Latest Odisha News

ବ୍ୟବସାୟ କରି ରାଜନୀତି କଲେ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ: ବିଧାୟକ ମୋକିମ

ଜେଲ ଦଣ୍ଡ ପରେ ଜାମିନ ମିଳିଲା

ଭୁବନେଶ୍ବର: ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ (ଓଆରଏଚ୍‌ଡିସି) ଦୁର୍ନୀତି ମାମଲାର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଆଜି ଶୁଣାଣି କରିଥିଲେ। ଭୁବନେଶ୍ବରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ଜଜ ସତ୍ୟନାରାୟଣ ଷଡ଼ଙ୍ଗୀ ଏହି ମାମଲାର ବିଚାର କରି ମେଟ୍ରୋ ବିଲଡର୍ସର ପରିଚାଳନା ନିର୍ଦ୍ଦେଶକ ତଥା ବିଧାୟକ ମହମ୍ମଦ ମୋକିମ ଏବଂ ‌ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୁଷ ମହାନ୍ତିଙ୍କୁ ୩ ବର୍ଷ ଜେଲ ଦଣ୍ଡ ଶୁଣାଣି କରିଥିଲେ।
ଋଣ ନେଇ ଋଣ ସୁଝିବା ପରେ ଜେଲ ଦଣ୍ଡ ଏବଂ ପରେ ବେଲ ମିଳିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଧାୟକ ମହମ୍ମଦ ମୋକିମ । ଓଆରଏଚଡିସି ଦୁର୍ନୀତି ମାମଲାରେ ବିଧାୟକ ମହମ୍ମଦ ମୋକିମ ଏବଂ ଶିଳ୍ପପତି ପିୟୁଷ ମହାନ୍ତି ଙ୍କୁ ତିନି ବର୍ଷ ଜେଲ ଦଣ୍ଡ ମିଳିଥିଲା । ପରେ ଏହି ମାମଲାରେ କୋର୍ଟ ଦୁଇଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆଗକୁ ଏହି ମାମଲାକୁ ନେଇ ହାଇକୋର୍ଟ ଯିବେ ବୋଲି ମଧ୍ୟ କହିଛନ୍ତି ବିଧାୟକ ମୋକିମ ।

BjdElectrycity

ତେବେ ଏହି ମାମଲା ଏବେ ସାରା ରାଜ୍ୟରେ ଚର୍ଚାର ବିଷୟ ପାଲଟିଛି । ବିଜିନେସମ୍ୟାନ ହିସାବରେ ଭିଜିଲାନସର ଏଭଳି ମାମଲାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଧାୟକ ମୋକିମ । ସେ କହିଛନ୍ତି ‘‘ଏହି ଋଣ କଥା ହେଉଛି ୧୯୯୯ ମସିହାର କଥା । ଆମେ ତାଙ୍କଠାରୁ (ଓଆରଏଚ୍‌ଡିସି ) ୩ ଥର ଲୋନ ନେଇ ସୁଝି ସାରିଥିଲୁ । ପ୍ରଥମେ ୩୫ ଲକ୍ଷ ଟଙ୍କା ଲୋନ ଆଣି ୧୯୯୬ରେ ସୁଝା ଯାଇଛି । ୫୦ ଲକ୍ଷ ଟଙ୍କାର ଲୋନ ଆଣି ୧୯୯୮ରେ ସୁଝାଯାଇଛି । ଏକ କୋଟି ଟଙ୍କାର ଲୋନ ୨୦୦୦ ମସିହାରେ ସୁଝାଯାଇଛି । ପରେ ଦେଢ଼ କୋଟି ଟଙ୍କା ଲୋନ ନେଇଥିଲୁ । ଦେଢ଼ କୋଟି ଆଣିବା ପରେ ଏକ କୋଟି ୨୬ ଲକ୍ଷ ଟଙ୍କା ସୁଝି ସାରିଥିଲୁ । ସେ ନେଇ ସମସ୍ତ ପ୍ରମାଣ ରହିଛି ’’।

ସେ ଆହୁରି କହିଛନ୍ତି ସେହି ସମୟରେ ଓଆରଏଚଡିସି ମହା ଦୁର୍ନୀତି ମାମଲା ହେଲା ଆଇଏଏସ ବିନୋଦ କୁମାରଙ୍କୁ ନେଇ । ତାଙ୍କ ସମୟରେ ଯିଏ ଲୋନ ନେଇଥିଲେ ତାହା ସବୁ ସ୍କୁଟିନିକୁ ଗଲା । ଭିଜିଲାନସରେ କେସ ହେଲା । ଆମେ ହାଇକୋର୍ଟ ଗଲୁ । ହାଇକୋର୍ଟ କହିଲେ ମେଟ୍ରୋ ବିଲଡରସ ଉପରେ କିଛି କାର‌୍ୟ୍ୟାନୁଷ୍ଠାନ ନେଇପାରିବ ନାହିଁ । ତେଣୁ ଆମ ପ୍ଲାନ ସବୁ ଆପ୍ରୁଭାଲ ହେଲା’’ ।

ମୋକିମ ମହିଛନ୍ତି ‘‘କିନ୍ତୁ ଭିଜିଲାନସ କେସ ପାଇଁ ଆମର ବାକି ୨୪ ଲକ୍ଷ ଟଙ୍କା ଦେବା ପେଣ୍ଡିଙ୍ଗ ରହିଲା । ଆମେ ପୁଣି ବିଜିନେସ ଚାଲୁ କଲୁ । ହେଲ ଏବେ ଆମେ ଭିକ୍ଟିମାଇଜ ହେଲୁ । ଆମେ ବ୍ୟବସାୟରେ କିଛି ଅନିୟମିତତା କରିନୁ । ଆମର କାଗଜ ପତ୍ର ଠିକ ଅଛି । ବିରୋଧୀ ଦଳରେ ଅଛୁ ରାଜନୀତି କରୁଛୁ ତେଣୁ ଏପରି ଘଟଣା ଘଟିଯିବ ମଝିରେ ମଝିରେ’’ ବୋଲି କହିଛନ୍ତି ବିଧାୟକ ।

‘‘ଆମ ୨୪ ଲକ୍ଷ ଟଙ୍କା ପାଇଁ ଏତେ ସୁଧ କିପରି ଏତେ ହେଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଆମେ ପଇସା ସୁଝି ଚାଲିଥିଲୁ । ୨୯ ବର୍ଷ ହେଲା ଆମେ ବିଜିନେସ କରୁଛୁ ବୋଲି କହିଛନ୍ତି ବିଧାୟକ ।
ଏହା ସହ ମୋକିମ କହିଛନ୍ତି ଯେ ଓଡ଼ିଶାର ବିଜିନେସ କରିବା ପାଇଁ କ୍ଲାରିଟି ନାହିଁ । ବିଜିନେସ ମ୍ୟାନଙ୍କ ଉପରେ ଏପରି କାର‌୍ୟ୍ୟାନୁଷ୍ଠାନ ନେବା ଠିକ୍ ନୁହଁ ବୋଲି ସେ କହିଛନ୍ତି । ସରକାର ସଚେତନ ଥିଲେ ଏଭଳି ଓଆରଏଚ୍‌ଡିସି ଦୁର୍ନୀତି ହୋଇନଥାନ୍ତା । ସଚ୍ଚୋଟ ବ୍ୟବସାୟଙ୍କୁ ହଇରାଣ କରିବା କଥା ନୁହେଁ ବୋଲି ସେ କହିଛନ୍ତି । ଏଭଳି ହଇରାଣ କଲେ ନୂଆ ଷ୍ଟାର୍ଟଅପ୍ ବା ବ୍ୟବସାୟୀଙ୍କଠାରୁ ଭରସା ତୁଟିଯିବ ବୋଲି ମୋକିମ କହିଛନ୍ତି । ବ୍ୟବସାୟ କରି ରାଜନୀତି କଲେ ଏପରି ସମ୍ମୁଖୀନ ହେବାକୁ ପଡ଼ିବ ବୋଲି କହିଛନ୍ତି ମୋକିମ ।
ଏଠାରେ ସୂଚନାଯୋଗ୍ୟ ଆଇଏଏସ୍ ବିନୋଦ କୁମାର ୨୦୦୦ ମସିହା ଜାନୁଆରି ୪ ତାରିଖ ଠାରୁ ୨୦୨୧ ମସିହା ମେ’ ମାସ ୧୫ ତାରିଖ ଯାଏଁ ଓଆରଏଚ୍‌ଡିସି ଅଧ୍ୟକ୍ଷ ଥିଲେ। ଏହି ସମୟରେ ସ୍ବସ୍ତି ରଂଜନ ମହାପାତ୍ର ଓଆରଏଚ୍‌ଡିସିର କମ୍ପାନି ସେକ୍ରେଟାରି ଥିଲେ। ଆଇଏଏସ୍ ଅଧିକାରୀ ବିନୋଦ କୁମାର ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ (ଓଆରଏଚ୍‌ଡିସି)ରୁ ମେଟ୍ରୋ ବିଲଡର୍ସ ଓଡ଼ିଶା ପ୍ରାଇଭେଟ୍ ଲିମିଟେଡ୍‌କୁ ୨୦୦୦ ମସିହା ଜୁଲାଇ ୬ରୁ ଅଗଷ୍ଟ ୨୮ ତାରିଖ ମଧ୍ୟରେ ତିନିଟି କିସ୍ତି ମାଧ୍ୟମରେ ଦେଢ଼ କୋଟି ଟଙ୍କା ଋଣ ଦେଇଥିଲେ। ବିଧାୟକଙ୍କ କହିବା କଥା ତାଙ୍କ କମ୍ପାନି ଯେହେତୁ ଏକ କୋଟି ୨୬ ଲକ୍ଷ ଟଙ୍କା ସୁଝି ଦେଇଛି ତେଣୁ କୋର୍ଟ ମଧ୍ୟ ଜାମିନ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.