Latest Odisha News

ବିଦେଶରେ ପଢିବାକୁ ଚାହୁଁଥିଲେ, ଧ୍ୟାନରେ ରଖନ୍ତୁ ୫ଟି କଥା..

ଭୁବନେଶ୍ବର: ପ୍ରତିବର୍ଷ ଭାରତରୁ ଲକ୍ଷ ସଂଖ୍ୟକ ଛାତ୍ରଛାତ୍ରୀ ବିଦେଶକୁ ପାଠ ପଢିବାକୁ ଯାଇଥା’ନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଉଚ୍ଚଶିକ୍ଷା ପ୍ରାପ୍ତି ନିମନ୍ତେ ଦେଶ ବାହରକୁ ଯାଇଥା’ନ୍ତି । ତେବେ ବିଦେଶରେ ପଢିବାକୁ ଯିବା ପୂର୍ବରୁ କିଛି କଥା ପ୍ରତି ଧ୍ୟାନ ଦେବା ଉଚିତ୍ । ଫଳରେ ଭବିଷ୍ୟତରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

ତେବେ ଆସନ୍ତୁ ଜାଣିବା କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ୍‌:-
– କେଉଁ ପାଠ୍ୟକ୍ରମ, କଲେଜ ଚୟନ କରିବେ କେଉଁଠି ଆଡ୍‌ମିଶନ୍ କରିବେ ତା’ହା ବିଷିୟରେ ସଂପୂର୍ଣ୍ଣ ତଥ୍ୟ ଜାଣି ରଖନ୍ତୁ । ଯେପରି ଆପଣ କେଉଁ ପାଠ୍ୟକ୍ରମରେ କେଉଁ ବିଶେଷ ବିଷୟ ଉପରେ ଉଚ୍ଚଶିକ୍ଷା ପ୍ରାପ୍ତ କରିବାକୁ ଚାହୁଁଛନ୍ତି, କେତେ ସମୟ ଅବଧିର ସେ ପାଠ୍ୟକ୍ରମ, କଲେଜର ପରିବେଶ କେମିତି ଓ ସେଠାକାର ପ୍ରାଧ୍ୟାପକ କିପରି ।

-ଆଉ ମଧ୍ୟ ଧ୍ୟାନ ରଖନ୍ତୁ ଯେଉଁଠି ପଢିବାକୁ ଯିବେ ତା’ହା ଭାରତ ଠାରୁ କେତେ ଦୂରରେ ଅବସ୍ଥିତ, ଯାତାୟତ ପାଇଁ କି କି ସୁବିଧା ଉପଲବ୍ଧ ଅଛି , ସେଠାକର ପାଣିପାଗ କିପରି ଓ ପ୍ରବାସୀମାନଙ୍କ ସୁରକ୍ଷା ବ୍ୟବସ୍ଥା କିପରି ରହିଛି ।

– ଯେଉଁ କଲେଜରେ ଆଡ୍‌ମିଶନ୍ କରିବେ ସେ କଲେଜରେ କୌଣସି ମେଧାବୃତ୍ତି ଉପଲବ୍ଧ ହେଉଛି କି ନାହିଁ ଜାଣି ରଖନ୍ତୁ । ଯଦି ମେଧାବୃତ୍ତିର ବ୍ୟବସ୍ଥା ରହିଛି ସେ ବିଷୟ ପ୍ରତି ସଂପୂର୍ଣ୍ଣ ତଥ୍ୟ ଜାଣିରଖନ୍ତୁ ।

– କେତେକ କଲେଜ ତରଫରୁ ଅନ୍ତର୍ଜାତୀୟ ଛାତ୍ରଛାତ୍ରଙ୍କ ସୁବିଧା ନିମନ୍ତେ ଅନେକ ସେବା ପ୍ରଦାନ କରାଯାଇଥାଏ । ଯେପରି ସେ ଦେଶରେ ପହଞ୍ଚିବା ଠାରୁ ଆରମ୍ଭ କରି ରହଣି ନିମନ୍ତେ ବ୍ୟବସ୍ଥା କଲେଜ କରିଥାଏ । ଏହା ସହ ଛାତ୍ରଛାତ୍ରୀଙ୍କୁ ଭିଜା ପ୍ରାପ୍ତି ପାଇଁ କେତେକ କଲେଜ ପକ୍ଷରୁ ସହଯୋଗ କରାଯାଇଥାଏ । ଯଦି ଏପରି ସୁବିଧା ଆପଣ କଲେଜ ପ୍ରଦାନ କରୁଛି ସେ ବିଷୟରେ ପୂର୍ବରୁ ଜାଣି ରଖନ୍ତୁ ।

– ବିଦେଶରେ ପଢିବା ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ । ତେଣୁ ଯେଉଁ କଲେଜର ଚୟନ କରିଛନ୍ତି ସେ କଲେଜରେ ପ୍ଲେସ୍‌ମେଣ୍ଟ୍ ର ସୁବିଧା କ’ଣ ରହୁଛି ତାହା ସୁନିଶ୍ଚିତ କରନ୍ତୁ । ସେଠାରେ କେଉଁ କେଉଁ କମ୍ପାନୀ ଆସେ ଆପଣ ଜାଣି ରଖନ୍ତୁ ।

ଏହି ସବୁ ବିଷୟ ପ୍ରତି ଯଦି ଆପଣ ଧ୍ୟାନ ରଖନ୍ତି ତେବେ ଆପଣଙ୍କୁ ବିଦେଶରେ ପାଠ ପଢିବାରେ ସୁବିଧା ହେବ ।

Leave A Reply

Your email address will not be published.