Latest Odisha News

BREAKING NEWS

କଂଗ୍ରେସର ନିର୍ବାଚନୀ ପ୍ରତିଶ୍ରୁତି: କ୍ଷମତାକୁ ଆସିଲେ ରାଜ୍ୟରେ ଜାତିଭିତିକ ଜନଗଣନା କରାଇବୁ 

ଭୁବନେଶ୍ୱର:ଓଡ଼ିଶା ସରକାର ଓବିସି କମିଶନ ଗଠନ କରି ତରବରିଆ ଭାବେ ଯେଉଁ ସର୍ଭେ କରିଛନ୍ତି ସେଥିରେ ଅନେକ ସଂପ୍ରଦାୟ ବାଦ ପଡ଼ିଯାଇଛନ୍ତି । ଘରକୁ ଘର ବୁଲି ଠିକ୍ ଭାବରେ ସର୍ଭେ କରାଯାଇନାହିଁ । ଆମ ଜନସଂଖ୍ୟାରେ ସମ୍ପୂର୍ଣ୍ଣ ସାମାଜିକ ଓ ଅର୍ଥନୈତିକ ଚିତ୍ରର ସ୍ପଷ୍ଟତା ପାଇବାପାଇଁ କଂଗ୍ରେସ ଦଳ ଦୀର୍ଘଦିନ ଧରି ଦାବି କରିଆସୁଛି । ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଜାତିଭିତ୍ତିକ ଜନଗଣନା କରାଇବୁ । ବିଧାନସଭା ନିର୍ବାଚନ ଘୋଷଣା ପୂର୍ବରୁ ଏମିତି ପ୍ରତିଶ୍ରୁତି ଦେଇଛି କଂଗ୍ରେସ ।
ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ପଛୁଆବର୍ଗ (ଓବିସି) ବିଭାଗର ନବନିଯୁକ୍ତ ଅଧ୍ୟକ୍ଷ ଶ୍ରୀ ବିଜୟାନନ୍ଦ ଚାଉଳିଆଙ୍କୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପ୍ରଥମେ ଶ୍ରୀ ଚାଉଳିଆ ରାମମନ୍ଦିର ଛକଠାରୁ ଏକ ବିଶାଳ “ଓବିସି ଅଧିକାର” ଶୋଭାଯାତ୍ରାରେ ବାହାରି କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ପଂହଚିଥିଲେ । ଏହି ଅବସରରେ ପିସିସି କାର୍ଯ୍ୟାଳୟରେ ପୂର୍ବତନ ରାଜ୍ୟ ଓବିସି ବିଭାଗ ଅଧ୍ୟକ୍ଷ ଶ୍ରୀ ବିଷ୍ଣୁ ଚରଣ ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ୱାଗତ ସମ୍ବର୍ଦ୍ଧନା ଓ ସାଙ୍ଗଠନିକ ସଭାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି  ଶରତ ପଟ୍ଟନାୟକ ନବନିଯୁକ୍ତ ପିସିସି ଓବିସି ବିଭାଗ ଅଧ୍ୟକ୍ଷ ଶ୍ରୀ ଚାଉଳିଆଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରି ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ।
ଅଭିଭାଷଣରେ ପିସିସି ସଭାପତି   କହିଥିଲେ,  କଂଗ୍ରେସ ଦଳ ଓବିସି ବର୍ଗର ନାର୍ଯ୍ୟ ଅଧିକାର ପାଇଁ ସଂଗ୍ରାମ କରିବାକୁ ସଂକଳ୍ପବଦ୍ଧ । ୨୦୨୪ରେ କଂଗ୍ରେସ ସରକାର ଗଢ଼ିଲେ ଓଡ଼ିଶାରେ ନିଶ୍ଚିତ ଜାତିଭିତିକ ଜନଗଣନା କରାଯିବ । ୨୦୦୫ ମସିହାରେ ଉପା ସରକାର ଅମଳରେ ୯୩ତମ ସମ୍ବିଧାନ ସଂଶୋଧନ କରାଯାଇ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗରେ ନାମଲେଖା ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା । ଓଡ଼ିଶା ସରକାର ଶିକ୍ଷା କ୍ଷେତ୍ରରେ ନାମ ଲେଖାପାଇଁ ଓବିସି ବର୍ଗଙ୍କୁ ସଂପୂର୍ଣ୍ଣ ଭାବେ ଉପେକ୍ଷା କରିଛନ୍ତି । ରାଜ୍ୟରେ ୫୦ ପ୍ରତିଶତ ରୁ ଉର୍ଦ୍ଧ୍ୱ ଓବିସି ବର୍ଗର ଜନସାଧାରଣ ଥିବାବେଳେ ଚାକିରି କ୍ଷେତ୍ରରେ ରାଜ୍ୟ ସରକାର ଓବିସି ବର୍ଗପାଇଁ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ଏହି ବର୍ଗ ପାଇଁ ଉପହାସ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
ଓଡ଼ିଶା ସରକାର ଓବିସି କମିଶନ ଗଠନ କରି ତରବରିଆ ଭାବେ ଯେଉଁ ସର୍ଭେ କରିଛନ୍ତି ସେଥିରେ ଅନେକ ସଂପ୍ରଦାୟ ବାଦ ପଡ଼ି ଯାଇଛନ୍ତି । ଘରକୁ ଘର ବୁଲି ଠିକ୍ ଭାବରେ ସର୍ଭେ କରାଯାଇନାହିଁ । କେବଳ ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଓବିସି ବର୍ଗଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ଏହି ସର୍ଭେ କରାଯାଇଥିଲା । ବିହାର ଓ ରାଜସ୍ଥାନରେ ଯେଭଳି ଜାତିଭିତ୍ତିକ ଜନଗଣନା କରାଯାଇଛି ସେହିଭଳି ଓଡ଼ିଶାରେ କରାଯାଉ ।
ଆମ ଜନସଂଖ୍ୟାରେ ସମ୍ପୂର୍ଣ୍ଣ ସାମାଜିକ ଓ ଅର୍ଥନୈତିକ ଚିତ୍ରର ସ୍ପଷ୍ଟତା ପାଇବା ପାଇଁ କଂଗ୍ରେସ ଦଳ ଦୀର୍ଘଦିନ ଧରି ଦାବି କରିଆସୁଛି । ଜାତିଭିତ୍ତିକ ସର୍ଭେ ପାଇଁ ବିଧେୟକ ପାରିତ କରିବାକୁ ଏକ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡକାଯାଉ । ଯାହାଫଳରେ ବିଭିନ୍ନ ଜାତି ଓ ବର୍ଗର ବିକାଶ ପାଇଁ ସର୍ଭେକ୍ଷଣର ରିପୋର୍ଟ ଅନୁଯାୟୀ ସରକାର ଅର୍ଥନୈତିକ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ନୀତି ପ୍ରସ୍ତୁତ କରି ସରକାର ପ୍ରଗତି ଆଣିପାରିବେ ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଶରତ ରାଉତ, ଗଣେଶ୍ୱର ବେହେରା, ପଂଚାନନ କାନୁନଗୋ, ସୁରେଶ କୁମାର ରାଉତରାୟ, ମାନସ ଚୌଧୁରୀ, ସସ୍ମିତା ବେହେରା, ସୁରେଶ ମହାପାତ୍ର, ବାଙ୍କନିଧି ବେହେରା, କୈଳାସ ସାହୁ, ରାଜକିଶୋର ବାରିକ ପ୍ରମୁଖ   ଅଂଶଗ୍ରହଣ କରିଥିଲେ ।

Comments are closed.