Latest Odisha News

BREAKING NEWS

କହୁ କହୁ ଏତେ ବଡ କଥା କହିଦେଲେ ଟିଏମସି ନେତା ଶେଖ ଆଲାମ !

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବର୍ତମାନ ଛକାପଞ୍ଝା ଓ ବୟାନବାଜୀର ପାଗଳାମୀ ଆରମ୍ଭ ହୋଇଛି । ଗୁରୁବାର ଟିଏମସି ନେତା ଶେଖ ଆଲାମ କହୁ କହୁ ବହୁତ ବଡ ବିବାଦୀୟ କଥା କହି ଦେଇଛନ୍ତି । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ଭାରତରେ ୩୦ ପ୍ରତିଶତ ମୁସଲମାନ ରହିଛନ୍ତି । ଆମେ ଯଦି ଏକାଠି ହୋଇଯିବୁ ତାହାହେଲେ ୪ଟି ପାକିସ୍ତାନ ତିଆରି କରିଦେବୁ ବୋଲି କହିଛନ୍ତି ।

ବିଜେପି ପ୍ରଭାରୀ କୈଳାସ ବିଜୟଭର୍ଗିଆ କହିଛନ୍ତି, ମମତା ବାନାର୍ଜୀ ଭୋଟ ପାଇଁ ଯାହା କରୁଛନ୍ତି ତାହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ । ଗୋଟିଏ ପଟେ ଚଣ୍ଡୀପାଠ କରୁଥିବା ବେଳେ ଅନ୍ୟ ପଟେ ତାଙ୍କ ଦଳ ଲୋକ ପାକିସ୍ତାନ ନିର୍ମାଣ କଥା କହୁଛନ୍ତି । ଖେଖଙ୍କ ବୟାନ ନେଇ ଟିଏମସି ପକ୍ଷରୁ କୌଣସି ମନ୍ତବ୍ୟ ଆସି ନାହିଁ ।

Leave A Reply

Your email address will not be published.