Latest Odisha News

BREAKING NEWS

ଭିଜିଲାନ୍ସ ପଞ୍ଝାରେ ରାଜସ୍ଵ ସହାୟକ, ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଟିମ୍

ବଲାଙ୍ଗିର: ଭିଜିଲାନ୍ସ ପଞ୍ଝାରେ ରାଜସ୍ଵ ସହାୟକ । ମୁରିବାହାଲ ତହସିଲର ରାଜସ୍ଵ ସହାୟକ ତଥା ରେକର୍ଡ କିପର ହେବଲେଟ ବାର୍ଲାଙ୍କୁ ଧରିଛି ଭିଜିଲାନ୍ସ । ଜମି ପଟ୍ଟା କରାଇଦେବା ନାଁରେ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍ । ଅଫିସ ସହ ଶ୍ରୀ ବାର୍ଲାଙ୍କ ୨ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ।

ସୂଚନା ଅନୁସାରେ, ଜମି ପଟ୍ଟା ପାଇଁ ଜଣେ ବ୍ୟକ୍ତି ୨୦୧୯ ମସିହାରୁ ସମସ୍ତ କାଗଜପତ୍ର ତହସିଲ ଅଫିସରେ ଦାଖଲ କରିଥିଲେ । ମାତ୍ର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କ କାର୍ଯ୍ୟ ଶେଷ କରିନଥିଲେ ହେବଲେଟ୍ ବାର୍ଲା । ସେଥିପାଇଁ ଅଭିଯୋଗକାରୀ ତାଙ୍କୁ ଅନେକ ଅନୁରୋଧ କରିବାରୁ କାମ ପାଇଁ ଶ୍ରୀ ବାର୍ଲା ତାଙ୍କୁ ୨୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଉକ୍ତ ବ୍ୟକ୍ତି ଜଣଙ୍କ ସମ୍ବଲପୁର ଭିଜିଲାନ୍ସର ଦ୍ଵାରସ୍ତ ହୋଇଥିଲେ । ପୂର୍ବ ଯୋଜନା ଅନୁସାରେ, ଆଜି ଅଭିଯୋଗକାରୀ ଲାଞ୍ଚ ଟଙ୍କାର ପ୍ରଥମ କିସ୍ତି ସ୍ଵରୁପ ୧୦,୦୦୦ଟଙ୍କା ଶ୍ରୀ ବାର୍ଲାଙ୍କୁ ଦେବା ବେଳେ ପୂର୍ବରୁ ସେଠାରେ ଛକି ବସିଥିବା ଭିଜିଲାନ୍ସ ଟିମ୍ ଅତର୍କିତ ଭାବରେ ଚଢାଉ କରିଥିଲେ ।

ଶ୍ରୀ ବାର୍ଲାଙ୍କ ଠାରୁ ଲାଞ୍ଚ ୧୦,୦୦୦ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । କେଶ୍ ନଂ ୪୭ ପିସି ଏକ୍ଟ ୧୯୮୮ ଅନୁସାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଶ୍ରୀ ବାର୍ଲାଙ୍କ ଅଫିସ ସମେତ ୨ସ୍ଥାନରେ ଚଢାଉ ଜାରି ରଖିଛି । ଚଢାଉ ବେଳେ ଅନେକ ଜରୁରୀ କାଗଜପତ୍ର ଜବତ କରିଛି ଭିଜିଲାନ୍ସ । ସେପଟେ ଅଭିଯୁକ୍ତ ଶ୍ରୀ ବାର୍ଲାଙ୍କୁ ବଜାଙ୍ଗିର ଭିଜିଲାନ୍ସ ଅଫିସକୁ ଆଣି ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ।

 

Leave A Reply

Your email address will not be published.