Latest Odisha News

ପ୍ରଶାସନିକ ସେବାଠୁ ଖଣି, ବ୍ୟବସାୟ ସବୁଠି ଦକ୍ଷିଣ ଭାରତୀୟଙ୍କ ରାଜ; ଏହା ଖାଲି ସଂଯୋଗ ନା ସୁଚିନ୍ତିତ ପ୍ରୟାସ ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ପ୍ରମୁଖ ଦାୟିତ୍ୱରେ ଜଣେ ହେଲେ ବି ଓଡ଼ିଆ ଅଧିକାରୀ ନାହାନ୍ତି ।  ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ପ୍ରମୁଖ ଦାୟିତ୍ୱରେ ଅଛନ୍ତି ୩ ଜଣ ଦକ୍ଷିଣ ଭାରତୀୟ ଅଫିସର । ସେତିକି ନୁହେଁ, ଆଜିର ସମୟରେ ଦକ୍ଷିଣ ଭାରତୀୟ ଉଦ୍ୟୋଗପତିମାନଙ୍କର ବିଭିନ୍ନ କ୍ଷେତ୍ରରେ ମାତ୍ରାଧିକ ଦଖଲ ଦେଖିବାକୁ ମିଳୁଛି  । ତେବେ ଏସବୁ କେବଳ ମାତ୍ର ଏକ ସଂଯୋଗ ନା ସୁଚିନ୍ତିତ ଏବଂ ସୁନିୟୋଜିତ ପ୍ରୟାସ ? ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବା ପାଇଁ ତଥା ରାଜ୍ୟର ସ୍ୱାର୍ଥକୁ ଆଗକୁ ବଢ଼ାଇନେବା ପାଇଁ କୌଣସି ଓଡ଼ିଆ ଅଧିକାରୀ  କ’ଣ ଯୋଗ୍ୟ ନୁହଁନ୍ତି  କି ? ଏ ପ୍ରଶ୍ନ ଆମେ ପଚାରୁନୁ । ଏ ପ୍ରଶ୍ନ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟିର । ଏ ପ୍ରଶ୍ନ ଭାଜପା ସାଂସଦ ଅପରାଜିତା ଷଡଙ୍ଗୀଙ୍କର ।

ଗତକାଲି ଏକ ସାମ୍ବାଦିକ ସମ୍ମଳିନୀ କରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ନାଁ ନ ନେଇ ୫ଟି ସଚିବଙ୍କ ଉପରେ ବର୍ଷିଛନ୍ତି । ବିଜେଡି ସରକାରରେ ଜଣେ କିନିଷ୍ଠ ପ୍ରଶାସନିକ ଅଧିକାରୀ ହୋଇ ବି ନେତା, ରାଜନେତାଙ୍କ ପରି ସମ୍ବର୍ଦ୍ଧନା ପାଉଛନ୍ତି ।ସଚିବଙ୍କ ପାଇଁ ବିଧାୟକ, ସାଂସଦମାନେ ଦାସତ୍ୱ ସ୍ୱୀକାର କଲେଣି ବୋଲି ଅପରାଜିତା କହିଥିଲେ ।

ଏହାବ୍ୟତୀତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସରକାରର ଓଡ଼ିଶା ପ୍ରୀତିର ନମୂନା ବି ଦେଇଥିଲେ । ବିଗତ ୨ ବର୍ଷ ହେବ,   ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କ ମଧ୍ୟ୍ୟରେ ଜଣେ ହେଲେ ଓଡ଼ିଆ ଅଧିକାରୀ ନାହାନ୍ତି  । ଅନ୍ୟପକ୍ଷେ  ପ୍ରମୁଖ ୩ ଜଣ ଅଧିକାରୀ ଦକ୍ଷିଣ ଭାରତୀୟ ଅଟନ୍ତି  ।

ଖାଲି ପ୍ରଶାସନିକ କ୍ଷେତ୍ରରେ ନୁହେଁ, ଠିକାକାମରେ ମଧ୍ୟ ବିଜେଡି ସରକାରର ଦକ୍ଷିଣ ଭାରତୀୟ ପ୍ରେମର ନମୁନା ଦେଖାଇଛନ୍ତି ଶ୍ରୀମତୀ ଷଡଙ୍ଗୀ । ବହୁ ସଂଖ୍ୟାରେ ଦକ୍ଷିଣ ଭାରତୀୟ କମ୍ପାନୀ ଯେପରିକି Megha Engineering, L & T, Nagarjun Construction Corporation, ଇତ୍ୟାଦି ଅନୁଷ୍ଠାନ କିପରି ଭାବେ ସମସ୍ତ ଠିକ କାମ ପାଉଛନ୍ତି  ।  ଏମାନଙ୍କୁ ସୁହାଇବା ପରି ବିଭିନ୍ନ କାମକୁ ଏକତ୍ରୀକରଣ କରି ବୃହତ ରୁପ ଦିଆଯିବା ଦ୍ୱାରା ଓଡ଼ିଶାର କଣ୍ଟ୍ରାକ୍ଟର ମାନେ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ ମଧ୍ୟ କରିପାରୁନାହାନ୍ତି  । ଏହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ଦକ୍ଷିଣ ଭାରତୀୟ ଲବି (South Indian Lobby) ଆଡକୁ  ଅଙ୍ଗୁଳି ନିର୍ଦ୍ଦେଶ କରିବା ସହ ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କୁ ସୁହାଇବା ଭଳି ପଦକ୍ଷପ ଯାହା ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଉଛି ବୋଲି ସାଂସଦ ଅଭିଯୋଗ କରିଛନ୍ତି ।

ସେହିପରି  ଖଣି ପରିଚାଳନା କ୍ଷେତ୍ରରେ ମଧ୍ୟ ଦକ୍ଷିଣ ଭାରତୀୟ ପ୍ରଭାବ ବାରି ହୋଇପଡୁଛି ।  ଯୋଡ଼ା ବଡ଼ବିଲ ଅଞ୍ଚଳରେ ସ୍ଥାନୀୟ ଘରୋଇ ଖଣି ମାଲିକମାନଙ୍କୁ ଦକ୍ଷିଣ-ଭାରତର ନିର୍ଦ୍ଦିଷ୍ଟ ଖଣି ବ୍ୟବସାୟୀଙ୍କୁ Developer cum Operator (MDO) ଭାବେ ବ୍ୟବହାର କରିବା ପାଇଁ ଅଘୋଷିତ ନିର୍ଦ୍ଦେଶ ଦିଆଯାଇଛି  । ଫଳରେ ଏ କ୍ଷେତ୍ରରେ ଦକ୍ଷିଣ ଭାରତୀୟ ଖଣି ବ୍ୟବସାୟୀ  କାୟା ବିସ୍ତାର କରି ବ୍ୟାପକ ହରିଲୁଟ କରୁଛନ୍ତି ବୋଲି ସାଂସଦ ଅଭିଯୋଗ ଆଣିଛନ୍ତି । ଆଉ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ଅଧିକାରମାନେ ସମ୍ପୂର୍ଣ ଭାବେ ଦାୟୀ ଏବଂ ଉତ୍ତରଦାୟୀ ବାେଲି ସେ ଅଭିଯୋଗ ଆଣିଛନ୍ତି ।

ସରକାରଙ୍କ ଦକ୍ଷିଣ ଭାରତୀୟ ପ୍ରେମର ଆଉ ଏକ ନମୁନା ବି ଦେଇଛନ୍ତି ସାଂସଦ ।   ଅନ୍ୟ ଏକ ଦକ୍ଷିଣ ଭାରତୀୟ କମ୍ପାନୀ Techmed Solutions Private limited ସାରା ଓଡ଼ିଶାରେ ସମସ୍ତ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ pathological ଏବଂ radiological ପରୀକ୍ଷା କରିବାପାଇଁ ଠିକା ନେଇଛନ୍ତି   । ଏହା ବି କ’ଣ ସଂଯୋଗ କି ବୋଲି ସେ ପ୍ରଶ୍ନ କରିବା ସହ ଏହି ଟେଣ୍ଡର ପ୍ରକ୍ରିୟାରେ କେତେ ସ୍ୱଚ୍ଛତା ଅଵଲମ୍ବନ କରାଯାଇଛି, ଏହି ଟେଣ୍ଡରରେ  ଅଂଶ ଗ୍ରହଣ କରିଥିବା ଅନ୍ୟ ବିଡର ମାନଙ୍କ ନାମ କଣ ? ସେମାନେ ଏହି ପରୀକ୍ଷା କରାଇବା ପାଇଁ କଣ ମୂଲ୍ୟ ଧାର୍ଯ୍ୟ କରିଥିଲେ  ତାହା ସାର୍ବଜନୀନ କରିବା ପାଇଁ ସାଂସଦ ଦାବିି କରିଛନ୍ତି ।

ଅବଶ୍ୟ ସାଂସଦ ଉକ୍ତ କମ୍ପାନୀ ଗୁଡିକର କାର୍ଯ୍ୟ ଏବଂ ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଉନାହିଁ ବୋଲି ସ୍ପଷ୍ଟ କରିଛନ୍ତି  କିନ୍ତୁ କେଉଁ ପରିସ୍ଥିତିରେ ସମସ୍ତ କାମ ଦକ୍ଷିଣ ଭାରତୀୟ ବ୍ୟବସାୟୀମାନେ ପାଉଛନ୍ତି ଏବଂ ଓଡିଶାର ବ୍ୟବସାୟୀମାନେ ଏ କ୍ଷେତ୍ର୍ରରେ କାହିଁକି କାମ ପାଇପାରୁ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି ଓଡ଼ିଆମାନେ ଏସବୁ କ୍ଷେତ୍ରରେ ଅଯୋଗ୍ୟ ତେବେ  ବିଜେଡି ସରକାରଙ୍କ ୨୩ ବର୍ଷର ସ୍ୱର୍ଣ୍ଣିମ ସମୟରେ କାହିଁକି ଓଡ଼ିଆ କଣ୍ଟ୍ରାକଟର ଏବଂ ବ୍ୟବସାୟୀ ମାନଙ୍କୁ କାହିଁକି ଯୋଗ୍ୟ କରାଗଲା ନାହିଁ ବା ସୁଯୋଗ ଦିଆ  ଯାଇନାହିଁ  ବୋଲି ସେ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.