ନୂଆଦିଲ୍ଲୀ: ଦ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି ଆଇଆଇଟି ଗୁହାଟି ପକ୍ଷରୁ JEE Advanced ୨୦୨୩ ରେଜଲ୍ଟ ଘୋଷଣା କରାଯାଇଛି । ଆଜି ସକାଳ ୯ଟାରେ ଫଳାଫଳ ଘୋଷଣା କରାଯାଇଥିବାବେଳେ ୱେବସାଇଟରେ ସକାଳ ୧୦ଟରାରେ ଲିଙ୍କ ଆକ୍ଟିଭେଟ କରାଯାଇଛି ।
JEE ଆଡ୍ଭାନ୍ସଡ ପାଇଁ ୧,୮୦,୩୭୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିରୁ ୪୩,୭୭୩ କୃତକାର୍ଯ୍ୟ ହୋଇଛନ୍ତି । କୃତକାର୍ଯ୍ୟ ହୋଇଥିବା ୪୩,୭୭୩ଙ୍କ ମଧ୍ୟରୁ ୭୫୦୯ ଜଣ ଅଛନ୍ତି ଛାତ୍ରୀ । ହାଇଦ୍ରାବାଦ ଜୋନ୍ର ଭି.ସି ରେଡ୍ଡୀ ଟପ୍ପର ହୋଇଥିବା ଜଣାଯାଇଛି। ପରୀକ୍ଷା ଦେଇଥିବା ଛାତ୍ରାଛାତ୍ରୀ ସେମାନଙ୍କର ରେଜଲ୍ଟ ଅଫିସିଆଲ ୱେବସାଇଟ jeeadv.ac.in.କୁ ଯାଇ ଦେଖିପାରିବେ । ଯେଉଁମାନେ JEE Advancedରେ କୃତକାର୍ଯ୍ୟ ହୋଇଛନ୍ତି ସେମାନେ Joint Seat Allocation, JoSAA 2023 ପାଇଁ ନିଜ ନାମ ପଞ୍ଜୀକରଣ ଆରମ୍ଭ କରିବେ। Joint Seat Allocation ପାଇଁ ନାମ ପଞ୍ଜୀକରଣ ଜୁନ ୧୯, ୨୦୨୩( ଅପରାହ୍ନ ୫ଟାରେ) ଆରମ୍ଭ ହେବ ।
JEE Advanced ରେଜଲ୍ଟ ପ୍ରକାଶ କରିବା ସହିତ ଆଇଆଇଟି ଗୁହାଟି ପକ୍ଷରୁ ଆଜି ପରୀକ୍ଷାର ଫାଇନାଲ ଆନ୍ସର କି ମଧ୍ୟ ପ୍ରକାଶ କରାଯାଇଛି ।
Comments are closed.