଦୂର ପାଇଁ ନିୟମିତ ଆଳୁ ରସ,କଫି କିମ୍ବା ଚକୋଲେଟ୍ ଗୁଣ୍ଡର ବରଫ ଖଣ୍ଡ ପ୍ରସ୍ତୁତ କରି ଏହାକୁ ବ୍ୟବହାର କରନ୍ତୁ।
ପ୍ରବଳ ଗରମ ହେତୁ ତ୍ୱଚାରେ ଜଳାପୋଡା ହେବା ଭଳି ଅନୁଭବ ହୋଇଥାଏ। ବାହାରୁ ଘରୁ ଆସିବାର କିଛି ସମୟରେ ବରଫ ଖଣ୍ଡରେ ତ୍ୱଚାକୁ ୧୫ ସେକେଣ୍ଡ ପର୍ଯ୍ୟନ୍ତ ମାଲିସ କରନ୍ତୁ।
Comments are closed.