ଭୁବନେଶ୍ୱର: ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିବା ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କୁ ମହଙ୍ଗା ପଡ଼ିଛି । ଭିଜିଲାନ୍ସ ଗିରଫ ପରେ ଜେଲ ଯାଇଛନ୍ତି । ଚାକିରିରୁ ସସପେଣ୍ଡ ହୋଇଛନ୍ତି । କେଉଁ ସୂତ୍ରରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିଲେ ? ତାଙ୍କର ଅମାପ ସମ୍ପତ୍ତିର ଖୋଳତାଡ କରିବ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବା ଏସଆଇଟି । ଭିଜିଲାନ୍ସ ବିଭାଗ ପକ୍ଷରୁ ୨୦ ଜଣିଆ ଏସଆଇଟି ଗଠନ କରାଯାଇଛି ।
ତିନି ଦିନ ଧରି ଅଭୟକାନ୍ତଙ୍କ ଭୁବନେଶ୍ୱରରେ ୫ଟି ସ୍ଥାନ ଓ ମୁମ୍ୱାଇ, ପୁଣେ, ପାଟଣା, ରାଜସ୍ଥାନରେ ୭ଟି ଜାଗାରେ ରେଡ୍ ହୋଇଥିଲା । ୫୦କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ସେଥିରୁ ୯କୋଟି ୩୫ ଲକ୍ଷରୁ ଅଧିକ ଟଙ୍କା ଆୟ ବହିର୍ଭୁତ ସମ୍ପତ୍ତି । ବିଭିନ୍ନ ଘରୋଇ ବ୍ୟାଙ୍କର କାଉଣ୍ଟର ଓ ଏଟିଏମ ଯୋଗ ପୁଅ ଆକାଶଙ୍କ ଆକାଉଣ୍ଟରେ କୋଟି କୋଟି କ୍ୟାସ୍ ଡିପୋଜିଟ ହୋଇଥିଲା । ସେସବୁ ବ୍ୟାଙ୍କର ଭୂମିକା ତଦନ୍ତ ପରିସରକୁ ଆସିବ ।
ବ୍ୟାଙ୍କ ଡିପୋଜିଟ ବାଦ ସେୟାର ମାର୍କେଟ, ମ୍ୟୁଚୁଆଲ ପଣ୍ଡ କୋଟି କୋଟି ଟଙ୍କା ଖଟାଇଥିବା ଜଣାପଡିଛି । ସେହିପରି ଚାର୍ଟର ପ୍ଲେନ ବୁକିଂ କରିଥିବା ଟ୍ରେଭେଲ ଏଜେନ୍ସୀ ଓ ଏଥିପାଇଁ ଦେଇଥିବା ଅର୍ଥ ଦିଗକୁ ବି ତଦନ୍ତ ପରିସରଭୁକ୍ତ କରିବ ଭିଜିଲାନ୍ସ । ସବୁ ଦିଗକୁ ଦୃଷ୍ଟିରେ ରଖି ଛାନଭିନ କରିବ ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ।
BREAKING NEWS
- ଫ୍ଲାଏଦୁବାଇ ବିମାନ ଦୁର୍ଘଟଣା ଷଡ଼ଯନ୍ତ୍ର: ଭାରତୀୟ ପାଇଲଟଙ୍କ ସାହସିକତା ଯୋଗୁଁ ଟଳିଲା ବଡ଼ ବିପଦ
- Odisha CEO:ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ
- MEA issues advisory for Indians:ସେନାରେ ଯୋଗଦେବା ପାଇଁ ଋଷିଆ ଯିବାର ‘ବିପଜ୍ଜନକ ପଥ’ରୁ ଦୂରେଇ ରୁହନ୍ତୁ: ବୈଦେଶିକ ମନ୍ତ୍ରଣାଳୟ
- ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ଗିରଫଦାରୀ ଭୟରେ ବିଦ୍ୟାଭାରତୀ, ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି
- Modi, Trump talk on phone:ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା; ଏହି ସମସ୍ତ ବିଷୟ ଉପରେ …
- ସିଏଜି ସ୍କାନରରେ ଓଡ଼ିଶାର ଡିଏମ୍ଏଫ୍ ପାଣ୍ଠି: ଖଣି ପ୍ରଭାବିତ ନଥିବା ଅଞ୍ଚଳରେ ଖର୍ଚ୍ଚ ହୋଇଛି ୯୮୩ କୋଟି ଟଙ୍କା
- ଏକାଠି କାମ କରିବେ ସୈଫ୍-ପ୍ରିୟଙ୍କା: ରିତେଶ ବାତ୍ରାଙ୍କ ନିର୍ଦ୍ଦେଶନାରେ ତିଆରି ହେବ ଦମଦାର୍ ଫିଲ୍ମ
- ରାଜଧାନୀ ଉପକଣ୍ଠରେ ବେଆଇନ ଗ୍ୟାସ୍ କାରବାରର ପର୍ଦ୍ଦାଫାଶ: ୭୯ଟି ଏଲପିଜି ସିଲିଣ୍ଡର ଜବତ
- ଆଇଟି କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା: ୨୨ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଏଆଇ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ
- ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଗର୍ଜିଲା ହିଟ୍ମ୍ୟାନ୍ଙ୍କ ବ୍ୟାଟ୍: ଶତକ ହାସଲ ପରେ ପଡ଼ିଆ ମଝିରେ ନାଚିଲେ ରୋହିତ

Comments are closed.