Latest Odisha News

BREAKING NEWS

ମହଙ୍ଗା ପଡିଲା ସିଂହର ନାମ ଆକବର ସିଂହୀର ନାମ ସୀତା ରଖିବା: ନିଲମ୍ବିତ ହେଲେ ତ୍ରିପୁରା ବନ ବିଭାଗ ଅଧିକାରୀ

କଲିକତା: ପଶ୍ଚିମବଙ୍ଗ ପ୍ରାଣୀ ଉଦ୍ୟାନରେ ଆକବର ନାମକ ସିଂହ ଏବଂ ସୀତା ନାମକ ସିଂହୀକୁ ନେଇ ଉପୁଜି ଥିବା ବିବାଦ ପରେ ତ୍ରିପୁରା ସରକାର ରାଜ୍ୟ ମୁଖ୍ୟ ବନ ସଂରକ୍ଷଣ ବିଭାଗ (ବନ୍ୟଜନ୍ତୁ ଏବଂ ଇକୋ-ଟୁରିଜିମ୍) ପ୍ରବୀଣ ଲାଲ ଅଗ୍ରୱାଲଙ୍କୁ ନିଲମ୍ବିତ କରିଛନ୍ତି । ବାସ୍ତବରେ ଏହି ସିଂହ ଏବଂ ସିଂହୀମାନଙ୍କୁ ତ୍ରିପୁରାରୁ ପଶ୍ଚିମବଙ୍ଗର ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତର କରାଯାଇଥିଲା | ଏହି ନାମ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ କରି ବିଶ୍ୱ ହିନ୍ଦୁ ପରିଷଦ (ବିଏଚପି) ତରଫରୁ କଲିକତା ହାଇକୋର୍ଟରେ ଏକ ମାମଲା ରୁଜୁ ହେବା ପରେ ଏହି ନିଲମ୍ବନ କରାଯାଇଛି ।

ସୂଚନା ଅନୁସାରେ, ଜାନୁଆରୀ ୧୨ରେ ତ୍ରିପୁରାର ସିପାହିଜଲା ପ୍ରାଣୀ ଉଦ୍ୟାନରୁ ଉତ୍ତର ବଙ୍ଗର ସିଲିଗୁଡିର ୱାଇଲ୍ଡ ଆନିମଲ ପାର୍କରେ ପହଞ୍ଚିଥିଲେ ଏହି ପଶୁ । ଅଧିକାରୀମାନେ ଦାବି କରିଛନ୍ତି ଯେ, ଏହି ପଶୁମାନଙ୍କୁ ପ୍ରଥମେ ତ୍ରିପୁରାର ସିପାହିଜଲା ପ୍ରାଣୀ ଉଦ୍ୟାନରେ ରଖାଯାଇଥିଲା । କିନ୍ତୁ ପରେ ପଶୁ ବିନିମୟ କାର୍ଯ୍ୟକ୍ରମ ଅଧୀନରେ ସିଲିଗୁଡିକୁ ଅଣାଯାଇଥିଲା । ଉତ୍ତର ବେଙ୍ଗଲ ୱାଇଲ୍ଡ ଆନିମଲ୍ସ ପାର୍କର ଅଧିକାରୀମାନେ ପଶୁମାନଙ୍କର ନାମ ପରିବର୍ତ୍ତନ କରିବା କଥା ଭାବୁଥିଲେ ।

ଏହା ପରେ ବିଏଚପି, ସର୍କିଟ ବେଞ୍ଚ ସମ୍ମୁଖରେ ଏକ ଆବେଦନ କରି ନାମ ପରିବର୍ତ୍ତନ ପାଇଁ ଅନୁରୋଧ କରିଥିଲେ। ବିଏଚପି କହିଛନ୍ତି ଯେ ଏହିପରି ନାମ ରଖିବା ଧାର୍ମିକ ଭାବନାକୁ ଆଘାତ ଦେଇଥାଏ । ନିକଟରେ ଏହି ମାମଲାର ଶୁଣାଣି ବେଳେ କଲିକତା ହାଇକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ସେମାନଙ୍କ ନାମ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଦାଲତରେ ଶୁଣାଣି ସମୟରେ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ଲଢୁଥିବା ଓକିଲ କହିଥିଲେ ଯେ, ଏହି ନାମ ତ୍ରିପୁରା ରାଜ୍ୟ ପକ୍ଷରୁ ରଖାଯାଇଛି, ଯେଉଁଥିରେ ବେଙ୍ଗଲର କିଛି ସମ୍ପର୍କ ନାହିଁ | ଏହା ଉପରେ ଜଷ୍ଟିସ ସୌଗତା ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ଦେଶର ଅନେକ ଲୋକ ସୀତାଙ୍କୁ ପୂଜା କରୁଥିବାବେଳେ ଆକବର ଜଣେ ମୋଗଲ ସମ୍ରାଟ ଥିଲେ। ଏପରି ପରିସ୍ଥିତିରେ, ଏହି ପଶୁମାନଙ୍କର ନାମ ପରିବର୍ତ୍ତନ କରାଯିବା ଉଚିତ୍ |

 

Comments are closed.