ଭୁବନେଶ୍ୱର: ଚଳିତବର୍ଷ ଅନଲାଇନରେ ହେବ ଆଇଆଇଟି ଭୁବନେଶ୍ୱରର ଶେଷ ସେମିଷ୍ଟର ପରୀକ୍ଷା । ଅନୁଷ୍ଠାନର ସିନେଟ ବୈଠକରେ ନିଆଯାଇଛି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । କୋଭିଡ-୧୯ ମହାମାରୀକୁ ଆଖିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଧାରିତ ସମୟରେ ଗ୍ରାଜୁଏସନ ସାର୍ଟିଫିକେଟ ପ୍ରଦାନ କରିବାକୁ ଆୟୋଜିତ ହୋଇଥିଲା ସିନେଟର ଏହି ବୈଠକ ।
ନିଷ୍ପତ୍ତି ଅନୁଯାୟୀ ଦୁଇଟି ପର୍ଯ୍ୟାୟରେ ହେବ ଅନଲାଇନ ପରୀକ୍ଷା । ଆଉ ଦୁଇଟିରୁ ନିଜର ପସନ୍ଦ ଏବଂ ସୁବିଧା ଅନୁସାରେ ଛାତ୍ରଛାତ୍ରୀ ବିକଳ୍ପଭାବେ ଯେକୌଣସି ଗୋଟିଏକୁ ଚୟନ କରିପାରିବେ । ପ୍ରଥମ ପର୍ଯ୍ୟାୟ ଜୁନ ୨୪ରୁ ଆରମ୍ଭ ହେବ । ଆଉ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ ଜୁଲାଇ ଶେଷ କିମ୍ୱା ଅଗଷ୍ଟ ପ୍ରଥମ ସପ୍ତାହରୁ । ଯଦି ଅନଲାଇନରେ ପରୀକ୍ଷା ଦେବାକୁ ସମସ୍ତ ପ୍ରକାରର ସୁବିଧା ଥିବ ତାହେଲେ ଏହି ଦୁଇଟି ତାରିଖରୁ ଯେକୌଣସି ଗୋଟିଏକୁ ବିକଳ୍ପ ଭାବେ ନେଇପାରିବେ ଛାତ୍ରଛାତ୍ରୀ । ଅନ୍ୟପଟେ ଯଦି କରୋନା ନିୟନ୍ତ୍ରଣକୁ ଆସିଯାଇଥାଏ ତାହେଲେ କ୍ୟାମ୍ପସକୁ ଆସି ଅଫଲାଇନରେ ଆସି ପରୀକ୍ଷା ଦେବାର ମଧ୍ୟ ସୁଯୋଗ ରହିଛି ବୋଲି ସୂଚନା ଦେଇଛନ୍ତି ଆଇଆଇଟି ଭୁବନେଶ୍ୱର କର୍ତ୍ତୃପକ୍ଷ ।
Comments are closed.