ଭୁବନେଶ୍ବର:ସପିଂ ହେଉ ଅବା ପାଠପଢ଼ା ହେଉ, ମନୋରଞ୍ଜନ ହେଉ କିମ୍ବା ବ୍ୟାଙ୍କିଙ୍ଗ୍ ଓ ଗେମିଂ ହେଉ, ଆଜିକାଲି ସବୁକିଛି ମୋବାଇଲ୍ ଫୋନ୍ ବ୍ୟବହାର କରି କରାଯାଉଛି । ଏବେ ଫୋନ୍ ପ୍ରତ୍ୟେକ କାର୍ଯ୍ୟ ପାଇଁ ଅତ୍ୟାବଶ୍ୟକ ହୋଇଗଲାଣି ଏବଂ ଏଥିରେ ଆପଣଙ୍କର ବ୍ୟକ୍ତିଗତ ଏବଂ ସମ୍ବେଦନଶୀଳ ସୂଚନା ରହିଛି। ତେବେ ସାଇବର ଅପରାଧୀମାନେ ସମ୍ବେଦନଶୀଳ ସୂଚନା ଚୋରି କରିବା ପାଇଁ ଫୋନ୍ ହ୍ୟାକ୍ (hacked)କରନ୍ତି। ଯେତେବେଳେ ଏକ ଫୋନ୍ ହ୍ୟାକ୍ ହୁଏ, ତେବେ ଆପଣଙ୍କର ସମସ୍ତ ତଥ୍ୟ ଏକ୍ସପୋଜ ହୋଇପାରେ।
ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେ ଯଦି ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଯାଏ ତେବେ କେଉଁ ସଙ୍କେତଗୁଡ଼ିକ ଦେଖିବାକୁ ମିଳେ ଏବଂ ଆପଣଙ୍କୁ କ’ଣ କରିବା ଉଚିତ।
-ଅଧିକାଂଶ ଫୋନରେ ଇଣ୍ଡିକେଟର ଲାଇଟ୍ ଥାଏ ଯାହା କ୍ୟାମେରା କିମ୍ବା ମାଇକ୍ରୋଫୋନ୍ ବ୍ୟବହାର କରିବା ସମୟରେ ଜଳିଥାଏ(Camera or Microphone Indicator Light Turns On)। ଯଦି ଆପଣଙ୍କର ଫୋନରେ କ୍ୟାମେରା କିମ୍ବା ମାଇକ୍ରୋଫୋନ୍ ବ୍ୟବହାର କରୁନଥିବା ସମୟରେ ମଧ୍ୟ ଏହି ଲାଇଟ୍ ଜଳୁଛି, ତେବେ ଏହାର ଅର୍ଥ ହେଉଛି ଅନ୍ୟ କାହା ପାଖରେ ଆପଣଙ୍କ ଫୋନର ଆକ୍ସେସ୍ ଅଛି।
-ଯଦି ଆପଣଙ୍କ ଫୋନର ବ୍ୟାଟେରୀ ହଠାତ୍ ସାଧାରଣ ଅପେକ୍ଷା ବହୁତ ଶୀଘ୍ର ସରିଯାଉଛି(Rapid Battery Drain), ତେବେ ଏହା ମଧ୍ୟ ହ୍ୟାକିଂର ଏକ ଲକ୍ଷଣ ହୋଇପାରେ। କାରଣ ମାଲୱେର କିମ୍ବା ନିରନ୍ତର ବ୍ୟାକଗ୍ରାଉଣ୍ଡ ଆକ୍ଟିଭିଟି ବ୍ୟାଟେରୀ ଉପରେ ଅଧିକ ବୋଝ ପକାଇଥାଏ। କେତେକ ସମୟରେ, ଏହା ଫୋନ୍ କୁ ଅଧିକ ଗରମ (Overheating)ମଧ୍ୟ କରିଦିଏ ।
-ଯଦି ଆପଣଙ୍କ ଫୋନର ଆଉଟଗୋଇଂ କଲ୍ ହିଷ୍ଟ୍ରିରେ ଆପଣ କଲ୍ କରିନଥିବା ନମ୍ବର ଦେଖାଯାଏ(Outgoing Calls/Texts You Didn’t Make), ତେବେ ହ୍ୟାକିଂର ଏକ ସଙ୍କେତ। ସେହିପରି, ଯଦି ଆପଣ ହଠାତ୍ ଆପଣଙ୍କ ଫୋନରେ କଲ୍ ଏବଂ ମେସେଜ୍ ଆସିବା ବନ୍ଦ ହୋଇଯାଏ, ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଛି ।
ତେବେ ଜାଣି ରଖନ୍ତୁ ହ୍ୟାକିଂ ପରେ, ହ୍ୟାକର୍ସ ଆପଣଙ୍କର ସମସ୍ତ ଆକାଉଣ୍ଟରୁ ଆପଣଙ୍କୁ ଲଗ୍ ଆଉଟ୍ କରିପାରିବେ। ପାସୱାର୍ଡ ପୁନଃସେଟ୍ ଅନୁରୋଧ ମଧ୍ୟ ପାଇପାରନ୍ତି।
ଯେତେବେଳେ ଆପଣଙ୍କ ଫୋନରେ ମାଲୱେର ଇନଷ୍ଟଲ ହୁଏ, ନିରନ୍ତର pop-ups ହୁଏ । ଯଦି ଆପଣ ସେଗୁଡ଼ିକ ଉପରେ କ୍ଲିକ୍ କରନ୍ତି, ତେବେ ସେଗୁଡ଼ିକ ଆପଣଙ୍କୁ ଅସୁରକ୍ଷିତ ୱେବପେଜ୍ କୁ ନେଇଯିବ। ସେହିପରି, ମାଲୱେର ଆପଣଙ୍କ ଫୋନକୁ ଧୀର କରିପାରେ ଏବଂ ଡାଟା ବ୍ୟବହାରରେ ହଠାତ୍ ଅଧିକ ବୃଦ୍ଧି ଆଣିପାରେ।
ଯଦି ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଯାଏ ତେବେ କଣ କରିବେ?
-ଯଦି ଆପଣଙ୍କୁ ସନ୍ଦେହ ହେଉଛି ଯେ ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଛି, ତେବେ ଏଥିରେ କୌଣସି ବ୍ୟକ୍ତିଗତ ଡାଟା ପ୍ରବେଶ କରନ୍ତୁ ନାହିଁ।
-ଯଦି ଇଣ୍ଡିକେଟର ଲାଇଟ୍ ଜଳୁଛି, ତେବେ ଫୋନ୍ର କ୍ୟାମେରା ଏବଂ ମାଇକ୍ରୋଫୋନ୍କୁ ସମ୍ପୂର୍ଣ୍ଣ ଭାବରେ କଭର କରି ଦିଅନ୍ତୁ।
-ଆପଣଙ୍କର ଡାଟା ସ୍ଥାନାନ୍ତର ହେବାରୁ ରୋକିବା ପାଇଁ, ଆପଣଙ୍କର ଫୋନକୁ ଏୟାରପ୍ଲେନ୍ ମୋଡ୍ରେ ରଖନ୍ତୁ ଏବଂ ଫୋନରେ ଇଣ୍ଟରନେଟ୍ ବନ୍ଦ କରନ୍ତୁ।
-ମାଲୱେର୍ ସ୍କାନ୍ ପରେ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ ଡାଟାର ବ୍ୟାକଅପ୍ ନେବାକୁ ଭୁଲନ୍ତୁ ନାହିଁ।