Latest Odisha News

BREAKING NEWS

ଡ୍ରାଭିଡଙ୍କୁ ମେଂଟର କରିବା ପାଇଁ ଲକ୍ଷ୍ନୌ, ରାଜସ୍ଥାନ ଆଗ୍ରହୀ

ଅହମ୍ମଦାବାଦ: ବିଶ୍ୱକପ ୨୦୨୩ ପରେ ଭାରତୀୟ କୋଚ ଭାବେ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହୋଇଛି । ଡ୍ରାଭିଡଙ୍କ ଭବିଷ୍ୟତ ପନ୍ଥା ନେଇ ସ୍ପଷ୍ଟ ଭାବେ କୌଣସି ତଥ୍ୟ ହସ୍ତଗତ ହୋଇ ନାହିଁ । ଆଗାମୀ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ଓ ରାଜସ୍ଥାନ ରୟାଲ୍ସ ତାଙ୍କୁ ମେଂଟର କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଲକ୍ଷ୍ନୌ ସହିତ ତାଙ୍କ କଥାବାର୍ତା ଚାଲିଛି । ବିସିସିଆଇ ଓ ଡ୍ରାଭିଡଙ୍କ ମଧ୍ୟରେ ଆଲୋଚନା ଚୂଡାନ୍ତ ହେବା ପରେ ସେ ପରବର୍ତୀ ପଦକ୍ଷେପ ଗ୍ରହଣ କରିବେ । ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସରିବା ପରେ ଡ୍ରାଭିଡ ଭାରତୀୟ ଦଳର କୋଚ ଦାୟିତ୍ୱ ତୁଲାଇଥିଲେ । ତାଙ୍କ ପ୍ରଶିକ୍ଷଣରେ ଭାରତ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଆଇସିସି ଟାଇଟଲ ହାସଲ କରିପାରି ନାହିଁ ।

ଗୌତମ ଗମ୍ଭୀର କୋଲକାତା ନାଇଟ ରାଇଡର୍ସ ସହ ଯୋଗଦେବା ପରେ ଲକ୍ଷ୍ନୌର ମେଂଟର ପଦ ଖାଲି ରହିଛି । ଅପରପକ୍ଷରେ ଡ୍ରାଭିଡ ରାଜସ୍ଥାନ ଫ୍ରାଚାଇଜ ସହ ଏକ ଖେଳାଳି ଓ ଅଧିନାୟକ ଭାବେ ପ୍ରତିନିଧିତ୍ୱ କରିଛନ୍ତି । ସେ ରାଜସ୍ଥାନର ମେଂଟର ମଧ୍ୟ ରହି ସାରିଛନ୍ତି । ଦେଖାଯାଉ ଲକ୍ଷ୍ନୌ ଓ ରାଜସ୍ଥାନ ମଧ୍ୟରେ ଡ୍ରାଭିଡଙ୍କୁ ନେବାରେ କିଏ ସଫଳ ହେଉଛି ।

Leave A Reply

Your email address will not be published.