Latest Odisha News

BREAKING NEWS

ନୂଆ ଗାଇଡଲାଇନ: କରୋନା ଯୋଦ୍ଧା ଖାଇବେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍

ନୂଆଦିଲ୍ଲୀ: ମହାମାରୀ କରୋନାର ରାମବାଣ ସାଜିଥିବା ହାଇଡ୍ରୋକ୍ସିକ୍ଲୋରକୁଇନ୍‌କୁ ନେଇ ଜାରି ହୋଇଛି ନୂଆ ଗାଇଡଲାଇନ୍ । ଭାରତୀୟ ଆର‌୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ ଏନେଇ ନୂଆ ଗାଇଡଲାଇନ୍ ଜାରି କରିଛି ।

ଏହି ଔଷଧ ସେବନ ଦ୍ୱାରା କରୋନା ସଂକ୍ରମଣ ସମ୍ଭାବନା ହ୍ରାସ ପାଇଥାଏ ବୋଲି ଗବେଷଣାରୁ ଆଇସିଏମଆର ଜାଣିବାକୁ ପାଇଛି । ତେଣୁ ଆଇସିଏମଆର କରୋନା ବିରୋଧୀ ଯୁଦ୍ଧରେ ଏହାକୁ ବ୍ୟବହାର କରିବାକୁ ସବୁଜ ସଙ୍କେତ ଦେଇଛି ।

ଅଧ୍ୟୟନରୁ ମିଳିଥିବା ଗାଇଡଲାଇନ୍ ଅନୁସାରେ ଆଇସିଏମଆର ଏହି ଔଷଧକୁ ସମସ୍ତ ଲକ୍ଷଣହୀନ ସ୍ୱାସ୍ଥ୍ୟକର୍ମୀ ସେବନ କରନ୍ତୁ ବୋଲି ପରାମର୍ଶ ଦେଇଛି । ଲକ୍ଷଣହୀନ ଫ୍ରଣ୍ଟଲାଇନ୍ ୱାର୍କର୍ସ ଯେମିତି କଣ୍ଟେନମେଣ୍ଟ୍ ଜୋନରେ କାମ କରୁଥିବା ସର୍ଭିଲାନ୍ସ କର୍ମୀ, ପୋଲିସ କର୍ମୀ ଓ ଅର୍ଧସାମରିକ ବଳର ଯବାନଙ୍କୁ ଏହି ଔଷଧ ସେବନ କରିବାକୁ କୁହାଯିବ ।

ଗାଇଡଲାଇନରେ ଆଗରୁ ଏହାକୁ ୮ ସପ୍ତାହ ଖାଇବାକୁ କୁହାଯାଇଥିଲା । କିନ୍ତୁ ବିଶେଷଜ୍ଞଙ୍କ ଅନୁସାରେ ଏହାକୁ ସାପ୍ତାହିକ ଭାବେ ମଧ୍ୟ ସେବନ କରାଯାଇ ପାରିବ । ତେବେ ଏହି ଔଷଧ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡିବ । ଏହାସହ ଋଉଏ ପାରାମିଟରକୁ ମଧ୍ୟ ଧ୍ୟାନରେ ରଖିବାକୁ ପଡିବ ।

Leave A Reply

Your email address will not be published.