ନୂଆଦିଲ୍ଲୀ: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଦେଶର ଗର୍ବ ବୋଲି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କହିଛନ୍ତି । ଆଜି ନୂଆଦିଲ୍ଲୀଠାରେ ଆଇଆଇଟି ଦିଲ୍ଲୀର ହୀରକ ଜୟନ୍ତୀ ଉଦ୍ଯାପନ ସମାରୋହରେ ସେ ଏହା ପ୍ରକାଶ କରିଛନ୍ତି ।
ରାଷ୍ଟ୍ରପତି କହିଛନ୍ତି ଯେ ବିଶ୍ୱରେ ଆଇଆଇଟିଗୁଡିକ ଶିକ୍ଷା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ପାରଦର୍ଶିତାର ପ୍ରମାଣ ଦେଇଛନ୍ତି । ଅନ୍ୟପକ୍ଷରେ କହିବାକୁ ଗଲେ ଆଇଆଇଟି ଗୁଡିକର କାହାଣୀ ସ୍ୱାଧୀନ ଭାରତର କାହାଣୀ ପରି । ଆଇଆଇଟିଗୁଡିକର ଦେଶ ବିକାଶ ଦିଗରେ ଯଥେଷ୍ଟ ଅବଦାନ ରହିଛି ।
President Droupadi Murmu graced the closing ceremony of Diamond Jubilee celebrations of IIT Delhi
Details: https://t.co/BgssMrRAU6 pic.twitter.com/8H1hwYqAd4— President of India (@rashtrapatibhvn) September 3, 2022
ଆଇଆଇଟିଗୁଡିକର ଶିକ୍ଷକ ଶିକ୍ଷୟିତ୍ରୀ ଓ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀଗଣ ବିଶ୍ୱରେ ଆମ ମେଧାଶକ୍ତିର ପରିଚୟ ପ୍ରଦାନ କରିଛନ୍ତି । ଆଇଆଇଟି ଦିଲ୍ଳୀ ଓ ଅନ୍ୟାନ୍ୟ ଆଇଆଇଟି ଗୁଡିକରୁ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀ ବିଶ୍ୱକୁ ଆଚ୍ଛାଦିତ କରି ରଖିବା ସହ ଡିଜିଟାଲ ବିପ୍ଳବର ଅଗ୍ରଦୂତ ସାଜିଛନ୍ତି । ସର୍ବୋପରି ଆଇଆଇଟିଗୁଡିକର ପ୍ରଭାବ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଠାରୁ ମଧ୍ୟ ଆଗରେ ରହିଛି । ଆଇଆଇଟି ଗୁଡିକରେ ଅଧ୍ୟୟନ ଶେଷ କରିଥିବା ବିଦ୍ୟାର୍ଥୀଗଣ ଶିକ୍ଷା, ଶିଳ୍ପ, ଔଦ୍ୟୋଗିକତା, ନାଗରିକ ସମାଜ, ସାମ୍ବାଦିକତା, ସାହିତ୍ୟ ଓ ରାଜନୀତି ଭଳି ଜୀବନର ପ୍ରତ୍ୟେକ କ୍ଷେତ୍ରରେ ନେତୃତ୍ୱ ନେଇଛନ୍ତି ।
The IITs proved to the world the capability of India in the domains of education and technology. In more than one way, the story of the IITs is the story of Independent India. pic.twitter.com/OgnosQBTib
— President of India (@rashtrapatibhvn) September 3, 2022
ରାଷ୍ଟ୍ରପତି କହିଥିଲେ ଯେ ମୂଳ ଆଇଆଇଟି ବା ଆଇଆଇଟି ଦିଲ୍ଲୀ ସହ ଆଇଆଇଟି କ୍ଲବରେ ଯୋଗ ଦେଇଥିବା ନୂଆ ଆଇଆଇଟି ରୋପାର ଓ ଆଇଆଇଟି ଜମ୍ମୁ ଭଳି ପ୍ରତିଷ୍ଠାନକୁ ପୃଷ୍ଠପୋଷକତା ଦେଇଛି । ସେ ଦୃଷ୍ଟିରୁ ଆଇଆଇଟି ଦିଲ୍ଲୀର ସାରା ବିଶ୍ୱରେ ଆଇଆଇଟିଗୁଡିକକୁ ଉତ୍କର୍ଷର କେନ୍ଦ୍ରବିନ୍ଦୁ ଭାବେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିବା ଶ୍ରୀମତୀ ମୁର୍ମୁ ପ୍ରକାଶ କରିଛନ୍ତି ।
ଆଇଆଇଟି ଦିଲ୍ଲୀକୁ ନେଇ ଖୁସି ପ୍ରକଟ କରି ରାଷ୍ଟ୍ରପତି କହିଛନ୍ତି ଯେ ଏହା ସମାଜରେ ଏକ ବୃହତ୍ତର ଅଙ୍ଗଭାବେ ସମାଜପ୍ରତି ଅତିରିକ୍ତ ସମ୍ବେଦନଶୀଳତା ପ୍ରଦର୍ଶନ କରିଆସିଛି । ବୈଶ୍ୱିକ ମହାମାରୀର ପ୍ରାରମ୍ଭରେ ଏହାର ସାମାଜିକ ଦାୟିତ୍ୱ ବୋଧକୁ ଏକ ଦୃଷ୍ଟାନ୍ତଭାବେ ନିଆଯାଇପାରେ ବୋଲି ସେ କହିଛନ୍ତି । ଭୂତାଣୁକୁ ନିୟନ୍ତ୍ରଣ କରିବା ପାଇଁ ଆଇଆଇଟି ଦିଲ୍ଲୀ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଓ ଗବେଷଣା ପାଇଁ ଲାଗିପଡିଥିଲା । ଏହା ର୍ୟାପିଡ୍ ଆଣ୍ଟିଜେନ ଟେଷ୍ଟ କିଟ୍, ପିପିଇ, ଆଣ୍ଟିମାଇକ୍ରୋ ବାୟଲ, ଫେବ୍ରିକ୍ସ, ଖୁବ୍ ଉପଯୋଗୀ ମୁଖା ଓ କମ୍ ବ୍ୟୟସାପେକ୍ଷ ଭେଣ୍ଟିଲେଟର ତିଆରିରେ ମନୋନିବେଶ କରିଥିଲା । ଭାରତରେ କରୋନା ଭୂତାଣୁ ପ୍ରତିରୋଧ ସଂଗ୍ରାମରେ ଆଇଆଇଟି ଦିଲ୍ଲୀର ଭୂମିକା କିପରି ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ମଧ୍ୟ ଜଟିଳ ଜନସ୍ୱାସ୍ଥ୍ୟ ପ୍ରତିକାର ଦିଗରେ କାର୍ଯ୍ୟ କରେ ତାହା ପ୍ରମାଣିତ କରିଛି ।
୨୦୪୭ରେ ଯେତେବେଳେ ଆମେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବା ସେତେବେଳକୁ ଆମର ବୈଶ୍ୱିକ ପରିବେଷ୍ଟନୀ ଅନେକ ପରିବର୍ତ୍ତିନ ହୋଇ ସାରିଥିବ ଓ ସେଥିପାଇଁ ଚତୁର୍ଥ ଶିଳ୍ପ ବିପ୍ଳବରେ ହିଁ ଏହାର ବାହକ ବୋଲି ରାଷ୍ଟ୍ରପତି କହିଛନ୍ତି । ଯେପରି ୨୫ବର୍ଷ ଆଗରୁ ଆମର ସମସାମୟିକ ବିଶ୍ୱ କିପରି ହେବ ଆମ କଳ୍ପନା ବାହାରେ ଥିଲା, ସେହିପରି କୃତ୍ରିମ ମେଧା ଓ ସ୍ୱୟଂକ୍ରିୟତା ଜୀବନରେ କ’ଣ ପରିବର୍ତ୍ତନ ଆଣିବ ତାହା ଆମେ ଅନୁମାନ କରିପାରିବା ନାହିଁ । ଆମର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ବିଚାର କରି ଆମକୁ ଦୂରଦୃଷ୍ଟି ସମ୍ପନ୍ନ ହୋଇ ଭବିଷ୍ୟତ ନିମନ୍ତେ ରଣନୀତି ପ୍ରସ୍ତୁତ କରିବାକୁ ପଡିବ । କର୍ମନିଯୁକ୍ତିର ଧାରା ସମ୍ପୂର୍ଣ୍ଣଭାବେ ପରିବର୍ତ୍ତିତ ହୋଇଯିବ ।
ରାଷ୍ଟ୍ରପତି କହିଥିଲେ ଯେ ଆମେ ଯଦି ଭବିଷ୍ୟତରେ ଅନିୟମିତତାରୁ ନିଜକୁ ରକ୍ଷା କରିବା ପାଇଁ ପଦକ୍ଷେପ ନେବା, ତେବେ ତାହା ଜନକଲ୍ୟାଣରେ ସହାୟକ ହେବ । ଆମକୁ ଆମର ଅନୁଷ୍ଠାନଗୁଡିକୁ ଭବିଷ୍ୟତର ମୁକାବିଲା ପାଇଁ ଦକ୍ଷ କରିବାକୁ ପଡିବ । ଏଥି ପାଇଁ ଶିକ୍ଷାଦାନ ଓ ଶିକ୍ଷାପ୍ରାପ୍ତି କ୍ଷେତ୍ରରେ ନୂତନ ସମୀକରଣର ଆବଶ୍ୟକ । ଭବିଷ୍ୟତକୁ ଆଖିଆଗରେ ରଖି ଶିକ୍ଷା ବିଜ୍ଞାନ ଓ ବିଷୟବସ୍ତୁ ନିର୍ଦ୍ଧାରଣ କରିବାକୁ ପଡିବ । ଏହିସବୁ ଆହ୍ୱାନର ସମ୍ମୁଖୀନ ହେବା ପାଇଁ ଆମର ସମୃଦ୍ଧ ଆଇଆଇଟିଗୁଡିକ ଆବଶ୍ୟକ ଜ୍ଞାନ ସହ ଯୁବାପୀଢିକୁ ଗଠନ କରିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ ।
ଜଳବାୟୁ ପରିବର୍ତ୍ତିନ ଏକ ଗୁରୁତର ଆହ୍ୱାନ ସୃଷ୍ଟି କରୁଥିବାବେଳେ ଆମ ଭଳି ଜନବହୁଳ ଓ ବିକାଶଶୀଳ ଦେଶରେ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ଆମର ଶକ୍ତିର ଆବଶ୍ୟକତା ଖୁବ୍ ଅଧିକ ବୋଲି ରାଷ୍ଟ୍ରପତି କହିଥିଲେ । ସେଥିପାଇଁ ଆମକୁ ଜୀବାଶ୍ମ ଇନ୍ଧନରୁ ବିକଳ୍ପ ଶକ୍ତି ଆଡକୁ ଅଗ୍ରସର ହେବାକୁ ପଡିବ । ଆଗାମୀ ଦିନରେ ପରିବେଶଭିତ୍ତିକ ଆହ୍ୱାନର ମୁକାବିଲା ନିମନ୍ତେ ସମଗ୍ର ବିଶ୍ୱ ତରବରିଆ ଭାବେ ପ୍ରଯୁକ୍ତିଗତ ସମାଧାନ ପ୍ରତି ଧ୍ୟାନ କେନ୍ଦ୍ରିତ କରୁଥିବାବେଳେ ଭାରତର ଯୁବ ଯନ୍ତ୍ରୀ ଓ ବିଜ୍ଞାନୀ ମାନବଜାତିକୁ ଏଥିରେ ରକ୍ଷା କରିବ ବୋଲି ତାଙ୍କର ବିଶ୍ୱାସ ଥିବା ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପ୍ରକାଶ କରିଥିଲେ ।