Latest Odisha News

କ୍ଲାସ ରୁମରେ ହମାସ ଆତଙ୍କୀଙ୍କୁ ପ୍ରଶଂସା, ପ୍ରଫେସର ଓ ବକ୍ତାଙ୍କ ବିରୋଧରେ ଅଭିଯୋଗ ଆଣିଲେ ଆଇଆଇଟି ଶିକ୍ଷାର୍ଥୀ

ମୁମ୍ବାଇ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ବମ୍ବେ କ୍ଲାସ ରୁମରେ ହମାସ ଆତଙ୍କବାଦୀଙ୍କୁ ପ୍ରଶଂସା । ହମାସ ଆତଙ୍କବାଦୀଙ୍କ ସମର୍ଥନରେ କହିଥିବା ଜଣେ ପ୍ରଫେସର ଓ ଅତିଥି ଭାବେ ଯୋଗ ଦେଇଥିବା ଜଣେ ବକ୍ତାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଛାତ୍ରଛାତ୍ରୀ । ଏନେଇ ପୋଲିସର ପୋଲିସର ଦ୍ୱାରସ୍ଥ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଶିକ୍ଷାର୍ଥୀ । ଏବିଷୟରେ କଲେଜର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଗୋଟିଏ ପଟେ ଇସ୍ରାଏଲ ଓ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ମାନବୀୟ ଏବଂ ସାମାଜିକ ବିଜ୍ଞାନ (ଏଚଏଚଏସ) ବିଭାଗର ପ୍ରଫେସର ଶର୍ମିଷ୍ଟା ସାହ ଓ ଅତିଥି ବକ୍ତା ସୁଧନବା ଦେଶପାଣ୍ଡେ ନଭେମ୍ବର ୬ ତାରିଖ ଆଲୋଚନାଚକ୍ରରେ ଏ ସମ୍ପର୍କରେ ମତ ରଖିଛନ୍ତି ।

ଶିକ୍ଷାର୍ଥୀମାନେ କହିଛନ୍ତି ଯେ, ଦେଶପାଣ୍ଡେ ଆଲୋଚନାଚକ୍ର ବେଳେ ପାଲେଷ୍ଟାଇନ ଆତଙ୍କୀ ଜାକାରିଆ ଜବେଇଦି ଓ ଘାସାନ କନାଫାନି ସପକ୍ଷରେ କହିଥିଲେ । ଏଥିସହ ହମାସ କରିଥିବା ବିଦ୍ରୋହକୁ ସେ ଯଥାର୍ଥ ବୋଲି ଦର୍ଶାଇଥିଲେ । ଦେଶପାଣ୍ଡେ କହିଛନ୍ତି ଯେ, ପାଲେଷ୍ଟାଇନବାସୀ କରୁଥିବା ସଂଘର୍ଷ ହେଉଛି ଗୋଟିଏ ସ୍ୱାଧୀନତା ସଂଗ୍ରାମ । ୭୬ ବର୍ଷ ହେଲା ପାଲେଷ୍ଟାଇନବାସୀ ସେମାନଙ୍କ ନିଜ ଜମି ପାଇଁ କରୁଥିବା ଲଢ଼େଇର ଏହା ହେଉଛି ପରିଣାମ ।

ତେବେ ପ୍ରଫେସର ଶର୍ମିଷ୍ଠା ନିଜ ପଦର ଅପବ୍ୟବହାର କରି ଦେଶପାଣ୍ଡେଙ୍କ ଭଳି ଜଣେ ମୌଳବାଦୀ ବାମପନ୍ଥୀ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିଥିବା ଅଭିଯୋଗ ହୋଇଛି । ଦେଶପାଣ୍ଡେ ଯୁବଗୋଷ୍ଠୀଙ୍କୁ ଉସକାଇବାକୁ ଚେଷ୍ଟା କରୁଥିବା କହିଛନ୍ତି ଶିକ୍ଷାର୍ଥୀ । ତେଣୁ ଯଥାଶୀଘ୍ର ପୋଲିସ ଏହା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

Comments are closed.