Latest Odisha News

କ’ଣ ଆପଣ ବି ପୁରା ସପ୍ତାହ ପାଇଁ କିଣୁଛନ୍ତି ପରିବା, ତେବେ ହୋଇଯାଆନ୍ତୁ ସାବଧାନ

ଶାଗ-ପନିପରିବାରୁ ମିଳୁଥିବା ପୋଷକ ତତ୍ତ୍ୱ ଶରୀରକୁ ସଠିକ ପରିମାଣରେ ଯୋଗାଇବାକୁ ହେଲେ, ସେଗୁଡିକ କିଣିବା ଠାରୁ ଆରମ୍ଭ କରି ରାନ୍ଧିବା ପର୍ଯ୍ୟନ୍ତ ସଠିକ୍ ପଦ୍ଧତି ଅନୁସରଣ କରାଯିବା ଉଚିତ୍ । ଏସବୁ କ୍ଷେତ୍ରରେ ଯଦି ସାଧାରଣ ଅସାବଧାନତା ଅବଲମ୍ବନ କରାଯାଏ, ତେବେ ଅନେକ ପ୍ରକାରର କ୍ଷତି ହୋଇପାରେ ।

ଭୁବନେଶ୍ଵର: ସବୁଜ ଶାଗ-ପନିପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ | ଋତୁ ଅନୁଯାୟୀ ମିଳୁଥିବା ପନିପରିବାରେ ଅନେକ ଫାଇଦା ମିଳିଥାଏ । ସେଗୁଡ଼ିକୁ ଖାଇବା ଦ୍ୱାରା ଶରୀର ସମ୍ପୂର୍ଣ୍ଣ ସୁସ୍ଥ ରହିଥାଏ | ଡାକ୍ତରଙ୍କ ମତାନୁସାରେ, ଯଦି ଆମେ ପ୍ରତିଦିନ ବିଭିନ୍ନ ରଙ୍ଗର ପନିପରିବା ଖାଇଥାଉ ତେବେ ଆମର ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ସୁସ୍ଥ ରହିବ | ତଥାପି, କିଛି ଜିନିଷର ଯତ୍ନ ନେବା ଜରୁରୀ ଅଟେ ଯାହାଦ୍ୱାରା ଋତୁ କାଳିନ ପନିପରିବାରୁ ସ୍ୱାସ୍ଥ୍ୟକୁ ସମ୍ପୂର୍ଣ୍ଣ ପୋଷକ ତତ୍ତ୍ଵ ମିଳିପାରିବ | ତେବେ ଆସନ୍ତୁ ଜାଣିବା…

ପନିପରିବା ଖାଇବାର ସଠିକ ଉପାୟ

  • ଖାଉଥିବା ତରକାରୀରେ ରୁଟି ଖଣ୍ଡ ଅଳ୍ପ ବୁଡାଇ ଖାଇବା ଉଚିତ୍ ନୁହେଁ | ଭାତ କିମ୍ବା ରୁଟି ଖାଇବା ସମୟରେ ସମାନ ପରିମାଣର କିମ୍ବା ଦୁଇଗୁଣ ଅଧିକ ତରକାରୀ ଖାଇବା ଉଚିତ୍ ।
  • ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟର ଗୋଟେ ବାଉଲ୍ ପତ୍ୟକଦିନ ସକାଳେ ଏବଂ ସନ୍ଧ୍ୟାରେ ଖାଇବା ଉଚିତ୍ | କାରଣ ଏଥିରେ ଥିବା ଭିଟାମିନ୍ ବି ଏବଂ ସି ଶରୀର ସଂରକ୍ଷଣ କରିପାରିବ ନାହିଁ । ତେଣୁ ସେଗୁଡିକ ପ୍ରତିଦିନ ଖାଇବା ଆବଶ୍ୟକ |
  • ରାନ୍ଧିବା ପୂର୍ବରୁ ଡାଲିକୁ ପ୍ରାୟ ୧୦-୧୨ ଘଣ୍ଟା ଭିଜାଇ ରଖିବା ଦ୍ଵାରା ସେଥିରୁ କିଛି କ୍ଷତିକାରକ ଉପାଦାନ ବାହାରି ଯାଇଥାଏ ।
  • ଭାତ ଏବଂ ରୁଟିରେ ଯେତିକି ପରିମାଣର ଶ୍ଵେତସାର ଆଳୁରେ ମଧ୍ୟ ସେତିକି ପରିମାଣର ଥାଏ । ତେଣୁ ଭାତ ଏବଂ ରୁଟି ଭଳି ଆଳୁ ମଧ୍ୟ ଶରୀର ପାଇଁ ସମାନ କାର୍ଯ୍ୟ କରିଥାଏ |
  • ପତ୍ରକୋବି ଏବଂ ପାଳଙ୍ଗ ପରି ପତ୍ରଯୁକ୍ତ ପନିପରିବାଗୁଡ଼ିକୁ ସାଲାଡ ଭାବରେ ଖାଇବା ପୂର୍ବରୁ ତାହାକୁ ଭଲ ଭାବରେ ଅଲଗା ଅଲଗା କରି ଧୋଇବା ଉଚିତ୍ | ଏହାକୁ ୫ ମିନିଟ୍ ପର୍ଯ୍ୟନ୍ତ ଉଷୁମ ପାଣିରେ ବୁଡାଇ ରଖିବା ଉଚିତ୍ |
  • ଯଦି ଆପଣ କୌଣସି ଭୋଜିଭାତ ଖାଇବାକୁ ଯାଉଥାନ୍ତି ତେବେ ସାଲାଡ ଠାରୁ ନିଜକୁ ଦୂରେଇ ରୁହନ୍ତୁ | ବାସ୍ତବରେ, ଏସବୁ କଞ୍ଚା ପନିପରିବା ଯଦି ସଠିକ୍ ଭାବରେ ଧୁଆ ଯାଇ ନଥାଏ ତେବେ ସଂକ୍ରମଣ ହେବାର ଆଶଙ୍କା ଥାଏ |
  • ରାସ୍ତା କଡ଼ରେ ବିକ୍ରି ହେଉଥିବା ସାଲାଡକୁ ଖାଆନ୍ତୁ ନାହିଁ

ଋତୁ କାଳିନ ପନିପରିବା କାହିଁକି ଖାଇବା ଉଚିତ୍?

  • ସବୁଜ ପନିପରିବା ଖାଇବା ଲାଭଦାୟକ ଅଟେ | ଋତୁ କାଳିନ ପନିପରିବାରେ କମ୍ କୀଟନାଶକ ଏବଂ ରାସାୟନିକ ସାର ବ୍ୟବହାର କରାଯାଏ | ତେଣୁ ସେମାନଙ୍କର ସ୍ୱାଦ ମଧ୍ୟ ଭଲ ରହିଥାଏ |
  • ସତେଜ ପନିପରିବାରେ ଭଲ ପରିମାଣର ଫାଇବର ଥାଏ, ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ ଏବଂ ଶରୀରରେ ଡିହାଇଡ୍ରେସନକୁ ରୋକିଥାଏ |
  • ସବୁଜ ପନିପରିବା ଖାଇବା ଦ୍ୱାରା ରକ୍ତ ସ୍ତରର ରକ୍ଷଣାବେକ୍ଷଣ, ଦୃଷ୍ଟି ଶକ୍ତି, ସ୍ନାୟୁ ସ୍ୱାସ୍ଥ୍ୟ, ଚର୍ମ ଏବଂ ଚେହେରା ଚମକ, ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରେ |

ସବୁଜ ପନିପରିବା କିପରି ବ୍ୟବହାର କରିବେ

  • ପନିପରିବାରେ ମିଳୁଥିବା ପୋଷକ ତତ୍ତ୍ୱରୁ ଶରୀରକୁ ଯଥେଷ୍ଟ ପରିମାଣରେ ଯୋଗାଇବାକୁ ହେଲେ ସେଗୁଡିକ କିଣିବା ଏବଂ ରାନ୍ଧିବା ପ୍ରଣାଳୀ ସଠିକ୍ ହେବା ଉଚିତ |
  • ଅନେକ ଲୋକ ସପ୍ତାହରେ ଥରେ ବଜାରକୁ ଯାଆନ୍ତି ଏବଂ ପୁରା ସପ୍ତାହ ପାଇଁ ପନିପରିବା କିଣନ୍ତି | ଏହି ପଦ୍ଧତି ଉଭୟ ଠିକ ଏବଂ ଭୁଲ ଅଟେ | ଏହି ପଦ୍ଧତି କେବଳ ସେହି ପନିପରିବା ପାଇଁ ଉପଯୁକ୍ତ ଯାହା ସହଜରେ ନଷ୍ଟ ହୁଏ ନାହିଁ |
  • କେବଳ ସତେଜ ପନିପରିବା କିଣନ୍ତୁ | ଶୁଖିଲା ପନିପରିବା କିଣନ୍ତୁ ନାହିଁ |
  • ପନିପରିବା ସବୁବେଳେ ଦିନବେଳା କିଣନ୍ତୁ ରାତିରେ ନୁହେଁ । କାରଣ ଅନ୍ଧାର ହେଲେ ପନିପରିବାର ପ୍ରକୃତ ରଙ୍ଗ କୃତ୍ରିମ ଆଲୋକରେ ଦେଖାଯାଏ ନାହିଁ |
  • ପନିପରିବା କିଣି ଆଣିବା ପରେ ପ୍ରଥମେ ଏହାକୁ ଭଲଭାବରେ ପାଣିରେ ଧୋଇ ଦିଅନ୍ତୁ |
  • ଏକ ବଡ ପାତ୍ରରେ ସାମାନ୍ୟ ଉଷୁମ୍ ପାଣିରେ କିଛି ଲୁଣ କିମ୍ବା ଭିନେଗାର ମିଶାଇ ଧୁଆ ହୋଇଥିବା ପନିପରିବାକୁ ସେଥିରେ ୧୦/୧୫ ମିନିଟ୍ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ ।
  • ପନିପରିବା କାଟିବା ପୂର୍ବରୁ ଉଷୁମ ପାଣିରେ ଭଲଭାବରେ ଧୋଇଲେ କାଟିବା ପରେ ଆଉ ଧୋଇବାକୁ ପଡିନଥାଏ । ଯଦ୍ଵାରା ଏଥିରେ ଥିବା ଭିଟାମିନ୍ ଏବଂ ମିନେରାଲ୍ସ ସୁରକ୍ଷିତ ରହିଥାଏ |
  • ପନିପରିବା ରାନ୍ଧିବାବେଳେ ମନେରଖନ୍ତୁ ଯେ ସେଥିରେ ଥିବା ପୋଷକ ତତ୍ତ୍ୱ ଯେପରି ଯଥାସମ୍ଭବ ମିଳିପାରିବ | ସ୍ୱାଦ ପାଇଁ ଖାଦ୍ୟକୁ ବେଶି ସମୟ ରାନ୍ଧନ୍ତୁ ନାହିଁ ।

Comments are closed.