ଭୁବନେଶ୍ୱର: ବରିଷ୍ଠ ଭାରତୀୟ ବନ ସେବା (ଆଇଏଫଏସ) ଅଧିକାରୀ କେ. ମୁରୁଗେସାନଙ୍କୁ ରାଜ୍ୟର ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) ଏବଂ ବନ ବାହିନୀ (HoFF) ଭାବରେ ଓଡ଼ିଶା ସରକାର ଶନିବାର ଦିନ ନିଯୁକ୍ତ ଦେଇଥିବା ନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଏହି ନିଯୁକ୍ତି ଆଇଏଫଏସ (ବେତନ) ନିୟମ ୨୦୧୬ ଅନୁଯାୟୀ ନିୟମ ୩(୨) ର ନୋଟ୍-୨ ର ବ୍ୟବସ୍ଥା ଅନୁଯାୟୀ ୧୯୯୪ ବ୍ୟାଚ୍ ଆଇଏଫଏସ ଅଧିକାରୀ ମୁରୁଗେସାନଙ୍କୁ ସର୍ବୋଚ୍ଚ ସ୍କେଲ୍ (ପେ ମାଟ୍ରିକ୍ସରେ ସ୍ତର-୧୭) ରେ ନିଯୁକ୍ତ କରାଯାଇଛି।
ରାଜ୍ୟର ଜଙ୍ଗଲ ପ୍ରଶାସନ ପାଇଁ ବ୍ୟାପକ ପ୍ରଶାସନିକ ଏବଂ କ୍ଷେତ୍ରରେ ସେ ଅଭିଜ୍ଞତା ଆଣିଛନ୍ତି। ତେବେ ତାଙ୍କୁ ଓଡ଼ିଶାର ବନ ପ୍ରଶାସନର ନେତୃତ୍ୱ ଦିଆଯାଇଛି। ଯାହା ଦ୍ଵାରା ସେ ରାଜ୍ୟ ସାରା ସଂରକ୍ଷଣ, ବନୀକରଣ, ବନ୍ୟପ୍ରାଣୀ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ପଦକ୍ଷେପ ଗୁଡ଼ିକର ତଦାରଖ କରିବେ।
Comments are closed.