Latest Odisha News

BREAKING NEWS

ଅସୁସ୍ଥ ପତ୍ନୀଙ୍କୁ ଭେଟିବା ପାଇଁ ଜେଲରୁ ବାହାରିଲେ ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଜେଲରୁ ବାହାରିଲେ ମନୀଷ ସିସୋଦିଆ । ସିସୋଦିଆ ନିଜର ଅସୁସ୍ଥ ପତ୍ନୀଙ୍କୁ ଭେଟିବା ଲାଗି ଗୁରୁବାର କୋର୍ଟରେ ଆବେଦନ କରିଥିଲେ । କୋର୍ଟରୁ ଅନୁମତି ମିଳିବା ପରେ ଆପ୍ ନେତା ତଥା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପୋଲିସ ସୁରକ୍ଷା ବଳୟ ସହ ନିଜ ଘରେ ପହଞ୍ଚିଛନ୍ତି ।

ଆଜି ପ୍ରାୟ ଦିନ ୧୦ଟାରେ ସେ ମଥୁରା ରୋଡ୍ ସ୍ଥିତ ବାସଭବନରେ ପହଞ୍ଚିଛନ୍ତି । ରାଉସ୍ ଆଭେନ୍ୟୁ କୋର୍ଟ ଅସୁସ୍ଥ ପତ୍ନୀଙ୍କୁ ଭେଟିବା ପାଇଁ ମନୀଷ ସିସୋଦିଆଙ୍କୁ ୬ ଘଣ୍ଟାର ଅନୁମତି ଦେଇଛନ୍ତି । ସେହି ଅନୁସାରେ ସକାଳ ୧୦ ଟାରୁ ୪ଟା ପର୍ଯ୍ୟନ୍ତ ପତ୍ନୀଙ୍କୁ ଭେଟି ପାରିବେ ମନୀଷ ।

ସୂଚନାଅନୁସାରେ, ସିସୋଦିଆଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଗତକାଲି କୋର୍ଟ ତାଙ୍କୁ ଭେଟିବା ପାଇଁ ଅନୁମତି ଦେଇଥିଲେ । ଏହି ସମୟରେ ପୋଲିସ ତାଙ୍କ ସହ ଉପସ୍ଥିତ ରହିବେ ଏବଂ ଏହି ସମୟରେ ସେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଏହଂ ରାଜନୈତିକ କାର୍ଯ୍ୟରେ ଯୋଗ ନ ଦେବାକୁ କଡ଼ା ଚେତାବନୀ ଦେଇଛନ୍ତି କୋର୍ଟ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଜୁନ୍ ମାସରେ ଅସୁସ୍ଥ ପତ୍ନୀଙ୍କୁ ଭେଟିବାକୁ ସିସୋଦିଆଙ୍କୁ ଅନୁମତି ଦେଇଥିଲେ କୋର୍ଟ । ସକାଳ ୧ଟାରୁ ୫ଟା ପର୍ଯ୍ୟନ୍ତ ସେ ସାକ୍ଷାତ କରିଥିଲେ । ଏହାପରେ ଦ୍ୱିତୀୟ ଥର କୋର୍ଟଙ୍କ ଅନୁମତି ମିଳିବା ପରେ ପତ୍ନୀଙ୍କୁ ଭେଟିବା ପାଇଁ ତାଙ୍କ ଘରେ ପହଞ୍ଚିଛନ୍ତି ।

Leave A Reply

Your email address will not be published.