Latest Odisha News

BREAKING NEWS

କୋଭିଡକୁ କିକ୍‌: ନ୍ୟୁଜିଲାଣ୍ଡରେ ରଗବୀ ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ହେଲେ ୪୩୦୦୦ ଦର୍ଶକ

ୱେଲିଂଟନ: କୋଭିଡ-୧୯ ମହାମାରୀରୁ ନ୍ୟୁଜିଲାଣ୍ଡ ମୁକ୍ତ ହୋଇଛି । ଏଥିପାଇଁ ଦେଶରେ କଟକଣାକୁ ଉଠାଇ ଦିଆଯାଇଛି । ଏହାର ପ୍ରଭାବ ରଗବୀ ମ୍ୟାଚରୁ ଜଣାପଡିଥିଲା । ଇଡେନ ପାର୍କରେ ଅକଲାଣ୍ଡ ବ୍ଲୁଜର ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ୪୩୦୦୦ ଦର୍ଶକ ଉପସ୍ଥିତ ଥିଲେ । ଅନ୍ୟ ଅର୍ଥରେ କହିବାକୁ ଗଲେ ନ୍ୟୁଜିଲାଣ୍ଡରେ କୋଭିଡକୁ ପ୍ରଥମ କିକ୍ ଲାଗିଛି । ୧୫ ବର୍ଷ ପରେ ଇଡେନରେ ଏତେ ସଂଖ୍ୟକ ଦର୍ଶକ ମ୍ୟାଚ ଉପଭୋଗ କରିଛନ୍ତି । ଏହି ସୁପର ସଣ୍ଡେ ମୁକାବିଲାରେ ଅକଲାଣ୍ଡ ବ୍ଲୁଜ ୩୦-୨୦ରେ ସୁପର ରଗବୀ ଆଟେରାରୋକୁ ହରାଇଛି ।କେତେକ ବିଶେଷଜ୍ଞଙ୍କ ମତରେ କରୋନାକୁ ଆଉ କିଛି ଦିନ ସତର୍କତାର ସହ ଜଗିବାକୁ ପଡିବ । ଏତେଟା ଖାମଖିଆଲ ଗ୍ରହଣୀୟ ନୁହେଁ । ସୋମବାର ନ୍ୟୁଜିଲାଣ୍ଡକୁ ନିଜକୁ କରୋନାମୁକ୍ତ ଦେଶ ବୋଲି ଘୋଷଣା କରିଥିଲା ।

Leave A Reply

Your email address will not be published.