Latest Odisha News

କୁମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ସହ ଆଇଇଡି ଠାବ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମାରଦୁଲି ଜଙ୍ଗଲରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଆଜି କୁମ୍ବିଂ ଅପରେସନ ବେଳେ ସିଆରପିଏଫ ଏବଂ ଏସଓଜି ଯବାନ ମାଓ କ୍ୟାମ୍ପ ସହ ଦୁଇଟି ଆଇଇଡି ଠାବ କରିଛନ୍ତି । ଏନେଇ କନ୍ଧମାଳ ଏସପି ହରିଶ ବି.ସି ସୂଚନା ଦେଇଛନ୍ତି ।

ନକ୍ସଲଙ୍କ ଗତିବିଧି ଥିବା ଜାଣିପାରି ସିଆରପିଏଫ ଏବଂ ଏସଓଜି ଯବାନ ମିଳିତ ଭାବେ ବାଲିଗୁଡ଼ା ଥାନା ମାରଦୁଲି ଜଙ୍ଗଲରେ କୁମ୍ବିଂ ଅପେରସନ କରୁଥିଲେ । ମାଓ କ୍ୟାମ୍ପରୁ ବହୁ ମାଓ ସାମଗ୍ରୀ ସହ ଦେଶୀ ବନ୍ଧୁକ ଜବତ କରାଯାଇଛି ।

କୁମ୍ବିଂ ଅପରେସନ ଚାଲିଥିବାବେଳେ ସେଠାରେ ରହୁଥିବା ପ୍ରାୟ ୧୫ ଜଣ ନକ୍ସଲ ଛତ୍ର ଭଙ୍ଗଦେଇଥିବା ବେଳେ କେକେବିଏନ ସଙ୍ଗଠନର ବୋଲି ଜଣାପଡ଼ିଛି । ଏନେଇ ସୂଚନା ଦେଇଛନ୍ତି କନ୍ଧମାଳ ଏସପି ହରିଶ ବିସି ।

Leave A Reply

Your email address will not be published.