ଭୁବନେଶ୍ୱର: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଆଇପିଏସ୍ ଅଧିକାରୀ ଅମିତାଭ ଠାକୁର ଦୁଃଖପ୍ରକାଶ କରିଛନ୍ତି । ସୁଶାନ୍ତ ଆଜି ସକାଳେ ତାଙ୍କ ବାନ୍ଦ୍ରା ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି ।
ସୁଶାନ୍ତ ଆଇପିଏସ୍ ଅମିତାଭ ଠାକୁରଙ୍କର ନିକଟ ସମ୍ପର୍କୀୟ ଅଟନ୍ତି । ତାଙ୍କ ବିବାହ ବେଳର ଏକ ଫଟୋକୁ ଆଜି ସେ ଟ୍ୱିଟରରେ ସେୟାର କରିଛନ୍ତି । ଯେଉଁଥିରେ ଅମିତାଭ ଓ ତାଙ୍କ ପତ୍ନୀଙ୍କ ସହ ସୁଶାନ୍ତ ଅଛନ୍ତି ।
ଅମିତାଭ ଟ୍ୱିଟ୍ କରି ଲେଖିଛନ୍ତି, ‘ଏ ଘଟଣାରେ ମୁଁ ମର୍ମାହତ । ମୋ ପାଖେ କହିବାକୁ ଶଦ୍ଦ ନାହିଁ । କିଛି ଦିନ ପୂର୍ବରୁ ମୁଁ ତାଙ୍କ ସହ କଥା ହୋଇଥିଲି । ମୋ ବାହାଘରରେ ସେ ସବୁଠୁ ଅଧିକ ନାଚ କରିଥିଲେ । ସୁଶାନ୍ତ ତମେ ଏମିତି କେମିତି କଲ ।’
Shocked beyond words….we had spoken some days ago. You had danced the maximum on my marriage…how could you do this RIP ? @itsSSR #RIPSushantSinghRajput pic.twitter.com/lmTQcPJUjT
— AMITABH THAKUR (@AMITABHTHAKUR21) June 14, 2020
Comments are closed.