Latest Odisha News

BREAKING NEWS

ହିରାନୀଙ୍କ ଫିଲ୍ମରେ ଶାହାରୁଖ-କାଜୋଲ ଯୋଡି !

ମୁମ୍ବାଇ: ବଲିଉଡର ସଫଳ ଯୋଡି ଭାବେ ବିବେଚିତ ଶାହାରୁଖ ଖାଁ ଓ କାଜୋଲ ପୁନର୍ବାର ଏକତ୍ର ଆସିବେ । ରାଜକୁମାର ହିରାନୀଙ୍କ ଆଗାମୀ ଫିଲ୍ମରେ ଏହି ଯୋଡି ପୁନର୍ବାର କମାଲ ଦେଖାଇବେ । ଇମିଗ୍ରେସନ ଉପରେ ଆଧାରିତ ଏହି ଫିଲ୍ମରେ ତାପସୀ ପନ୍ନୁ ଓ ବିଦ୍ୟା ବାଲାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି ଜଣାପଡିଛି ।

ଶାହାରୁଖ ପ୍ରବାସୀ ଭାରତୀୟ ଏବଂ ତାଙ୍କ ପତ୍ନୀ ଭାବେ କାଜୋଲ ଅଭିନୟ କରିବେ । ପରିବାର ସହିତ ପଞ୍ଜାବରୁ କାନାଡା ପର୍ଯ୍ୟନ୍ତ କିପରି ସେ ଯାତ୍ରା କରୁଛନ୍ତି ତାହାକୁ ମଜାକିଆ ଢ଼ଙ୍ଗରେ ଚିତ୍ରଣ କରାଯିବ । ହିରାନୀ ଏବଂ ଶାହାରୁଖଙ୍କ ପ୍ରଡକ୍ସନ ହାଉସ ମିଳିକ ଭାବେ ଏହି ଫିଲ୍ମ ପ୍ରସ୍ତୁତ କରୁଛନ୍ତି । ୨୦୨୨ ଏପ୍ରିଲରେ ଏହାର ଶୁଟିଂ ଆରମ୍ଭ ହେବ । ଶାନ୍ତନୁ ମୌତ୍ର ଫିଲ୍ମର ସଙ୍ଗୀତ ଦେବେ ।

Leave A Reply

Your email address will not be published.