ଭୁବନେଶ୍ୱର: ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଆକ୍ରମଣ ପରେ ଭାରତରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦେଶର ବିଭିନ୍ନ ସ୍ଥାନରେ ବାଂଲାଦେଶୀଙ୍କ ଉପରେ ଆକ୍ରମଣ ହେଉଥିବାର ଭିଡିଓ ଭାଇରାଲ ହେଉଛି। ଓଡ଼ିଶାରେ ବି ସମାନ ସ୍ଥିତି। ରାଜ୍ୟର ବିଭିନ୍ନ ସ୍ଥାନରେ ବାଂଲାଦେଶୀଙ୍କ ଉପରେ ଆକ୍ରମଣ କରାଯାଉଛି। ବେଆଇନ ପ୍ରବେଶ ଭୁଲ କିନ୍ତୁ ଆଇନକୁ ହାତକୁ ନନେବାକୁ ରାଜ୍ୟ ସରକାର ଅପିଲ କରିଛନ୍ତି।
ଆଇନ ମନ୍ତ୍ରୀ କହିଛନ୍ତି ଯେ ମମତା ଦିଦି କଣ କହିବେ, ସେଥିରେ ସରକାରଙ୍କ କିଛି ଯାଆଆସେ ନାହିଁ। ବିଜେପି ସରକାର ଅଵିଵେକତା କାର୍ଯ୍ୟକ୍ରମ ହେବନାହିଁ। ଯେଉଁମାନେ ଆଇନ ଦୃଷ୍ଟିରୁ ଆମର ନାଗରିକ ନୁହଁନ୍ତି ତାଙ୍କ ଦେଶକୁ ତଡିବା ପାଇଁ ନୈତିକତା ଦେଖାଇଛୁ। ଆଗାମୀ ଦିନରେ ଦେଖାଇବୁ।
ଆକ୍ରମଣ କରିବା ଘଟଣାକୁ ନେଇ କହିଛନ୍ତି ଯିଏ ବି ଆଇନକୁ ହାତକୁ ନେବ, ସିଏ ଯିଏ କେହିଁ ବି ହୁଅନ୍ତୁ ଆଇନ ଅନୁସାରେ ଯାହା ପଦକ୍ଷେପ ନିଆଯିବ କଥା ପୋଲିସ ନେବ। ଗୋଟିଏ କଥା ସ୍ପଷ୍ଟ ଯେଉଁମାନେ ବେଆଇନ ଭାବେ ଆମ ଦେଶକୁ ପ୍ରବେଶ କରିଛନ୍ତି ତାଙ୍କୁ ଚିହ୍ନଟ କରି ତାଙ୍କ ଦେଶକୁ ପଠାଯିବ। କିନ୍ତୁ ଲୋକମାନେ ଲୋକେ ଏଭଳି କୌଣସି କାର୍ଯ୍ୟ ହାତକୁ ନିଅନ୍ତୁ ନାହିଁ ସରକାର ଅପିଲ କରିଛନ୍ତି।