Latest Odisha News

BREAKING NEWS

ଯଦି ମୋ ହାତରେ ଥାନ୍ତା ତେବେ ମୁଁ ଗ୍ୟାଙ୍ଗଷ୍ଟର ଓ ଦୁଷ୍କର୍ମକାରୀଙ୍କୁ ବିଚ୍ ବଜାରରେ ପରେଡ୍ କରାନ୍ତି: ଅଶୋକ ଗେହେଲୋଟ୍

ଉଦୟପୁର: ଯଦି ମୋ ହାତରେ ଥାନ୍ତା ତେବେ ମୁଁ ଗ୍ୟାଙ୍ଗଷ୍ଟର ଓ ଦୁଷ୍କର୍ମକାରୀଙ୍କୁ ବିଚ୍ ବଜାରରେ ଲୋକଙ୍କ ସାମ୍ନାରେ ପରେଡ୍ କରାନ୍ତି। ଫଳରେ ତାଙ୍କୁ ଲାଜ ଲାଗନ୍ତା। ଆଉ ସେ ଅପରାଧ କରିବା ପୂର୍ବରୁ ଭାବନ୍ତେ। ଗୁରୁବାର ସାମ୍ବାଦିକଙ୍କୁ ସମ୍ବୋଧନ କରି ଏପରି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ।

ଭ୍ରଷ୍ଚାଚାରୀ ଅଫିସରମାନଙ୍କର ତଥ୍ୟକୁ ସଧାରଣରେ ପ୍ରକାଶ ନ କରିବାକୁ ରାଜ୍ୟ ଆଣ୍ଟି କରପସନ ବ୍ୟୁରୋ(ଏସିବି) ନେଇଥିବା ପଦକ୍ଷେପ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଥିଲା। ଯାହାର ଉତ୍ତର ଦେଇ ଏପରି କହିଥିଲେ ଅଶୋକ।

ଭ୍ରଷ୍ଟାଚାରୀ ଅଫିସରଙ୍କ ପରିଚୟ କାହିଁକି ଲୁଚାଯିବ ବୋଲି ନେଇ ପ୍ରଶ୍ନ କରିବାରୁ ମୁଖ୍ୟମନ୍ତ୍ରୀ କହିଛନ୍ତି “ଆମେ ଏହା ତଦାରଖ କରିବୁ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଭଳି ପଦକ୍ଷେପ ନିଆଯାଇଛି।” କୋର୍ଟରେ ଅଭିଯୁକ୍ତ ଦୋଷୀ ପ୍ରମାଣିତ ନ ହେବା ଯାଏ ସେମାନଙ୍କର ନାଁ ଫଟୋ କିମ୍ବା ବ୍ୟକ୍ତିଗତ ତଥ୍ୟ ଶେୟାର ନ କରିବାକୁ ଏସିବି କହିଛି ବୋଲି ଗେହେଲୋଟେ କହିଛନ୍ତି।

ହେମନ୍ତ ପ୍ରିୟଦର୍ଶୀ ଅତିରିକ୍ତ ଭାବେ  ରାଜ୍ୟର ଏସିବି ମୁଖ୍ୟ ଦାୟିତ୍ୱ ନବାର ତୁରନ୍ତ ପରେ ଏହି ନିର୍ଦ୍ଦେଶ ଜାରି ହୋଇଥିଲା। କେବଳ ଭ୍ରଷ୍ଚାଚାରୀ ଅଫିସର କେଉଁ ବିଭାଗର, ଓ ତାଙ୍କ ପଦଭାର ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦିଆଯିବ ବୋଲି ସେ ସୂଚନା କହିଛନ୍ତି। ଏନେଇ ସେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଦାହରଣ ଦେଇ ପ୍ରିୟଦର୍ଶୀ କହିଛନ୍ତି ଯେ ଏପରି କରିବାକୁ ଆଇନ୍‌ରେ ନିର୍ଦ୍ଦେଶ ରହିଛି। ତେବେ ଏହାକୁ ନେଇ ଗେହେଲୋଟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି।

ବିଜେପି ରାଜ୍ୟ ସଭାପତି ସତିଶ ପୁନିଆ ଏହି ସରକାରୀ ନିର୍ଦ୍ଦେଶର ଏକ କପିକୁ ଟ୍ୱିଟ୍ କରି ଲେଖିଛନ୍ତି “ କଂଗ୍ରେସ ଭ୍ରଷାଚାର ସହ ଓ ଭ୍ରଷ୍ଟାଚାର କଂଗ୍ରେସ ସହ।” ରାଜ୍ୟ ସରକାରଙ୍କର ଏପରି ନିର୍ଦ୍ଦେଶକୁ ସେ ତୁଗଲକୀ ହୁକୁମ ବୋଲି କହିଛନ୍ତି। ସେହିପରି  ବିରୋଧୀ ଦଳ ଉପନେତା ରାଜେନ୍ଦ୍ର ରାଠୋର ମଧ୍ୟ ଏହାକୁ ଗଣମାଧ୍ୟମର ସ୍ୱାଧିନତାକୁ ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ଏଭଳି ନିୟମ ଜାରି କରି ଭ୍ରଷ୍ଚାଚାରୀଙ୍କୁ ସୁରକ୍ଷା ଦେଉଥିବା ରାଜେନ୍ଦ୍ର ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.