Latest Odisha News

BREAKING NEWS

ଛାତରୁ ଡେଇଁ ଆତ୍ମହତ୍ୟା କଲେ ଆଇଆଇଟି ଛାତ୍ର

ମୁମ୍ବାଇ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ବମ୍ବେର ଜଣେ ଛାତ୍ର ସୋମବାର କ୍ୟାମ୍ପସ ବିଲ୍ଡିଂର ସାତ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ପୋଲିସ ସୂଚନାନୁସାରେ, ୨୬ ବର୍ଷୀୟ ଏହି ଛାତ୍ର ଆଇଆଇଟି ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ସୋମବାର ଦିନ ଭୋର ପ୍ରାୟ ୪.୩୦ ସମୟରେ ସେ କ୍ୟାମ୍ପସରେ ଥିବା ସାତ ମହଲା ବିଶିଷ୍ଟ ଘରୁ ଡେଇଁପଡିଥିବା ଅଭିଯୋଗ ହୋଇଛି।

ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ପୋଲିସ ତାଙ୍କ ହଷ୍ଟେଲରୁ ଏକ ସୁଇସାଇଡ୍‌ ନୋଟ ମଧ୍ୟ ଜବତ କରିଛି। ନୋଟରେ ଛାତ୍ର ଜଣକ କହିଛନ୍ତି ଯେ ସେ ଡିପ୍ରେସନରେ ଥିଲେ ଏବଂ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁ ପାଇଁ ସେ କାହାକୁ ଦାୟୀ କରି ନାହାଁନ୍ତି ବୋଲି ପୋଲିସ କହିଛି।

ପୋଲିସ ଏହି ଘଟଣାରେ ଆକସ୍ମିକ ମୃତ୍ୟୁ ମାମଲା ରୁଜୁ କରିଛି। ଏହି ଘଟଣାର ଅଧିକ ତଦନ୍ତ ଚାଲିଥିବା କହିଛି ‌ପୋଲିସ।

Comments are closed.