Latest Odisha News

BREAKING NEWS

ସରଣ୍ଡା ଜଙ୍ଗଲରେ ଆଇଇଡି ବ୍ଲାଷ୍ଟ; ଜଣେ ଯବାନ ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଆଇଇଡ଼ି ବିସ୍ଫୋରଣ। ସର୍ଚ୍ଚ ଅପରେସନ୍‌ ବେଳେ ଆଇଇଡି ବ୍ଲାଷ୍ଟ ହୋଇଥିବା ବେଳେ ଏଥିରେ ଜଣେ ଜବାନ ଗୁରୁତର ହୋଇଛନ୍ତି। ଝାଡ଼ଖଣ୍ଡ ଜାଗୁଆରର ଯବାନ ମନୋଜ ଦମାଇ ଗୁରୁତର ହୋଇଥିବା ସୂଚନା ରହିଛି।

ଗୁରୁତର ଯବାନଙ୍କୁ ଜଙ୍ଗଲ ଭିତରୁ କରାଯାଉଛି ଏୟାରଲିଫ୍ଟ। ଗତ କାଲି ସରଣ୍ଡା ଜଙ୍ଗଲରୁ ୧୮ ହଜାର ଡେଟୋନେଟର୍ ଝାଡ଼ଖଣ୍ଡ ଜାଗୁଆର୍ ଓ ସିଆରପିଏଫ୍‌ର ୬୦ ବାଟାଲିୟନ ମିଳିତ ଭାବେ ସର୍ଚ୍ଚ ଅପରେସନ କରି ୧୮ ହଜାର ଡେଟୋନେଟର୍ ଜବତ କରିଥିଲେ।

Comments are closed.