Latest Odisha News

BREAKING NEWS

ସ୍ନାନଯାତ୍ରା ପୂର୍ବରୁ ହେବ ସେବାୟତଙ୍କ କରୋନା ଟେଷ୍ଟ

ପୁରୀ: ଶ୍ରୀଜିଉଙ୍କ ସ୍ନାନଯାତ୍ରା ପୂର୍ବରୁ ହେବ ସବୁ ସେବାୟତଙ୍କ କରୋନା ଟେଷ୍ଟ । ସ୍ନାନ ପୂର୍ଣ୍ଣିମାରେ ନିୟୋଜିତ ଥିବା ସମସ୍ତ ଗରାବଡୁ ସେବାୟତଙ୍କ କୋଭିଡ ପରୀକ୍ଷା କରାଯିବ । ଆସନ୍ତା ୨୯ ଓ ୩୦ ତାରିଖରେ ସବୁ ଗରାବଡୁ ସେବାୟକଙ୍କ କରୋନା ପରୀକ୍ଷା କରାଯିବ।

ଶ୍ରୀଜିଉଙ୍କ ସେବାରେ ଲାଗୁଥିବା ମୋଟ ୧୭୨ ଜଣଙ୍କର ନମୁନା ସଂଗ୍ରହ କରାଯିବ । ୩ ତାରିଖ ସୁଧା ରିପୋର୍ଟ ଆସିବା ଲକ୍ଷ୍ୟ ରଖାଯାଇଛି । ୫ ତାରିଖରେ ସ୍ନାନ ପୂର୍ଣ୍ଣିମା ଆଗରୁ ସବୁ ସେବାୟତଙ୍କ କରୋନା ପରୀକ୍ଷା ରିପୋର୍ଟ ଆସିବ ବୋଲି କହିଛନ୍ତି ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା । ଗରାବଡୁ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ଏନେଇ ନିଷ୍ପତି ହୋଇଛି ।

ଆଜି ଅତିରିକ୍ତ ଜିଲ୍ଲାପାଳ ବିନୟ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସିଡିଏମଓ ନୀଳକଣ୍ଠ ମିଶ୍ର ଓ ଶ୍ରୀମନ୍ଦିର ପ୍ରଶସାନ ଅଧିକାରୀ ଉପସ୍ଥିତ ଥିଲେ । ତେବେ କୋଭିଡ-୧୯ ଗାଇଡଲାଇନ୍ ମାନି କିଭଳି ସେବାୟତମାନେ ସ୍ନାନ ପୂର୍ଣ୍ଣିମା ନୀତ ସଂପାଦନ କରିବେ ସେନେଇ ବୈଠକରେ ଆଲୋଚନା କରାଯାଇଛି ।

ତେବେ ଦେବ ସ୍ନାନ ପୂର୍ଣ୍ଣିମାରେ ଅଧିବାସ ଗୃହରୁ ସ୍ନାନ ମଣ୍ଡପକୁ ଜଳ ଆଣିବା ବେଳେ ସାମାଜିକ ଦୂରତା ରକ୍ଷା କରିବେ ସେବାୟତ । ଏହାସହ ମୁହଁରେ ମାସ୍କ ପିନ୍ଧି ପାଣି ଆଣିବେ ଗରାବଡୁ ସେବାୟତ । କେବଳ ଗରାବଡୁ ନୁହେଁ ଅନ୍ୟ ସମସ୍ତ ନିଯୋଗର ସେବାୟତଙ୍କର ମଧ୍ୟ କରୋନ ଟେଷ୍ଟ କରାଯିବ । ସେବାୟତଙ୍କ ତାଲିକା ପ୍ରସ୍ତୁତ କରି ପ୍ରଶାସନକୁ ଦେବାକୁ ସଂପୃକ୍ତ ନିଯୋଗକୁ କୁହାଯାଇଛି ।

Leave A Reply

Your email address will not be published.