Latest Odisha News

ବେକାର ଥିଲେ ମିଳିବ ୨ ହଜାର ୫୦୦ ଟଙ୍କା !

ରାୟପୁର: ବେକାର ଯୁବକ ଯୁବତୀଙ୍କୁ ମିଳିବ ମାସିକ ୨ ହଜାର ୫୦୦ ଟଙ୍କା। ଏଥିପାଇଁ କିନ୍ତୁ କିଛି ସର୍ତ୍ତ ରହିଛି। ନିକଟରେ ଝାଡଖଣ୍ଡ ସରକାର ବେକାରୀ ଭତ୍ତା ବ୍ୟବସ୍ଥା ଘୋଷଣା କରିଥିଲେ। ଆଉ ଏହି କ୍ରମରେ ଏବେ ଛତିଶଗଡ ସରକାର ଘୋଷଣା କରିଛନ୍ତି। ସୋମବାର ଛତିଶଗଡ଼ ସରକାର ରାଜ୍ୟର ବେକାର ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ ମାସିକ ୨୫୦୦ ଟଙ୍କା ଭତ୍ତା ଘୋଷଣା କରିଛନ୍ତି।

BjdElectrycity

୨୦୨୩-୨୦୨୪ ମସିହା ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ ବେଳେ ଏହି ଘୋଷଣା କରାଯାଇଛି। ଏହି ଭତ୍ତା ବାବଦକୁ ସରକାର ୨୫୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି।

ଆଗକୁ ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ ବେକାରୀ ଭତ୍ତା ଦେଇ କଂଗ୍ରେସ ସରକାର ଗୋଟିଏ ବଡ ଭୋଟ୍ ବ୍ୟାଙ୍କ ହାତେଇବାରେ ସଫଳ ହେବା ବୋଲି କୁହାଯାଉଛି।

ଗତ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରସ ପକ୍ଷରୁ ବେକାରୀ ଭତ୍ତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା ଏବଂ ଗତ ୪ ବର୍ଷ ମଧ୍ୟରେ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିନଥିବାରୁ ବିରୋଧୀ ବିଜେପି ସରକାରଙ୍କୁ ସମାଲୋଚନା କରିଥିଲା। କିନ୍ତୁ ଏବେ ଠିକ୍ ନିର୍ବାଚନକୁ ଅଳ୍ପ ଦିନ ବାକିଥିବା ବେଲେ ବାଘେଲ ସରକାର ବଡ ଘୋଷଣା କରିଛନ୍ତି।

ବେକାରୀ ଭତ୍ତା ସମ୍ପର୍କରେ ବିଧାନସଭାରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି, ଚଳିତ ବର୍ଷଠାରୁ ବେକାରୀ ଭତ୍ତାର ଏକ ନୂଆ ଯୋଜନା ଆରମ୍ଭ କରାଗଲା। ୧୮ରୁ ୩୫ ବର୍ଷ ମଧ୍ୟରେ ଯୁକ୍ତ ଦୁଇ ଯାଏ ପାଠ ପଢ଼ିଥିଲେ ଏବଂ ପରିବାରର ବାର୍ଷିକ ଆୟ ୨.୫୦ ଲକ୍ଷ ଟଙ୍କାରୁ କମ୍ ଥିଲେ ପଞ୍ଜିକୃତ ହୋଇଥିବା ବ୍ୟକ୍ତିମାନେ ଦୁଇ ବର୍ଷ ଯାଏ ମାସିକ ଅଢେଇ ହଜାର ଟଙ୍କା ପାଇବାକୁ ଯୋଗ୍ୟ ବିବେଚିତ ହେବେ।

ସେହିପରି ନିରାଶ୍ରୟ, ବୃଦ୍ଧ, ଦିବ୍ୟାଙ୍ଗ, ବିଧବା, ପରିତ୍ୟକ୍ତ ମହିଳାଙ୍କୁ ‘ସାମାଜିକ ସୁରକ୍ଷା ପେନସନ୍ ଯୋଜନା’ରେ ମାସିକ ଅତିରିକ୍ତ ୫୦୦ ଟଙ୍କା ପ୍ରଦାନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଝାଡଖଣ୍ଡରେ ଜେଏମଏମ ନେତୃତ୍ୱାଧୀନ ସରକାର ସହିତ କଂଗ୍ରେସ ମେଣ୍ଟରେ ରହିଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ମଧ୍ୟ ବେରୋଜଗାରୀ ଭତ୍ତା ଘୋଷଣା କରିଛନ୍ତି। ମାସିକ ୫ ହଜାର ଟଙ୍କା ଭତ୍ତା ଦିଆଯିବ ବୋଲି ବଜେଟ ଆଗତ ବୋଲି ଘୋଷଣା କରିଛନ୍ତି ସରକାର।

Leave A Reply

Your email address will not be published.