ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣ। ଏଥିରେ ସିଆରପିଏଫ୍ କୋବ୍ରା ବାହିନୀର ଦୁଇ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ରହିଛି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ଜରେଇକେଲା ସରଣ୍ଡା ଜଙ୍ଗଲରେ ମାଓବାଦୀମାନେ ଦୁଇଟି ଆଇଇଡି ବିସ୍ଫୋରଣ କରିଛନ୍ତି।
ଶୁକ୍ରବାର ସିଆରପିଏଫ କୋବ୍ରା ବାହିନୀର ଯବାନମାନେ ସରଣ୍ଡା ଜଙ୍ଗଲର ଦୀଘା ଏବଂ ତିରିଲି ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ। ସର୍ଚ୍ଚ ଅପରେସନ ବେଳେ ମାଓବାଦୀମାନେ ଯବାନଙ୍କୁ ଟାର୍ଗେଟ୍ କରି ଆଇଇଡି ବିସ୍ଫୋରଣ କରିଥିଲେ। ଏଥିରେ ଦୁଇ ଜଣ ସିଆରପିଏଫ୍ ଯବାନ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି।
ସେମାନଙ୍କୁ ସାଥି ଯବାନମାନେ ଉଦ୍ଧାର କରି ଚିକିତ୍ସା ପାଇଁ ରାଞ୍ଚି ପଠାଇବାକୁ ବ୍ୟବସ୍ଥା କରୁଥିବାର ସୂଚନା ମିଳିଛି। ମାଓବାଦୀଙ୍କୁ ଏବେ ସହିଦ ସପ୍ତାହ ଚାଲୁଥିବା ବେଳେ ସରଣ୍ଡା ଜଙ୍ଗଲରେ ଏଭଳି ଲଙ୍କାକାଣ୍ଡ ଭିଆଇଛନ୍ତି ନକ୍ସଲ।
Comments are closed.