ଭୁବନେଶ୍ବର: ନିଜ ପରିବାର ପାଇଁ ଘର କିଣିବା ସମସ୍ତଙ୍କର ସବୁଠାରୁ ବଡ ସ୍ୱପ୍ନ ଥାଏ । ତେବେ ଯେଉଁମାନେ ପ୍ରଥମ ଥର ପାଇଁ ଘର କିଣିବାକୁ ଯାଉଛନ୍ତି, ସେମାନେ ଏହି ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍ ।
ହୋମ ଲୋନ୍
ଯଦି ଆପଣ ଲୋନ ନେଇ ଏକ ଘର ନେବାକୁ ଚାହୁଁଛନ୍ତି ଏବଂ ଆପଣଙ୍କର କ୍ରେଡିଟ୍ ସ୍କୋର ଭଲ ଅଛି, ତେବେ ବ୍ୟାଙ୍କଗୁଡିକ ଆପଣଙ୍କ ପ୍ରପଟି ମୂଲ୍ୟର ୯୦ପ୍ରତିଶତ ଲୋନ ଦେଇପାରିବେ । କିନ୍ତୁ ଏଠାରେ ଆପଣ ଏକ ବୁଦ୍ଧିମାନ ନିଷ୍ପତ୍ତି ନେଇ ଅଧିକ ଡାଉନ୍ ପେମେଣ୍ଟ୍ କରିବା ଉଚିତ୍ । ଏହାଦ୍ବାରା ଇଏମଆଇର ଅଧିକ ବୋଝ ଆପଣଙ୍କ ଉପରେ ପଡିବ ନାହିଁ । ହୋମ ଲୋନ୍ ନେବା ପୂର୍ବରୁ, ବିଭିନ୍ନ ବ୍ୟାଙ୍କ ଏବଂ ଏନବିଏଫସି( NBFC) ସହିତ ଯୋଗାଯୋଗ କରନ୍ତୁ ଏବଂ ଆପଣ କେଉଁଠାରୁ ଶସ୍ତା ଲୋନ ପାଇପାରିବେ ତାହା ସମ୍ପର୍କରେ ଜାଣି ରଖନ୍ତୁ ।
ଖର୍ଚ୍ଚ
ହୋମ ଲୋନ୍ ନେବା ପୂର୍ବରୁ ନିଜର ଖର୍ଚ୍ଚର ହିସାବ କରନ୍ତୁ ଏବଂ ଯେଉଁଠାରେ ଖର୍ଚ୍ଚ ହ୍ରାସ କରି ହେବ ଅବା ଅଯଥା ଖର୍ଚ୍ଚ ବନ୍ଦ କରି ହେବ ତାହା ଆପଣାନ୍ତୁ । ଅଯଥା ଖର୍ଚ୍ଚ ବନ୍ଦ ହେଲେ ଭବିଷ୍ୟତରେ କୌଣସି ଇଏମଆଇ ଭରିବାର ଅସୁବିଧା ହେବ ନାହିଁ ।
ଦରମା
ଘର ଋଣ ନେବାବେଳେ, ନିଜ ଦରମାକୁ ଦୃଷ୍ଟିରେ ରଖନ୍ତୁ ଏବଂ ଆଗାମୀ ବର୍ଷରେ ନିଜର ଦରମାରେ କେତେ ବୃଦ୍ଧି ହେବ ତାହା ବିଚାର କରନ୍ତୁ । ଏଥିସହ ଏହା ମଧ୍ୟ ଧ୍ୟାନ ରଖନ୍ତୁ ଯେ ଆପଣଙ୍କ ଦରମାରେ ଘରର ସମସ୍ତ ଖର୍ଚ୍ଚ ବହନ କରିବାକୁ ପଡିବ ।
ଘରର ମୂଲ୍ୟ
ଘର ହେଉଛି ଏପରି ଏକ ସମ୍ପତ୍ତି ଯାହା ବାରମ୍ବାର କିଣାଯାଏ ନାହିଁ | ତେଣୁ ନିଜ ଟଙ୍କାକୁ ଭାବିଚିନ୍ତି ବିନିଯୋଗ କରନ୍ତୁ । ଯଦି ପୂର୍ବରୁ ଟଙ୍କା ସଞ୍ଚୟ କରିଛନ୍ତି ଏକ ଦାମୀ ଘର କିଣିବାକୁ ତେବେ ଏହା ଠିକ ଅଛି । ନଚେତ୍, ଆପଣ ଏପରି ଏକ ଘର ମଧ୍ୟ କିଣି ପାରିବେ ଯାହାର ମୂଲ୍ୟ କମ୍ ଅଟେ ଏବଂ ପରେ କମ୍ ମୂଲ୍ୟରେ ମରାମତି କରାଯାଇପାରିବ ।
Comments are closed.