Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ

ରାଶି ଫଳ

ତା ୧୦-୭-୨୦୨୦ ଗୁରୁବାର

ଆଜି ହେଉଛି ୨୦୨୦ ମସିହା ଜୁଲାଇ ତା ୧୦ ରିଖ ଶୁକ୍ରବାର ମିଥୁନ ୨୬ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ପୂର୍ବଭାଦ୍ରପଦ ନକ୍ଷତ୍ର କୁମ୍ଭ ଚନ୍ଦ୍ର

ଘାତ ବାର- ବିଛା ଧନୁ ଓ ମୀନ ରାଶିର
ଘାତ ଚନ୍ଦ୍ର- ମିଥୁନ ରାଶି ପୁରୁଷ ଓ ମୀନ ରାଶିର
ଆଜି- ବେଲ ଖାଇବା ନିଷେଧ

ମେଷ :-
ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ । ବନ୍ଧୁ ଦର୍ଶନର ସୁଯୋଗ ଅଛି । ପୂର୍ବରୁ ଲାଗିଥିବା ମାଲିମକଦ୍ଦମାର ନ୍ୟାୟ ଆପଣଙ୍କ ସପକ୍ଷରେ ମିଳିବ ।ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ ।
ବୃଷ :-
କର୍ମକ୍ଷେତ୍ରରେ ବାଧାବିଘ୍ନ ଦୂରେଇ ଯିବ । ଉଚ୍ଚ କର୍ମକର୍ତ୍ତା ଆପଣଙ୍କ କାର୍ଯ୍ୟ ରେ ସନ୍ତୁଷ୍ଟ ହେବେ । ବିଭିନ୍ନ ଦିଗରୁ ଅର୍ଥ ପାଇବେ । ବ୍ୟବସାୟରେ ପୂର୍ବ ଅପେକ୍ଷା ଆଯ୍ତ ବୃଦ୍ଧି ଘଟିବ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ପାଇବେ ।
ମିଥୁନ :-
ଯଗି ରଖି ଚଳନ୍ତୁ ଶାରୀରିକ ଓ ମାନସିକ ପୀଡା ଅନୁଭବ କରିବେ । ପ୍ରତ୍ୟେକ କ୍ଷେତ୍ରରେ ବିଫଳତା ଦେଖା ଦେବ।ମହିଳାମାନେ ନିଜ ପରିବାରରେ ଅପମାନିତ ଓ ସମାଲୋଚିତ ହେବେ । ପାରିବାରିକ ଜୀବନରେ ମନାନ୍ତର ମତାନ୍ତର ଦେଖା ଦେବ ।
କର୍କଟ :-
ସତର୍କତା ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ । ରାଜନୀତିଜ୍ଞମାନେ ସମାଲୋଚିତ ହୋଇପାରନ୍ତି । କର୍ମ କ୍ଷେତ୍ରରେ ନାନାପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବେ । ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ପାଇବେ ନାହିଁ ।
 ସିଂହ :-
ପ୍ରତେକଟି କାର୍ଯ୍ୟରେ ସିଦ୍ଧି ଲାଭ କରିବେ । ଦେହ ମନ ସୁସ୍ଥ ରହିବ । ଗୁପ୍ତ ଶତ୍ରୁମାନେ ପରାଜିତ ହେବେ । ସ୍ଵାଦିଷ୍ଟ ଭୋଜନ ମିଳିବ । କର୍ମ କ୍ଷେତ୍ରରେ ମାନ ସମ୍ମାନ ପଦ ମର୍ଯ୍ୟାଦା ବୃଦ୍ଧି ପାଇବ ।
କନ୍ୟା :-
ପାରିବାରିକ ସମସ୍ୟା ସମାଧାନ ହୋଇଯିବ । ପିଲାମାନଙ୍କ ଉନ୍ନତିରେ ଖୁସି ହେବେ । ପଦୋନ୍ନତି ସହିତ ସ୍ଥାନାନ୍ତର ହୋଇପାରନ୍ତି । ମହିଳାମାନେ ଗୃହ କାର୍ଯ୍ୟରେ ପ୍ରଶଂସନୀୟା ହେବେ । ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।
ତୁଳା :-
ପାରିବାରିକ ଓ ଆର୍ଥିକ ଦୃଷ୍ଟିରୁ ଆଜି ଆପଣଙ୍କୁ ସଫଳତା ମିଳିବ । ଶତ୍ରୁମାନେ ପରାଜିତ ହେବେ । ସାହିତ୍ୟ କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ । ଦେବ ଦର୍ଶନର ସୁଯୋଗ ରହିଛି ।
ବିଛା :-
ପରିବାରରେ ମନୋମାଳିନ୍ୟ ଦେଖା ଦେଇପାରେ । ସାମାନ୍ୟ ଘଟଣାକୁ ନେଇ ମନାନ୍ତର ମତାନ୍ତର ଦେଖା ଦେଇପାରେ । ଘରେ ବାହାରେ ସବୁଠାରେ ଅପମାନିତ ସମାଲୋଚିତ ହୋଇପାରନ୍ତି । ଆଶା କରୁଥିବା ଦିଗରୁ ବିଫଳତା ଆଉ ହତାଶ ହେବେ ।
ଧନୁ :-
ଅଳ୍ପ ପରିଶ୍ରମରେ ଅଧିକ ସଫଳତା ମିଳିବ । କୌଣସି ମହିଳା କିମ୍ବା ସ୍ତ୍ରୀ ଙ୍କ ପେରଣାରୁ ଉପକୃତ ହେବେ । ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ପାଇବେ । ବହୁଦିନର ମନାନ୍ତର ମତାନ୍ତର ଦୂରେଇ ଯିବ । ସ୍ଵାଦିଷ୍ଟ ଭୋଜନ ମିଳିବ ।
ମକର :-
ପୂର୍ବର ଅଶାନ୍ତି ଦୂରେଇ ଯିବ । ଗୃହକୁ କୌଣସି ଆବଶ୍ୟକୀୟ ଉପକରଣ କ୍ରୟ କରିପାରନ୍ତି । ଅଚାନକ ଧନ ଲାଭର ଯୋଗ ରହିଛି । କାର୍ଯ୍ୟ କ୍ଷେତ୍ରରେ ନୂତନ ନିଯୁକ୍ତି କିମ୍ବା ପଦୋନ୍ନତିର ଯୋଗ ରହିଛି । ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ପାଇବେ ।
କୁମ୍ଭ :-
ଆଜି ଆପଣଙ୍କୁ ସଫଳତା ମିଳିବ । ଘରୋଇ ସମସ୍ୟା ଦୂରେଇ ଯିବ । କର୍ମ କ୍ଷେତ୍ରରେ ସମ୍ମାନିତ ହେବେ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ପାଇବେ । ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ । ସୁସ୍ୱାଦୁ ଭୋଜନ ମିଳିବ ।
ମୀନ:-
ସାମାନ୍ୟ ଘଟଣାକୁ ନେଇ ମନାନ୍ତର ମତାନ୍ତର ଦେଖା ଦେଇପାରେ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଗୁପ୍ତ ଶତୃମାନେ ସକ୍ରିୟ ହୋଇ ଉଠିବେ । ସନ୍ତାନ ସନ୍ତତି ମାନଙ୍କ କାର‌୍ୟ୍ୟକୁ ନେଇ ବିଶାଦ ଗ୍ରସ୍ତ ହେବେ । ଦୂର ଯାତ୍ରା କରନ୍ତୁ ନାହିଁ ଦୁର୍ଘଟଣା ଦେଖା ଦେଇପାରେ ।
ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )
Leave A Reply

Your email address will not be published.