Latest Odisha News

BREAKING NEWS

ସରକାର ଦାବି ନ ଶୁଣିଲେ ଡିସେମ୍ବର ୧ରୁ ଗଡିବନି ଘରୋଇ ବସ

ଭୁବନେଶ୍ୱର: ସରକାର ଯଦି ଦାବି ନ ଶୁଣନ୍ତି ପୁଣି ହୋଇପାରେ ଘରୋଇ ବସ୍ ଧର୍ମଘଟ । ଘରୋଇ ବସମାଲିକଙ୍କ ଦାବି ନ ମାନିଲେ ଡିସେମ୍ବେର ୧ରୁ ରାଜ୍ୟରେ ଘରୋଇ ବସ ଗଡିବ ନାହିଁ ବୋଲି ଚେତାବନୀ ଦେଇଛି ଘରୋଇ ବସ ମାଲିକ ସଂଘ । ମାଲିକ ସଂଘର ବୈଠକରେ  ଏପରି ନିଷ୍ପତ୍ତି ନିଆ ଯାଇଛି।

ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁଙ୍କ କହିବା ଅନୁଯାୟୀ, ସରକାର ସେମାନଙ୍କର ଦାବି ନ ଶୁଣିଲେ ଡିସେମ୍ବର ୧ତାରିଖରୁ ରାଜ୍ୟବ୍ୟାପି ଧର୍ମଘଟ ହେବ । ତେବେ ତା ପୂର୍ବରୁ ବିଧାନସଭା ସମ୍ମୁଖରେ ଧାରଣା ଦେବା ମାଲିକ ସଂଘ । ଆସନ୍ତା ୨୨ରୁ ଲୋୟର ପିଏମଜିରେ ଧାରଣା ଦେବେ ପ୍ରାୟ ଏକ ହଜାରରୁ ଅଧିକ ବସ ମାଲିକ । ତଥାପି ଯଦି ସରକାର ଦାବି ନ ଶୁଣନ୍ତି ତେବେ ଚକା ବନ୍ଦ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆ ଯାଇଥିବା କହିଛନ୍ତି ଶ୍ରୀ ସାହୁ ।

ସୂଚନାଥାଉ କି, ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ ମାଲିକ ସଂଘ ବରୋଧ କରି ଆସୁଛି । ଏହାର ପ୍ରତିବାଦରେ ଅନେକ ଥର ଧର୍ମଘଟ ଡାକରା ଦେଲାଣି ବସ ମାଲିକ ସଂଘ । ହେଲେ ରାଜ୍ୟ ସରକାର ଦାବି ପୂରଣ ପାଇଁ ପ୍ରତିଶ୍ରତି ଦେବା ପରେ ଧର୍ମଘଟକୁ ସ୍ଥଗିତ ରଖାଯାଉଛି ।  ଅକ୍ଟୋବର ୨୦ ତାରିଖରେ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା । ଆଲୋଚନା ପରେ ଧର୍ମଘଟ ସ୍ଥଗିତ ରଖିଥିଲେ ମାଲିକ ସଂଘ।

Comments are closed.