ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ଖୁସି ଖବର ଆସିଛି । ଆସନ୍ତା ଅଗଷ୍ଟ ୧୫ ତାରିଖରେ ଲଞ୍ଚ ହୋଇପାରେ ଦେଶର ପ୍ରଥମ କରୋନା ଟୀକା । ଯାହାକୁ ବିକଶିତ କରୁଛି ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଭାରତ ବାୟୋଟେକ୍ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ସହ ମିଳିତ ଭାବରେ ଟୀକା ବିକଶିତ କାମ ଜାରି ରହିଛି ।
ଆଇସିଏମଆର ପକ୍ଷରୁ ଭାରତ ବାୟୋଟେକକୁ ଏକ ଚିଠି ଲେଖାଯାଇଛି । ଯେଉଁଥିରେ ଉଲ୍ଲେଖ ରହିଛି, ସ୍ୱଦେଶୀ କରୋନା ଭାଇରସ ଟୀକାର ଟ୍ରାଏଲ୍ ଫାଷ୍ଟଟ୍ରାକ୍ ମୋଡରେ କରାଯାଉ । ଯାହାଦ୍ୱାରା ଅଗଷ୍ଟ ୧୫ ଭିତରେ କ୍ଲିନାକାଲ୍ ଟ୍ରାଏଲ ରିପୋର୍ଟକୁ ଲଞ୍ଚ କରାଯାଇ ପାରିବ ।
ICMR DG Balram Bhargava has written a letter to Bharat Biotech and principal investigators of medical colleges to complete the trial procedure of indigenous #COVID19 vaccine in a fast track method, so that results of clinical trial can be launched by 15th August. pic.twitter.com/KG8a8WpGUH
— ANI (@ANI) July 3, 2020
ସ୍ୱଦେଶୀ କରୋନା ଭାଇରସ୍ ଟୀକାର କ୍ଲିନନିକାଲ୍ ଟ୍ରାଏଲ ପାଇଁ ଆଇସିଏମଆର୍ ଦେଶରେ ୧୨ଟି ଅନୁଷ୍ଠାନକୁ ମନୋନୀତ କରିଛି । କୁହାଯାଉଛି ଜୁଲାଇ ୭ ତାରିଖ ପରେ ମଣିଷ ଦେହରେ ଟ୍ରାଏଲ୍ କରାଯିବ । ସଫଳ ହେଲେ ସ୍ୱଦେଶୀ କରୋନା ଟୀକାର ଶୁଭାରମ୍ଭ କରାଯିବ ।
Comments are closed.