Latest Odisha News

BREAKING NEWS

‘ଦରକାର ପଡ଼ିଲେ ଯେକୌଣସି ଦେଶକୁ ଧ୍ବଂସ କରିଦେବୁ- ଟ୍ରମ୍ପ

ଓ୍ବାଶିଂଟନ୍: ବିଶ୍ୱ ରାଜନୀତିରୁ ଆସିଛି ଏକ ବଡ଼ ଖବର। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ସେଠାକାର ନ୍ୟାୟପାଳିକା ମଧ୍ୟରେ ଚାଲିଥିବା ଟ୍ୟାରିଫ୍ ଯୁଦ୍ଧ ଏବେ ଭୟଙ୍କର ମୋଡ଼ ନେଇଛି। ନିଜର ଆମଦାନୀ ଶୁଳ୍କ ବା ଟ୍ୟାରିଫ୍ ନୀତି ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇବା ପରେ କ୍ଷୁବ୍ଧ ହୋଇଛନ୍ତି ଟ୍ରମ୍ପ। ଏମିତିକି ସେ ଏକ ବିବାଦୀୟ ବୟାନ ଦେଇ କହିଛନ୍ତି ଯେ, ସେ ଚାହିଁଲେ ଦୁନିଆର ଯେକୌଣସି ଦେଶକୁ ବରବାଦ କରିଦେବେ ।

ଆମେରିକା ସୁପ୍ରିମକୋର୍ଟଙ୍କ ବଡ଼ ଝଟକା ! ରାଷ୍ଟ୍ରପତି ଟ୍ରମ୍ପଙ୍କ ଟ୍ୟାରିଫ୍ ନୀତିକୁ ବେଆଇନ ଘୋଷଣା କରିଛନ୍ତି ଆମେରିକାର ସର୍ବୋଚ୍ଚ ଅଦାଲତ । ୧୯୭୭ର ଇଣ୍ଟରନ୍ୟାସନାଲ୍ ଇମରଜେନ୍ସି ଇକୋନୋମିକ ପାୱାର୍ସ ଆକ୍ଟ ଅଧୀନରେ ଟ୍ରମ୍ପ ଲଗାଇଥିବା ‘ରେସିପ୍ରୋକାଲ୍ ଟ୍ୟାରିଫ୍’ ବା ପାଲଟା ଶୁଳ୍କକୁ କୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ – ରାଷ୍ଟ୍ରପତି ନିଜ ମନମାନି ଅନୁସାରେ ଅନ୍ୟ ଦେଶ ଉପରେ ଟ୍ୟାରିଫ୍ ଲଦି ପାରିବେ ନାହିଁ ।

କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଗର୍ଜିଛନ୍ତି ଡୋନାଲ୍ଡ ଟ୍ରମ୍ପ। ସେ ଗଣମାଧ୍ୟମରେ କୋର୍ଟଙ୍କ ଆଭିମୁଖ୍ୟକୁ ଲଜ୍ଜା ଜନକ ବୋଲି କହିଛନ୍ତି। ତାଙ୍କ କହିବା କଥା -ଜଣେ ରାଷ୍ଟ୍ରପତି ଭାବେ ତାଙ୍କ ପାଖରେ ଯେକୌଣସି ଦେଶ ସହ ବ୍ୟାପାର ବନ୍ଦ କରିବା କିମ୍ବା ବ୍ୟାନ ଲଗାଇବା ଶକ୍ତି ଅଛି, କିନ୍ତୁ କୋର୍ଟ ତାଙ୍କୁ ଟ୍ୟାରିଫ୍ ଲଗାଇବାରେ ରୋକୁଛନ୍ତି। ଏହି ନିଷ୍ପତ୍ତି ଆମେରିକା ସ୍ୱାର୍ଥ ବିରୋଧୀ ଏବଂ ବିଦେଶୀ ଶକ୍ତିକୁ ଲାଭ ପହଞ୍ଚାଇବା ପାଇଁ କରାଯାଇଛି ବୋଲି କହିଛନ୍ତି ଟ୍ରମ୍ପ ।
ଏହି ଟ୍ୟାରିଫ୍ ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ଏବେ ଅନିଶ୍ଚିତତା ଦେଖାଦେଇଛି। ଭାରତ ସମେତ ଆମେରିକା ସହ ବାଣିଜ୍ୟ ଚୁକ୍ତି ରହିଥିବା ଦେଶ ଗୁଡ଼ିକ ପ୍ରଭାବିତ ହେଉଛନ୍ତି। ବିଶେଷଜ୍ଞଙ୍କ ମତରେ, ଆମେରିକା ରାଷ୍ଟ୍ରପତି ଏବଂ ନ୍ୟାୟପାଳିକା ମଧ୍ୟରେ ଏହି ବିବାଦ ଆଗକୁ ଆହୁରି ଘନେଇବ। କାରଣ କୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଟ୍ରମ୍ପ ନିଜ ଜିଦ୍‌ରେ ଅଟଳ ରହିଛନ୍ତି ।

Leave A Reply

Your email address will not be published.