ଭୁବନେଶ୍ୱର: ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିବା ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କୁ ମହଙ୍ଗା ପଡ଼ିଛି । ଭିଜିଲାନ୍ସ ଗିରଫ ପରେ ଜେଲ ଯାଇଛନ୍ତି । ଚାକିରିରୁ ସସପେଣ୍ଡ ହୋଇଛନ୍ତି । କେଉଁ ସୂତ୍ରରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିଲେ ? ତାଙ୍କର ଅମାପ ସମ୍ପତ୍ତିର ଖୋଳତାଡ କରିବ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବା ଏସଆଇଟି । ଭିଜିଲାନ୍ସ ବିଭାଗ ପକ୍ଷରୁ ୨୦ ଜଣିଆ ଏସଆଇଟି ଗଠନ କରାଯାଇଛି ।
ତିନି ଦିନ ଧରି ଅଭୟକାନ୍ତଙ୍କ ଭୁବନେଶ୍ୱରରେ ୫ଟି ସ୍ଥାନ ଓ ମୁମ୍ୱାଇ, ପୁଣେ, ପାଟଣା, ରାଜସ୍ଥାନରେ ୭ଟି ଜାଗାରେ ରେଡ୍ ହୋଇଥିଲା । ୫୦କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ସେଥିରୁ ୯କୋଟି ୩୫ ଲକ୍ଷରୁ ଅଧିକ ଟଙ୍କା ଆୟ ବହିର୍ଭୁତ ସମ୍ପତ୍ତି । ବିଭିନ୍ନ ଘରୋଇ ବ୍ୟାଙ୍କର କାଉଣ୍ଟର ଓ ଏଟିଏମ ଯୋଗ ପୁଅ ଆକାଶଙ୍କ ଆକାଉଣ୍ଟରେ କୋଟି କୋଟି କ୍ୟାସ୍ ଡିପୋଜିଟ ହୋଇଥିଲା । ସେସବୁ ବ୍ୟାଙ୍କର ଭୂମିକା ତଦନ୍ତ ପରିସରକୁ ଆସିବ ।
ବ୍ୟାଙ୍କ ଡିପୋଜିଟ ବାଦ ସେୟାର ମାର୍କେଟ, ମ୍ୟୁଚୁଆଲ ପଣ୍ଡ କୋଟି କୋଟି ଟଙ୍କା ଖଟାଇଥିବା ଜଣାପଡିଛି । ସେହିପରି ଚାର୍ଟର ପ୍ଲେନ ବୁକିଂ କରିଥିବା ଟ୍ରେଭେଲ ଏଜେନ୍ସୀ ଓ ଏଥିପାଇଁ ଦେଇଥିବା ଅର୍ଥ ଦିଗକୁ ବି ତଦନ୍ତ ପରିସରଭୁକ୍ତ କରିବ ଭିଜିଲାନ୍ସ । ସବୁ ଦିଗକୁ ଦୃଷ୍ଟିରେ ରଖି ଛାନଭିନ କରିବ ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ।
BREAKING NEWS
- Govt Committed To Resolve Kotia Dispute:କୋଟିଆ ପ୍ରସଙ୍ଗ:ଆଡଭୋକେଟ୍ ଜେନେରାଲ ଏବଂ ବରିଷ୍ଠ ଅଧିକାରୀବୃନ୍ଦଙ୍କ ସହ ରାଜସ୍ୱ ମନ୍ତ୍ରୀଙ୍କ ବୈଠକ
- ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟି୨୦ ବିଜୟ ପାଇଁ ଟିମ ଇଣ୍ଡିଆ ଅପେକ୍ଷା କରିଥିଲା ୧୦ ବର୍ଷ
- କେମିକାଲ ଓ ପେଟ୍ରୋକେମିକାଲ୍ସ ହବ୍ ହେବାକୁ ଓଡ଼ିଶାର ଉଦ୍ୟମ; ଶିଳ୍ପପତିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ
- ମଦ ନେଲା ଜୀବନ;କକାର ଟାଙ୍ଗିଆ ଚୋଟରେ ପୁତୁରାର ଜୀବନ ଗଲା
- ରଣଜୀ ଟ୍ରଫି: କେରଳଠାରୁ ପରାସ୍ତ ହେଲା ଓଡ଼ିଶା
- ଆପଣମାନେ ଜେନ୍-ଜି ନୁହଁନ୍ତି : ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କ ଆବେଦନ ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ଟିପ୍ପଣୀ
- ନ୍ୟୁଜିଲାଣ୍ଡ ପାଇଁ ବଡ଼ ବିପଦ ସାଜିଛନ୍ତି ଭୁବନେଶ୍ୱର କୁମାର
- ଲେଜର ରଶ୍ମିର କମାଲ: ପ୍ଲାଷ୍ଟିକରୁ ତିଆରି ହେଲା ହୀରା
- ସୌଭାଗ୍ୟ ଥିଲେ ମହାପ୍ରଭୁଙ୍କ ଦର୍ଶନ ମିଳେ: ପବିତ୍ର ବିଜୟା ଦଶମୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଅଭିନେତା ଗୋବିନ୍ଦା
- ବିସିସିଆଇ ସଭାପତିଙ୍କ ବଡ଼ ବୟାନ: ବୟସ ନୁହେଁ, ଫିଟନେସ୍ ଓ ଫର୍ମ ଦେଖି ରୋହିତ-ବିରାଟଙ୍କ ଚୟନ ହେବ

Comments are closed.