Latest Odisha News

BREAKING NEWS

ବାଙ୍ଗାଲୋରର ବୈଜ୍ଞାନିକମାନେ ପ୍ରସ୍ତୁତ କରିଥିବା ଚିପ ଭାରତକୁ କରାଇବ ଗ୍ଲୋବାଲ ଲିଡର

ନୂଆଦିଲ୍ଲୀ: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସର ବୈଜ୍ଞାନିକମାନେ ଏ ଭଳି ଏକ ଚିପ ପ୍ରସ୍ତୁତ କରିଛନ୍ତି ଯାହା କମ୍ପ୍ୟୁଟିଂ ଓ ଏଆଇ ଦୁନିଆରେ ଝଡ ସୃଷ୍ଟି କରିପାରେ । ବେଙ୍ଗାଲୁର ସ୍ଥିତ ଆଇଆଇଏସସିର ବୈଜ୍ଞାନିକମାନେ ପ୍ରସ୍ତୁତ କରିଥିବା ଏହି ଚିପ୍ସ ମଲିକ୍ୟୁଲାର ଓ ନ୍ୟାନୋ ଫିଲ୍ମର ଡାଟାକୁ ୧୬ ହଜାର ପ୍ରକାରରରେ ଷ୍ଟୋର ଏବଂ ପ୍ରୋସେସ କରିପାରିବ । ଯଦି ସବୁ କିଛି ଠିକଠାକ ରୁହେ ଭାରତ ଆର୍ଟିଫିସିଆଲ ଇଂଟେଲଜେନ୍ସି ହାର୍ଡୱେୟାର ବିକାଶ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିବ । ନେଚର ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ଚିପ ପ୍ରସ୍ତୁତ କରିଥିବା ଟିମରେ ଶ୍ରୀତୋଷ ଗୋସ୍ୱାମୀ, ନବକାନ୍ତ ଭଟ୍ଟ, ଦୀପକ ଶର୍ମା, ଶାନ୍ତି ପ୍ରସାଦ ରଥ, ବିଦ୍ୟାଭୂଷଣ କୁଣ୍ଡୁ ଓ ଶ୍ରୀବ୍ରତା ଗୋସ୍ୱାମୀ ରହିଛନ୍ତି ।

ଏହି ବୈଜ୍ଞାନିକମାନେ ନ୍ୟାନୋ ସାଇନ୍ସ ଏବଂ ଇଞ୍ଜିନିୟରିଂ ଉପରେ ଗବେଷଣା କରୁଛନ୍ତି । ଏମାନଙ୍କ ବ୍ୟତୀତ ଟେକ୍ସାସର ଏ ଆଣ୍ଡ ଏମ ବିଶ୍ୱବିcଦ୍ୟାଳୟର ଅନୀଲ କୋରକାମଜ, ଆର.ଷ୍ଟାନଲୀ ୱିଲିୟମ୍ସ ଓ ଆୟର୍ଲାଣ୍ଡ ୟୁନିଭରସିଟିର ଡମିନ ଥମ୍ପସନ ସାମିଲ ଥିଲେ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ସେମିକଣ୍ଡକ୍ଟର ନିର୍ମାଣ ଉପରେ ଗୁରୁତ୍ୱ ଦେଉଥିବାରୁ ଏହି ଉଦ୍ଭାବନ ଦେଶ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ ବୋଲି ଅନୁମାନ କରାଯାଉଛି ।

Comments are closed.