Latest Odisha News

BREAKING NEWS

ପାକ୍ ଉପରେ ଭାରତ ଆକ୍ରମଣ କଲେ ଉତ୍ତର-ପୂର୍ବାଞ୍ଚଳର ୭ ରାଜ୍ୟକୁ ଅକ୍ତିଆର କରିବୁ: ୟୁନୁସଙ୍କ ସହଯୋଗୀ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ମନରେ ଭୟ ଦେଖାଦେଇଛି।

କାରଣ ଭାରତୀୟ ସେନା କୌଣସି ମୂହୁର୍ତ୍ତରେ ମଧ୍ୟ ପାକିସ୍ତାନ ଉପରେ ଆକ୍ରମଣ କରିପାରେ। କିନ୍ତୁ ଏହା ମଧ୍ୟରେ ବାଂଲାଦେଶ ପାକିସ୍ତାନକୁ ସମର୍ଥନ କରୁଥିବ ଦେଖିବାକୁ ମିଳୁଛି। ତେବେ ମହମ୍ମଦ ୟୁନୁସଙ୍କ ନିକଟତମ ସହଯୋଗୀ ଅର୍ଥାତ୍ ବାଂଲାଦେଶର ଅବସରପ୍ରାପ୍ତ ମେଜର ଜେନେରାଲ ଏଏଲଏମ ଫଜଲୁର ରହମାନ କହିଛନ୍ତି ଯେ ଯଦି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରେ ତାହେଲେ ବାଂଲାଦେଶ ଚାଇନା ସହ ହାତ ମିଳାଇ ତୁରନ୍ତ ଉତ୍ତର-ପୂର୍ବାଞ୍ଚଳ ଉପରେ ଆକ୍ରମଣ କରିବା ସହ ୭ ରାଜ୍ୟକୁ ଅକ୍ତିଆର କରିନେବୁ ବୋଲି ଧମକ ଦେଇଛନ୍ତି। ପୂର୍ବତନ ଜେନେରାଲ କହିଛନ୍ତି ଯେ ଚୀନ୍ ସହିତ ମିଶି ସାମରିକ ବ୍ୟବସ୍ଥା ଉପରେ ଆଲୋଚନା ଆରମ୍ଭ କରିବା ଆବଶ୍ୟକ।

ପହଲଗାମ ଆକ୍ରମଣରେ ଆତଙ୍କବାଦୀମାନେ ୨୬ ଜଣ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କୁ ଧର୍ମ ପଚାରି ସେମାନଙ୍କର ହତ୍ୟା କରିଥିଲେ।ତେବେ ଚୀନ ଗସ୍ତ ସମୟରେ ୟୁନୁସ ନିଜକୁ ଉତ୍ତର-ପୂର୍ବ ଭାରତର ନେତା ଭାବରେ ଘୋଷଣା କରିଥିଲେ ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

ଯେତେବେଳେ ଶେଖ ହସିନାଙ୍କ ସରକାର ବାଂଲାଦେଶ ରେ ଥିଲା ସେତେବେଳେ ବାଂଲାଦେଶ ସହ ଭାରତ ସମ୍ପର୍କ ସୁଦୃଢ ଥିଲା କିନ୍ତୁ ବର୍ତ୍ତମାନ ସେ ଭାରତରେ ହିଁ ଲୁଚି ରହିଛନ୍ତି। ସରକାର ପରିବର୍ତ୍ତନ ପରେ ବର୍ତ୍ତମାନ ଭାରତ ବିରୋଧୀ ବ୍ୟକ୍ତି ବିଶେଷ ଓ ଅନେକ ବିରୋଧୀ ଷଡ଼ଯନ୍ତ୍ର ବାଂଲାଦେଶରେ ବିସ୍ତାରିତ ହେଲେଣି। ଯାହା ଫଳରେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ କ୍ରମାଗତ ଭାବେ ଆକ୍ରମଣ ବଢ଼ିବାରେ ଲାଗିଛି।

ତେବେ ହାସିନାଙ୍କୁ ଫେରାଇ ଆଣିବାକୁ ବାଂଲାଦେଶ ଭାରତ ବିରୁଦ୍ଧରେ ଅନ୍ତର୍ଜାତୀୟ ଅଦାଲତର ଦ୍ୱାରସ୍ଥ ହୋଇଛି। କେବଳ ଏତିକି ନୁହେଁ ସୀମାରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି।

 

 

Comments are closed.