Latest Odisha News

BREAKING NEWS

ଶୌଚାଳୟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା ; ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର : ସତ୍ୟନଗର କୋଚିଂ ୟାର୍ଡ଼ରେ ଧାନବାଦ ଏକ୍ସପ୍ରେସର ଟଏଲେଟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା । ଜିଆରପି ପୋଲିସକୁ ମିଳିଛି ମୃତ ମହିଳାଙ୍କ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ । ମୃତ ମହିଳାଙ୍କ ବେକରେ ରହିଛି କ୍ଷତ ଚିହ୍ନ । ମହିଳାଙ୍କୁ ହତ୍ୟା କରାଯାଇଥିବା ଅନୁମାନ ।

ଆଜି ଆସିବ ପୂର୍ଣ୍ଣାଙ୍ଗ ପୋଷ୍ଟମର୍ଟମ ରିପୋର୍ଟ । ବର୍ତ୍ତମାନ ସୁଦ୍ଧା ମୃତ ମହିଳାଙ୍କ ପରିଚୟ ମିଳି ପାରିନାହିଁ। ମୃତ ଦେହ ନିକଟରୁ ଏକ ମୋବାଇଲ ଫୋନ ଜବତ ହୋଇଛି । ମୋବାଇଲ ଫୋନରୁ ସମସ୍ତ ତଥ୍ୟ ମିଳିବା ନେଇ ଆଶା କରୁଛି ପୋଲିସ । ଏଣୁ ଜବତ ମୋବାଇଲକୁ ଯାଞ୍ଚ ପାଇଁ ଏସ୍‌ଏଫ୍‌ଏସ୍‌ଏଲ୍‌କୁ ପଠାଯିବ । ଫୋନ୍ ଜରିଆରେ ହତ୍ୟାକାରୀ ପାଖରେ ପହଞ୍ଚି ପାରିବେ ବୋଲି ପୋଲିସ ଅଧିକାରୀ ଆଶା ପ୍ରକାଶ କରିଛନ୍ତି ।

ସେପଟେ ଆଜି ଭୁବନେଶ୍ୱର ରେଲୱେ ଷ୍ଟେସନର ସମସ୍ତ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯିବ । ୧୪ ଟି ଷ୍ଟେସନର ସିସିଟିଭି ଯାଞ୍ଚ ପାଇଁ ଷ୍ଟେସନ ଇନଚାର୍ଜଙ୍କୁ ଚିଠି ଲେଖିଥିଲେ ଜିଆରପି ପୋଲିସ। ଏନେଇ ଭୁବନେଶ୍ୱର ରେଲୱେ ଷ୍ଟେସନର ଯାତ୍ରୀଙ୍କ ଏଣ୍ଟ୍ରି ଓ ଏକ୍ସିଟର ମଧ୍ୟ ଲିଷ୍ଟ ପ୍ରସ୍ତୁତ କରାଯାଇଛି । ଏଥିସହିତ ଘଟଣା ଦିନ ଧାନବାଦ ଏକ୍ସପ୍ରେସରେ ଡିୟୁଟି ରେ ଥିବା ସମସ୍ତ କର୍ମଚାରୀଙ୍କୁ ପଚରାଉଚରା କରିବ ପୋଲିସ ।

 

Leave A Reply

Your email address will not be published.