Latest Odisha News

BREAKING NEWS

ଆଜି ବାହାରିବ ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ପରୀକ୍ଷାଫଳ । ଅପରାହ୍ଣ ୩ଟାରେ ରେଜଲ୍ଟ ବାହାରିବ । ବୋର୍ଡର ଓ୍ୱେବସାଇଟ୍, କ୍ୟାରିୟର ପୋର୍ଟାଲ୍ ଓ ଏସଏମଏସ୍ ଜରିଆରେ ଛାତ୍ରଛାତ୍ରୀ ନିଜର ପରୀକ୍ଷାଫଳ ଜାଣି ପାରିବେ ।

ପରୀକ୍ଷାର୍ଥୀ କାଉନସିଲର www.cisce.org, www.results.cisce.org ଓ୍ୱେବସାଇଟରେ ଲଗିଂ କରି ଜାଣି ପାରିବେ ରେଜଲ୍ଟ । ସେହିପରି କ୍ୟାରିୟର ପୋର୍ଟାଲରେ ଲଗ୍ ଇନ୍ କରି ଏକଜାମିନେସନ୍ ସିଷ୍ଟମ ଉପରେ କ୍ଲିକ କରିବାକୁ ହେବ । ଏହାପରେ ମେନ୍ୟୁ ବାରରେ ଆଇସିଏସଇ ଓ ଆଇଏସଇ ପାଇଁ ଥିବା ପୃଥକ ପୃଥକ ବିକଳ୍ପ ଉପରେ କ୍ଲିକ କରିବାକୁ ପଡ଼ିବ । ତାପରେ ରିପୋର୍ଟ ଉପରେ କ୍ଲିକ କଲେ ଆସିବ ରେଜଲ୍ଟ ଟେବୁଲେସନ୍ । ସେଥିରେ କ୍ଲିକ କଲେ ଛାତ୍ରଛାତ୍ରୀ ନିଦ ରେଜଲ୍ଟ ଜାଣି ପାରିବେ ।

ଏସଏମଏସ୍ ଜରିଆରେ ରେଜଲ୍ଟ ଜାଣିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ମୋବାଇଲ ଫୋନର ମେସେଜ ବକ୍ସରେ ଆଇସିଏସଇ ସହ ସାତ ଟିକିଆ ୟୁନିକ୍ ଆଇଡି ନମ୍ୱର ଟାଇପ୍ କରିବେ । ମେସେଜକୁ ୦୯୨୪୮୦୮୨୮୮୩ ନମ୍ୱରରେ ପଠାଇବାକୁ ହେବ । ତାପରେ ମେସେଜ ଜରିଆରେ ରେଜଲ୍ଟ ମିଳିଯିବ ।

Leave A Reply

Your email address will not be published.