Latest Odisha News

BREAKING NEWS

ଆଜି ଇଦ ଉଲ ଫିତର; ସମ୍ବଲପୁରରେ ୪୬ ପ୍ଲାଟୁନ ଫୋର୍ସ ମୁତୟନ

ଭୁବନେଶ୍ୱର: ଆଜି ଇଦ ଉଲ ଫିତର । ସାରା ଦେଶ ଉତ୍ସବ ମୁଖର । ମୁସଲମାନ ସଂପ୍ରଦାୟର ଏହି ସ୍ୱତନ୍ତ୍ର ପର୍ବ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛ। ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି ହୋଇଛି । ମାସ ସାରା କରିଥିବା ରୋଜା ବା ଉପବାସ ଆଜି ଭାଙ୍ଗିବେ ମୁସଲମାନ ଭାଇଭଉଣୀ।

ଏହି ଅବସରରେ ମସଜିଦରେ ହେବ ସ୍ୱତନ୍ତ୍ର ନମାଜ ପାଠ ।  ଆଜି ଖାଇ ପିଇ ନମାଜ ପାଠ କରି ଦାନ ଧର୍ମ କରିବେ ।  ବଡ଼ ବଡ଼ ମସଜିଦରେ ସମୂହ ନମାଜ ପାଠ କରାଯିବ। ଭାଇଚାରର ଏହି ପର୍ବକୁ ନେଇ ସାରା ଦେଶରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି ।

ଇସଲାମରେ ରମଜାନ ମାସକୁ ପବିତ୍ର ମାସ ବୋଲି ଜ୍ଞାନ କରାଯାଏ। ମାସସାରା ମୁସଲମାନମାନେ ଉପବାସ କରିବା ପରେ ଆଜି ଏହି ଉପବାସକୁ ଭାଙ୍ଗିଥାନ୍ତି ।

ମୁସଲମାନମାନେ ଏଇ ପର୍ବରେ  ନୂଆ ପୋଷାକ ପିନ୍ଧି ସାଙ୍ଗସାଥି, ଜ୍ଞାତି-କୁଟୁମ୍ବଙ୍କ ଭିତରେ ଉପହାରର ଆଦାନ ପ୍ରଦାନ କରିଥାନ୍ତି ।

ଇଦ ଦିନ ସକାଳୁ ମସଜିଦରେ ପ୍ରାର୍ଥନା ପୂର୍ବରୁ ପ୍ରତିଟି ମୁସଲମାନ କିଛିନା କିଛି ଦାନ ବା ଭିକ୍ଷା ଦେଇଥାନ୍ତି । ଏହି ଦାନକୁ ଜକାତ ଉଲ-ଫିତ୍ର କହନ୍ତି।  ଇଦ ପାଇଁ ରାଜ୍ୟରେ କଡା ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ବିଶେଷ କରି ସମ୍ବଲପୁରରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡାକଡି କରାଯାଇଛି । ହନୁମାନ ଜୟନ୍ତୀ ଅବସରରେ ସହରରେ ଦେଖା ଦେଇଥିବା ଉତ୍ତେଜନା ସମାନ୍ୟ ଥମିଥିଲେ ହେଁ ପରିସ୍ଥିତି ପୁରା ଶାନ୍ତ ପଡିନି । ତେଣୁ କାଳେ କିଛି ଅଘଟଣା ଘଟିବ ସେଥିପାଇଁ  ସହରରେ ୪୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ପ୍ରତି ମସଜିଦରେ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।  ବାଇକ ପାଟ୍ରୋଲିଂ ବି କଡାକଡି କରାଯାଇଥିବା  ସମ୍ବଲପୁର ଏସପି  ସୂଚନା ଦେଇଛନ୍ତି ।

Leave A Reply

Your email address will not be published.