Latest Odisha News

ଯଦି ମୁମ୍ବାଇରେ ଆପଣଙ୍କ ଘର ଅଛି ତାହେଲେ ଉର୍ଫିଙ୍କ ସମସ୍ୟାର ସମାଧାନ କରିପାରିବେ?

ମୁମ୍ବାଇ: ଟିଭି ଅଭିନେତ୍ରୀ ତଥା ସୋସିଆଲ ମିଡିଆ ସେନସେନ ଉର୍ଫି ଜାଭେଦ ପୁଣି ଚର୍ଚ୍ଚାରେ। ଏଥର କାରଣ ଟିକେ ଅଲଗା ରହିଛି। ମୁମ୍ବାଇରେ ରହିବାକୁ ଭଡା ଘର ପାଉ ନାହାନ୍ତି ଏହି ଅଭିନେତ୍ରୀ। ଘର ପାଇବା ପାଇଁ ଅନେକ ସମସ୍ୟାରେ ପଡିଲେଣି ଉର୍ଫି ଜାଭେଦ।

ଏବେ ସେ ସାମ୍ନା କରୁଥିବା ସମସ୍ୟା ବାବଦରେ କହିଛନ୍ତି। ଉର୍ଫି ଜାଭେଦ୍ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରିଛନ୍ତି ଏବଂ କହିଛନ୍ତି ଯେ ମୁମ୍ବାଇରେ ଭଡା ଘର ପାଇବାରେ ତାଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡୁଛି। ତାଙ୍କୁ ଘର ଦେବାକୁ କେହି ପ୍ରସ୍ତୁତ ନୁହଁନ୍ତି। ଉର୍ଫି ଏହା ପଛର କାରଣ ଲେଖିଛନ୍ତି।

ଟୁଇଟରେ ଉର୍ଫି ଜାଭେଦ୍ ଲେଖିଛନ୍ତି, “ମୁସଲିମମାନେ ମୋର ଡ୍ରେସ ପାଇଁ ଘର ଭଡା ଦେବାକୁ ଚାହାଁନ୍ତି ନାହିଁ। ହିନ୍ଦୁ ମାଲିକମାନେ ମୋତେ ଘର ଭଡା ଦେବାକୁ ଚାହାଁନ୍ତି ନାହିଁ କାରଣ ମୁଁ ଜଣେ ମୁସଲମାନ। ମୁଁ କିଛି ଧମକ ପାଇଥାଏ କାରଣ କିଛି ଜମି ମାଲିକଙ୍କର ସମସ୍ୟା ଅଛି। ମୁମ୍ବାଇରେ ଭଡାରେ ଆପାର୍ଟମେଣ୍ଟ ଖୋଜିବା ବହୁତ କଷ୍ଟକର”।

 

 

 

Comments are closed.