Latest Odisha News

BREAKING NEWS

ଝାରପଡ଼ା ଜେଲରେ ରାତି କାଟିଲେ ଆଇଏଫଏସ୍ ବାପା ଓ ସୌଖିନିଆ ପୁଅ

ଭୁବନେଶ୍ୱର: ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ନୂଆ ଠିକଣା ଭୁବନେଶ୍ୱର ଝାରପଡ଼ା ଜେଲ୍ । ବାପାଙ୍କ ସହ ପୁଅ ଆକାଶ ପାଠକ ବି ଜେଲରେ ରାତି କାଟିଛନ୍ତି । ହୋଟେଲ ତାଜ ସମେତ ଦେଶ ବିଦେଶର ହୋଟଲରେ ଅୟସ ଲାଇଫ ବିତାଉଥିବା ବାପା-ପୁଅ ଯୋଡ଼ି ଜେଲ ହାଓ୍ୱା ଖାଇଛନ୍ତି ।

ଗତକାଲି ସେମାନଙ୍କୁ ଝାରପଡ଼ା ଜେଲର ଆଇସୋଲେସନ୍ ଓ୍ୱାର୍ଡରେ ରଖାଯାଇଥିଲା । କୋଭିଡ୍ ଟେଷ୍ଟ କରିବା ପରେ ସେମାନଙ୍କୁ ହାଜତକୁ ପଠାଯିବ । ଗତକାଲି ଘରୁ ଆସିଥିବା ଖାଦ୍ୟ ଖାଇଥିଲେ ଅଭୟକାନ୍ତ ଓ ଆକାଶ । ଡିସେମ୍ବର ୯ ତାରିଖ ଯାଏ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଜାମିନ ନାମାଞ୍ଜୁର ହେବାରୁ ଜେଲ ଯାଇଛନ୍ତି ବାପା-ପୁଅ ।

ଗତକାଲି ଗିରଫ ହେବା ପରେ ଆଇଏଫଏସ୍ ଅଭୟକାନ୍ତଙ୍କୁ ଚାକିରିରୁ ନିଲମ୍ୱନ କରିଥିଲେ ସରକାର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ତିନି ଦିନ ଧରି ତାଙ୍କର ଓଡ଼ିଶା ସମେତ ୫ଟି ରାଜ୍ୟରେ ଥିବା ଘର ଓ ଅନ୍ୟାନ୍ୟ ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍ । ସରକାରୀ ପଦବୀରେ ଥାଇ ଅଭୟକାନ୍ତ ଆୟଠାରୁ ୪୩୫ପ୍ରତିଶତ ଅଧିକ ଅର୍ଥ ଠୁଳ କରିଥିଲେ ।

Leave A Reply

Your email address will not be published.