ନୂଆଦିଲ୍ଲୀ: କର୍ଣ୍ଣାଟକର ପୁରୁଣା ପାଠର ପୁନରାବୃତ୍ତି କରିବ କଂଗ୍ରେସ। ମୁଖ୍ୟମନ୍ତ୍ରୀ ହେବେ ସିଦ୍ଧରମେୟା। ଡିକେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ। ଏଥିସହିତ ରାଜ୍ୟ କ୍ୟାବିନେଟ୍ରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତାଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି।
ଏନେଇ ଆଜି ନୂଆ ଦିଲ୍ଲୀ ସ୍ଥିତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ କଂଗ୍ରେସ କର୍ମୀଙ୍କ ବୈଠକ ହୋଇଥିଲା। ବୈଠକରେ ଖଡ଼ଗେ ସିଦ୍ଧରମେୟାଙ୍କ ନାଁରେ ମୁଖ୍ୟମନ୍ତ୍ରୀ ମୋହର ମାରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଫଳରେ ଶିବକୁମାରଙ୍କୁ ପୁଣିଥରେ ନିରାଶ ହେବାକୁ ପଡ଼ିଛି।
ଆସନ୍ତାକାଲି(ମେ ୧୮) ଅପରାହ୍ନ ୩ଟା ବେଳେ ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିିଳିଥିବା ବେଳେ ଦଳ ପକ୍ଷରୁ ଏନେଇ କୌଣସି ପ୍ରକାର ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ।
Comments are closed.