Latest Odisha News

BREAKING NEWS

ସମ୍ପୁର୍ଣ୍ଣ ଭଙ୍ଗାଯିବ ବାରବାଟୀ ଷ୍ଟାଡିୟମ୍, ନୂତନ ଶୈଳୀରେ ହେବ ନିର୍ମାଣ

କଟକ: ନୂଆ ରୂପ ନେବ ଐତିହାସିକ ବାରବାଟୀ ଷ୍ଟାଡିୟମ । ସମ୍ପୁର୍ଣ୍ଣ ଭାବରେ ଭଙ୍ଗା ହେବ ବାରବାଟୀ ଷ୍ଟାଡିୟମ । ଏଥି ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆଜି କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ଏହାର ସମୀକ୍ଷା କରିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌।

କଟକର ଐତିହାସିକ ବାରବାଟୀ ଷ୍ଟାଡିୟମକୁ ନବକଳେବର କରାଯିବ। ଆଉ ବିଶ୍ବସ୍ତରୀୟ ହେବ କଟକ ବାରବାଟୀ ଷ୍ଟାଡିୟମ। ଏହାର ନବୀକରଣ ନେଇ କୋଚ୍ ଓ ଖେଳାଳିଙ୍କ ସହ ଆଲୋଚନା କରିଛନ୍ତି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ବିସିସିଆଇର ଅନୁଦାନ ଓ ରାଜ୍ୟ ସରକାରଙ୍କ ସହାୟତାରେ ଏହି ଷ୍ଟାଡିୟମର ନବକଳେବର ନିମନ୍ତେ ୬୦୦ ରୁ ୭୦୦ କୋଟି ଖର୍ଚ୍ଚ କରାଯିବ । ନୂତନ ଗ୍ୟାଲେରି ସହ ବହୁ ଉନ୍ନତିକରଣ କାମ କରାଯାଇ ଏହାକୁ ଏକ ବିଶ୍ବସ୍ତରୀୟ ଷ୍ଟାଡିୟମରେ ପରିଣତ କରାଯିବ ।

ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ଆସନ୍ତା ୨୭ ତାରିଖରେ ମୁଖ୍ୟମନ୍ତ୍ରୀ କରିବେ । ଆସନ୍ତା ତିନି ବର୍ଷ ମଧ୍ୟରେ ଷ୍ଟାଡିୟମ କାମ ଶେଷ ହେବ । ନବୀକରଣ ପ୍ରକଳ୍ପ ଅଧିନରେ ବାରବାଟୀର ପୁରୁଣା ଗ୍ୟାଲେରୀ ସବୁ ଭଙ୍ଗା ହୋଇ ନୂଆ ହେବ। ଯଦ୍ଵାରା ବଢିବ ଦର୍ଶକଙ୍କ ସିଟ୍ ସଂଖ୍ୟା । ବର୍ତ୍ତମାନ ବାରବାଟୀରେ ୪୪ହଜାର ଦର୍ଶକଙ୍କ ପାଇଁ ସିଟ୍ ଥିବା ବେଳେ ନବକଳେବର ପରେ ପୁରା ଷ୍ଟାଡିୟମରେ ଦର୍ଶକ ପାଇଁ ୬୦ ହଜାର ନୂଆ ଚେୟାର ଲାଗିବ । ଏହାଛଡ଼ା ପଡ଼ିଆର ସୌନ୍ଦର୍ଯ୍ୟକରଣ କାମ ମଧ୍ୟ ହେବ । ଡ୍ରେସିଂ ରୁମ୍, ଜିମ୍, ସୁଇମିଂ ପୁଲ, ଇଣ୍ଡୋର ଗେମ ପାଇଁ ବ୍ୟବସ୍ଥା କରାଯିବ ।

 

Leave A Reply

Your email address will not be published.