Latest Odisha News

BREAKING NEWS

ଜାତୀୟ କ୍ରୀଡାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ଅହମ୍ମଦାବାଦ: ୩୬ତମ ଜାତୀୟ କ୍ରୀଡାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି । ଗୁରୁବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହା ଏକ ଭବ୍ୟ ଓ ବର୍ଣ୍ଣାଢ଼୍ୟ ପରିବେଶରେ ଉଦଘାଟିତ କରାଯାଇଥିଲା । ୭ ବର୍ଷ ପରେ ପୁନର୍ବାର ଦେଶରେ ଜାତୀୟ କ୍ରୀଡା ଆୟୋଜିତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀଙ୍କ ସମେତ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ । ଅଲିମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ ଓ ଗୋଲ୍ଡେନ ବୟ ନୀରଜ ଚୋପ୍ରା ଏଥିରେ ସାମିଲ ହୋଇଥିଲେ । ଗୁଜରାଟର ଭିନ୍ନ ଭିନ୍ନ ସହରରେ ପ୍ରତିଯୋଗିତା ଆୟୋଜିତ ହେବ ।

ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତୀୟ ଆଥଲେଟ ପଦକ ଜିତି ଆମକୁ ଗୌରବାନ୍ୱିତ କରିଛନ୍ତି । ଆଗକୁ ଏହା ଆହୁରି ବୃଦ୍ଧି ପାଇବ ବୋଲି ମୋଦି କହିଛନ୍ତି । କ୍ରୀଡାରୁ ଦୁର୍ନୀତି ଓ ବଂଶବାଦ ମଧ୍ୟ ଲୋପ କରିବାକୁ ପଡିବ ବୋଲି ସେ ଏହି ଅବସରରେ କହିଛନ୍ତି । ୩୬ଟି ବିଭାଗରେ ୧୫୦୦୦ ପ୍ରତିଯୋଗୀ ଓ ଅଫିସିଆଲ ଏହି ମେଗା ଇଭେଂଟରେ ଭାଗ ନେବେ ।

Leave A Reply

Your email address will not be published.