Latest Odisha News

ଇଣ୍ଡିଆ ରାକିଂ ୨୦୨୩: ପ୍ରଥମ ଶହେରେ ଓଡ଼ିଶାର ୪ ଅନୁଷ୍ଠାନ, ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ: ପ୍ରକାଶ ପାଇଛି NIRF-2023(National Institutional Ranking Framework)  ତାଲିକା । ତାଲିକାରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି ମାଡ୍ରସ  ପ୍ରଥମ ସ୍ଥାନରେ ରହିଛି । ଦେଶର ଟପ୍ ଶହେ ତାଲିକାର ଓଡ଼ିଶାର ୪ଟି ଅନୁଷ୍ଠାନ ରହିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ (MoS) ଡ.ରଞ୍ଜନ ସିଂ ସୋମବାର ଏହି ତାଲିକା ପ୍ରକାଶ କରିଛନ୍ତି ।

ତାଲିକାର ୨୬ ନମ୍ବରରେ ରହିଛି ଶିକ୍ଷା ଓ ଅନୁସନ୍ଧାନ  ସୋଆ। ସେହିପରି ୨୯ ନମ୍ବର ତାଲିକାରେ ରହିଛି କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲଜି ଭୁବନେଶ୍ୱର , ୩୭ ନମ୍ବରରେ ରହିଛି ରାଉରକେଲା  ନାଶନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି ଓ ୯୧ ନମ୍ବରରେ ରହିଛି ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନଲଜି ଭୁବନେଶ୍ୱର ।

ଅନ୍ୟପକ୍ଷେ ରିସର୍ଚ୍ଚରେ ଟପ୍ ୫୦ରୁ ୪୯ତମ ସ୍ଥାନରେ ସୋଆ ରହିଥିବାବେଳେ ଇଞ୍ଜିନିୟରିଂରେ ଟପ୍ ୧୦୦ରୁ ୨୭ତମ ସ୍ଥାନରେ, ମ୍ୟାନେଜମେଣ୍ଟରେ ଟପ୍ ୧୦୦ରୁ ୫୭ତମ ସ୍ଥାନରେ, ମେଡିକାଲରେ ଟପ୍ ୫୦ରୁ ୧୬ତମ ସ୍ଥାନରେ ସୋଆ, ଡେଣ୍ଟାଲରେ ଟପ୍ ୪୦ରୁ ୯ ନମ୍ଵର ସ୍ଥାନରେ ସୋଆ ଏବଂ ଲ’ରେ ଟପ୍ ୩୦ରୁ ୮ ନମ୍ଵର ସ୍ଥାନରେ ସୋଆ ରହିଥିବା ଜଣାଯାଇଛି।

 

Comments are closed.