Latest Odisha News

BREAKING NEWS

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱରରେ ଆଜିଠାରୁ ‘ମହା ଲୋନ୍ ଧମାକା’

ଭୁବନେଶ୍ୱର: ଭୁବନେଶ୍ୱରର ସହିଦନଗର ଦୁର୍ଗାପୂଜା ପଡ଼ିଆରେ ୨୦ରୁ ୨୧ ତାରିଖ ପର୍ଯ୍ୟନ୍ତ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ‘ମହା ଲୋନ୍ ଧମାକା’ ଆୟୋଜନ କରାଯାଇଛି ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

ଏହିଋଣ ବ୍ୟାଙ୍କର ଅଣଗ୍ରାହକଙ୍କ ସମେତ ବିଭିନ୍ନ ବ୍ୟକ୍ତିବିଶେଷ ପାଇପାରିବେ । ୪ ଚକିଆ ଗାଡ଼ି, ଟ୍ରକ, ଟ୍ରାକ୍ଟର, କୃଷି ଯନ୍ତ୍ରପାତି, ସୁନା ବନ୍ଧକ ଓ କିଷାନ କେଡ଼ିଟ କାର୍ଡ଼ ଆଦି ବାବଦକୁ ଏହି ଋଣ ପ୍ରଦାନ କରାଯିବ ।

ଗ୍ରାହକ ଆବଶ୍ୟକ କାଗଜପତ୍ର ସହ ଏହି ‘ମହା ଲୋନ୍ ଧମାକା’ ସ୍ଥଳରେ ତତ୍କାଳ ଋଣ ଅନୁମୋଦନ କରାଇପାରିବେ । ଏହା ପୂର୍ବାହ୍ନ ୯ଟା ସମୟରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲୁରହିବ ।

ଏଥିସହ ହୁଣ୍ଡାଇ ମୋଟର୍ସ ଇଣ୍ଡିଆ ଲିମିଟେଡ଼ ପରି କିଛି ନିର୍ମାତାଙ୍କ ସ୍ୱତନ୍ତ୍ର ଅଫର ମଧ୍ୟ ପ୍ରଦାନ କରାଯିବ । ଋଣ ନେବା ପରେ ଗ୍ରାହକ ଏସଏମଏସ୍ ଜରିଆରେ ଏକ କ୍ୱିଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ।

ଏହି କ୍ୱିଜ ପ୍ରତିଯୋଗୀତାର ପ୍ରଥମ ୧୦୦ ଜଣ ବିଜେତା ବ୍ୟାଙ୍କର ବ୍ରାଣ୍ଡ ଆମ୍ବାସାଡ଼ର ଶାହାରୁଖ ଖାଁଙ୍କୁ ଭେଟିବାର ସୁଯୋଗ
ପାଇପାରିବେ । ଗ୍ରାମାଞ୍ଚଳ, ଅର୍ଦ୍ଧ ସହରାଅଞ୍ଚଳ କର୍ପୋରେଟ ପରିସର ଆଦି ୨୦୦୦ ସ୍ଥାନରେ ‘ମହା ଲୋନ୍ ଧମାକା’ ଆୟୋଜନ ପାଇଁ ବ୍ୟାଙ୍କ ଯେଉଁ ଲକ୍ଷ୍ୟ ରଖିଛି ସହୀଦନଗର କାର୍ଯ୍ୟକ୍ରମ ତାହାର ଏକ ଅଂଶବିଶେଷ ।

ଏହି ଅବସରରେ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନୁପ ବାଗ୍ଚୀ କହିଛନ୍ତି ଯେ, ଗ୍ରାହକଙ୍କୁ ସହଜ ଋଣ ସୁବିଧା ପ୍ରଦାନ ଲକ୍ଷ୍ୟରେ ବ୍ୟାଙ୍କ ପକ୍ଷରୁ ଦେଶବ୍ୟାପୀ ‘ମହା ଲୋନ୍ ଧମାକା’ ଆୟୋଜନ କରାଯାଉଛି ।

ଏହି ପରିପ୍ରେକ୍ଷୀରେ ଘଟଣାସ୍ଥଳରେ ତତ୍କାଳ ଋଣ ଅନୁମୋଦନ କରାଯିବାର ବ୍ୟବସ୍ଥା ରହିଛି । ଏହି ଋଣ ପ୍ରଦାନ ସମୟରେ ଯାନବାହାନ
ନିର୍ମାତାଙ୍କ ପକ୍ଷରୁ ସ୍ୱତନ୍ତ୍ର ଅଫର ମଧ୍ୟ ପ୍ରଦାନ କରାଯାଉଛି ।

୨୦୨୦ ମାର୍ଚ୍ଚ ସୁଦ୍ଧା ୨୦୦୦ ‘ମହା ଲୋନ୍ ଧମାକା’ ଆୟୋଜନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.